ସମସ୍ତ ବ୍ଲକରେ ଆନ୍ତର୍ଜାତୀୟ ସାକ୍ଷରତା ଦିବସ ପାଳିତ ।

0 4

ମାଲକାନଗିରି,୦୮/୦୯(ପିପିଟି):ଆଜି ଅନ୍ତର୍ଜାତୀୟ ସାକ୍ଷରତା ଦିବସ ଅବସରରେ ମାଲକାନଗିରି ଜିଲ୍ଲାର ସମସ୍ତ ୭ଟି ବ୍ଲକ ଯଥା ମାଲକାନଗିରି, ମାଥିଲି, ଖଇରପୁଟ, କୋରୁକୋଣ୍ଡା, କାଲିମେଳା, ପଡିଆ ଓ ଚିତ୍ରକୋଣ୍ଡାରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ଓ ସମଗ୍ର ଶିକ୍ଷା, ମାଲକାନଗିରି ଆନୁକୂଲ୍ୟରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।
କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣରେ ବିଦ୍ୟାଳୟ ସ୍ତରରେ ସ୍ଲୋଗାନ୍ ଲେଖନ ପ୍ରତିଯୋଗିତା, ସାକ୍ଷରତା ସଚେତନତା ଉପରେ ପୋଷ୍ଟର ପ୍ରସ୍ତୁତ, ସମସ୍ତ ବ୍ଲକ ସଦର ଓ କ୍ଲଷ୍ଟର ସ୍ତରରେ ଶିକ୍ଷକ, ଶିକ୍ଷୟିତ୍ରୀ, ସିଆରସିସି, ବିଆରସିସି ଓ ଛାତ୍ରଛାତ୍ରୀଙ୍କ ଦ୍ୱାରା ବିଶାଳ ରାଲି ଆୟୋଜନ ଥିଲା।ଏହି କ୍ରମରେ ସମାଜକୁ ସମ୍ପୂର୍ଣ୍ଣ ସାକ୍ଷର କରିବା ଉଦ୍ଦେଶ୍ୟରେ ଖଇରପୁଟ ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଏକ ବିଶାଳ ମାନବ ଶୃଙ୍ଖଳ ଗଠନ କରାଯାଇଥିଲା।ଏହି ଅବସରରେ ନବ ଭାରତ ସ୍ୱାକ୍ଷରତା ଅଭିଯାନ ସହିତ ଉଲ୍ଲାସ କାର୍ଯ୍ୟକ୍ରମ ବିଷୟରେ ଲୋକମାନଙ୍କୁ ସଚେତନ କରାଯାଇଥିଲା ଏବଂ ୧୫ ବର୍ଷରୁ ଉର୍ଦ୍ଧ୍ୱ ନିରକ୍ଷର ବ୍ୟକ୍ତିଙ୍କୁ ଚିହ୍ନଟ କରି ସାକ୍ଷର କରିବା ପାଇଁ ଶପଥ ନିଆଯାଇଥିଲା।ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମରେ ଜିଲ୍ଲା ଶିକ୍ଷା ଓ ଗୋଷ୍ଠୀ ଶିକ୍ଷା ଅଧିକାରୀ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରିଥିଲେ।

(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ)

Leave A Reply

Your email address will not be published.