ଦର୍ଶନଶାସ୍ତ୍ର ବିଭାଗର ନବାଗତ ଛାତ୍ରଛାତ୍ରୀଙ୍କୁ ସ୍ୱାଗତ ।

0 1

ପୋଲସରା, ୦୨/୦୯(ପିପିଟି): ଗଞ୍ଜାମ ଜିଲ୍ଲାର ପୋଲସରା ବିଜ୍ଞାନ ମହାବିଦ୍ୟାଳୟର ଦର୍ଶନଶାସ୍ତ୍ର ବିଭାଗର +୩ ପ୍ରଥମ ବର୍ଷର ନବାଗତ ଛାତ୍ରଛାତ୍ରୀଙ୍କୁ ସ୍ୱାଗତ ପ୍ରଦାନ ଉତ୍ସବ ସେପ୍ଟେମ୍ବର ୦୨ ତାରିଖ ଦିନ ଅନୁଷ୍ଠିତ ହୋଇଯାଇଛି। କଲେଜର ପ୍ରିନ୍ସିପାଲ ଡ଼କ୍ଟର ଭଗବାନ ତ୍ରିପାଠୀଙ୍କ ଅଧକ୍ଷତାରେ ଦର୍ଶନଶାସ୍ତ୍ର ବିଭାଗର ଦ୍ୱିତୀୟ ଓ ତୃତୀୟବର୍ଷର ଛାତ୍ର ଓ ଛାତ୍ରୀ ବୃନ୍ଦଙ୍କ ଦ୍ୱାରା ସ୍ବାଗତ ସମାରୋହ ଅନୁଷ୍ଠିତ ହୋଇଥିଲା। ପ୍ରିନ୍ସିପାଲ ଛାତ୍ରଛାତ୍ରୀମାନଙ୍କୁ ଶୃଙ୍ଖଳିତ ଜୀବନଯାପନ କରିବା ସହିତ ଦର୍ଶନଶାସ୍ତ୍ରର Epistemology, Metaphysics ଓ ଦର୍ଶନଶାସ୍ତ୍ର ଜୀବନ ସହିତ କିପରି ପରିଚାଳିତ ହୁଏ, ସେ ସମ୍ବନ୍ଧରେ ପୁଙ୍ଖାନୁପୁଙ୍ଖ ଭାବରେ ବୁଝାଇ ଥିଲେ। ବିଭାଗୀୟ ମୁଖ୍ୟ ରୁଦ୍ର ପ୍ରସାଦ ଗୌଡ଼ ଶୃଙ୍ଖଳା ଓ ଚରିତ୍ର ଗଠନ ଉପରେ ଗୁରୁତ୍ୱ ଦେବା ସହିତ ସଂଯୋଜନା କରିଥିଲେ। ପ୍ରଶାସନିକ ପଦପଦବୀ ପାଇଁ ଦର୍ଶନଶାସ୍ତ୍ର ପାଠ୍ୟ ଅନିର୍ବାଯ୍ୟ ଏଵଂ ଜୀବନରେ ସର୍ବଦା ସାଧୁତା ବଜାୟ ରଖିବାକୁ ବିଭାଗୀୟ ଅଧ୍ୟାପକ ସେକ୍ ଫରିଦ୍ ମତ ପ୍ରଦାନ କରିବା ସହିତ ଧନ୍ୟବାଦ ଅର୍ପଣ କରିଥଲେ। ତୃତୀୟ ବର୍ଷର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବିକାଶ କୁମାର ସ୍ୱାଇଁ, ଶ୍ରବଣ କୁମାର ସାହୁ, ଷ୍ଟାଲିନ ସାହୁ, ରାଜେଶ କୁମାର ପାତ୍ର, ଅନିତା ସାହୁ, ଲିଜା ପଲେଇ, ଜ୍ୟୋତୀପ୍ରଭା ବିଷୋୟୀ, ଲକି ବିଷୋୟୀ, ସୁଚିସ୍ମିତା ସାହୁ, ପ୍ରିୟଦର୍ଶିନୀ ଭଞ୍ଜ ଦେଓ, ଗୁଡ଼ିଲି ବେହେରା, ଖୁସି ଗୌଡ଼, ମାମା ସାହୁ , ବନ୍ଦନା ଗୌଡ଼, ଇ ସୁଜାତା ଦୋରା, ଚିନ୍ମୟୀ ବିଶ୍ୱାଳ ଓ ଦ୍ୱିତୀୟ ବର୍ଷ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ସଦାଶିବ ସାବତ, ବିକାଶ କୁମାର ନାୟକ, ରାଜେଶ୍ ଗୌଡ଼, ରୀନା କୁମାରୀ ଜାନୀ, ଲିପ୍ସାରାଣୀ ମଲ୍ଲିକ, ରଶ୍ମିତା ଭୂୟାଁ ପ୍ରଭୃତି ସହଯୋଗ କରିଥଲେ।

ରିପୋର୍ଟ -ସନ୍ତୋଷ କୁମାର ପଣ୍ଡା

Leave A Reply

Your email address will not be published.