ମିଳିତ ଶିକ୍ଷକ ଓ କର୍ମଚାରୀ ସଂଘ ଓଡିଶାର ୩୨ ତମ ବାର୍ଷିକ ଗୁରୁସମ୍ବର୍ଦ୍ଧନା ଉତ୍ସବ ଆସନ୍ତା ୫ ତାରିଖ ଗୁରୁଦିବସ ଦିନ ଅନୁଷ୍ଠିତ ହେବ। ଏଥିରେ ପଦ୍ମଶ୍ରୀ ବାବା ବଳିଆ ଉଦ୍ଘାଟକ, ଗଣଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ମୁଖ୍ୟ ଅତିଥି , ଆଇନମନ୍ତ୍ରୀ ପୃଥିରାଜ ହରିଚନ୍ଦନ ମୁଖ୍ୟବକ୍ତା, ପ୍ରାକ୍ତନ ଗଣଶିକ୍ଷା ନିର୍ଦ୍ଦେଶକ ଡଃ ଶରତ କୁମାର ବିଶ୍ୱାଳ ଓଡିଶା ଆର୍ଯ୍ୟସମାଜର ଅଧ୍ୟକ୍ଷ ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର ସମ୍ମାନୀତ ଅତିଥି ଭାବେ ଯୋଗଦେବେ। ଏଥିରେ ରାଜ୍ୟର ବିଭିନ୍ନ କୋଣ ଅନୁକୋଣରୁ ୬୦ ଜଣ ଶିକ୍ଷକ ଶିକ୍ଷୟତ୍ରୀ ଶିକ୍ଷା ବ୍ୟବସ୍ଥାର ସାମଗ୍ରିକ ବିକାଶ ନିମନ୍ତେ ବିଭିନ୍ନ ସମସ୍ୟା ସହ ୧୧ଟି ଦାବୀ ନେଇ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯିବ ବୋଲି ୟୁଟିଆର ସଭାପତି ଡ. ଉପେନ୍ଦ୍ର ସାହୁ, ସାଧାରଣ ସମ୍ପାଦକ ପ୍ରଣବ ରାଉତରାୟ, କାର୍ଯ୍ୟକାରୀ ସଭାପତି ଡ. ଅର୍ଜୁନ ବିଶ୍ୱାଳ, ଉପସଭାପତି କୌଳାସ ଚନ୍ଦ୍ର ମିଶ୍ର, କୋଷାଧ୍ୟକ୍ଷ ଗଙ୍ଗାଧର ସେନାପତିଙ୍କ ସମେତ ସଂଗଠନର ଶରତ ପାଇକରାୟ, ବିଜୟ ପଲାଇ, ପବିତ୍ର ମୋହନ ଦାଶ, ଶିବ ପ୍ରସାଦ ବଳ, ସୁରେନ୍ଦ୍ର ନାଥ ପଣ୍ଡା, ଲକ୍ଷ୍ମୀନାରାୟଣ ମହାରଣା, ଜାକିର ହୁସେନ, ଅନିଶୁ ରେହମାନ ପ୍ରମୁଖ ସୂଚନା ଦେଇଛନ୍ତି।