ଏଡସ ରୋଗ ନିରାକରଣର ଅମୋଘ ଅସ୍ତ୍ର ସଚେତନତା ।

0 3

ପୋଲସରା ,୦୨/୦୯(ପିପିଟି ):ପୋଲସରା ବିଜ୍ଞାନ ମହାବିଦ୍ୟାଳୟରେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ନିର୍ଦେଶ କ୍ରମେ ପୋଲସରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ଏନଏସଏସ ର ମିଳିତ ଆନୁକୂଲ୍ୟରେ ଇଣ୍ଟେନସିଫାଇଡ ଆଇସି କ୍ୟାମ୍ପେନ ଦ୍ୱାରା ଏଡସ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ସଚେତନତା ମୂଳକ କାର୍ଯ୍ୟକ୍ରମ କୁ ମହାବିଦ୍ୟାଳୟର ଅଧ୍ୟକ୍ଷ ତଥା ସମ୍ପାଦକ ଡ଼ଃ ଭଗବାନ ତ୍ରିପାଠୀ ଶୁଭ ଉଦଘାଟନ କରିବା ସହ ଏଡସ ରୋଗର ଲକ୍ଷଣ, ନିରାକରଣ, ଛାତ୍ର ଛାତ୍ରୀ ଙ୍କ ଦାୟିତ୍ୱ କର୍ତ୍ତବ୍ୟ ସମ୍ପର୍କରେ ମତପୋଷଣ କରିଥିଲେ । ସମ୍ମାନିତ ଅତିଥି ଭାବରେ ଶିକ୍ଷା ବିଭାଗ ର ମୁଖ୍ୟ ତଥା ଏନଏସଏସ ସଂଯୋଜକ ପ୍ରକାଶ ଚନ୍ଦ୍ର ସାହୁ, ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପୋଲସରାର ଆଇସିଟିସି କାଉନ ସେଲର ମନୋଜ କୁମାର ଜେନା, ଉଦ୍ଭିଦ ବିଜ୍ଞାନ ଅଧ୍ୟାପକ ଦେବାଶିଷ ସ୍ୱାଇଁ, ଅରୁଣା ସଂଗଠନର ଜୋନାଲ ସୁପରଭାଇଜର ବାଳକୃଷ୍ଣ ସାହୁ, କ୍ଲଷ୍ଟର ଲିଙ୍କ ୱାର୍କର ଟିକି ପ୍ରଧାନ, କିରନ ସାହୁ ପ୍ରମୁଖ ମଞ୍ଚାସୀନ ହୋଇ ଏଡସ ରୋଗର ଲକ୍ଷଣ,ଏଚଆଇଭି ଏଡସ ପରୀକ୍ଷାର ଆବଶ୍ୟକତା ସମ୍ପର୍କ ରେ ବକ୍ତବ୍ୟ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ । ଏହି ସଚେତନତା କାର୍ଯ୍ୟକ୍ରମକୁ ଅଧ୍ୟାପକ ଦେବାଶିଷ ସ୍ୱାଇଁ ସଂଯୋଜନା କରିଥିବା ବେଳେ ଶିକ୍ଷା ବିଭାଗର ଅଧ୍ୟାପକ ଶ୍ରୀକାନ୍ତ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ।
ରିପୋର୍ଟ-ସନ୍ତୋଷ କୁମାର ପଣ୍ଡା

Leave A Reply

Your email address will not be published.