ଅବସରପ୍ରାପ୍ତ ଶିକ୍ଷକ ସୂର୍ଯ୍ୟନାରାୟଣ ପାଣିଗ୍ରାହୀଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା।

0 0

ପୋଲସରା,୩୧/୦୮(ପିପିଟି ):ପୋଲସରା ବ୍ଲକ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘ(ପିଷ୍ଟା) ଫକ୍ଷରୁ ଗତ ଜୁଲାଇ ମାସ ୩୧ ତାରିଖ ଦିନ ଏହି ବ୍ଲକର ମଧୁପଲ୍ଲୀ ଗ୍ରାମ ପଞ୍ଚାୟତ ସ୍ଥିତ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଜିଲୁଣ୍ଡାରୁ ଅବସର ନେଇଥିବା ଆଦର୍ଶ ଶିକ୍ଷକ ସୂର୍ଯ୍ୟ ନାରାୟଣ ପାଣିଗ୍ରାହୀଙ୍କୁ ବିଦାୟକାଳୀନ ଭାବବିହ୍ଵଳ ସମ୍ବର୍ଦ୍ଧନା ଦିଆଯାଇଛି । ପୋଲସରା ସ୍ଥିତ ଶିକ୍ଷକ ସଂଘ ଭବନ ଠାରେ ଆୟୋଜିତ କାର୍ଯ୍ୟକ୍ରମକୁ ସଂଘ ସଭାପତି ତଥା ଶିକ୍ଷକ ସନ୍ୟାସୀ ସାହୁ ଅଧ୍ୟକ୍ଷତା କରିଥିବା ବେଳେ ସମ୍ପାଦକ ଦିଲ୍ଲୀପ କୁମାର ସେଠୀ ସମ୍ପାଦନା ଦାୟିତ୍ୱ ତୁଲାଇଥିଲେ । ସଦସ୍ୟ ତଥା ବଡ଼ପଙ୍କଳବାଡ଼ି ସିଆରସିସି ଜିତେନ୍ଦ୍ର କୁମାର ପାଢ଼ୀଙ୍କ ସଂଯୋଜନାରେ ସଂଘର କୋଷାଧ୍ୟକ୍ଷ ତଥା ଶିକ୍ଷକ ସୁଶାନ୍ତ କୁମାର ଡାକୁଆଙ୍କ ସମେତ କାର୍ଯ୍ୟକ୍ରମରେ ବିଭିନ୍ନ ବିଦ୍ୟାଳୟରୁ ଆସି ଯୋଗଦେଇଥିବା ଶିକ୍ଷକ ଶିକ୍ଷୟିତ୍ରୀ ବୃନ୍ଦ ଅବସର ନେଇସାରିଥିବା ସୂର୍ଯ୍ୟ ନାରାୟଣ ପାଣିଗ୍ରାହୀ ଜଣେ ମୃଦୁଭାଷୀ, ଦକ୍ଷତା ସମ୍ପନ୍ନ, ସ୍ଥିତପ୍ରଜ୍ଞା, ଉତ୍ତମ ବ୍ୟବହାର ଓ ଛାତ୍ରବତ୍ସଳ, ଗୁଣ ସମ୍ପନ୍ନ ବ୍ୟକ୍ତି ବୋଲି କହିଥିଲେ । ତାଙ୍କର ଅବସର ପରବର୍ତ୍ତୀ ଜୀବନ ସୁଖ, ନିରାମୟ ହେବା ପାଇଁ ପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିଥିଲେ । ଏହି ଅବସରରେ ସଂଘ ପକ୍ଷରୁ ସୂର୍ଯ୍ୟ ନାରାୟଣଙ୍କୁ ଉତ୍ତରୀୟ, ପୁଷ୍ପଗୁଚ୍ଛ ସହିତ ସମ୍ବର୍ଦ୍ଧନା ପତ୍ର ପ୍ରଦାନ କରାଯାଇ ସମ୍ବର୍ଦ୍ଧନା ଦିଆଯାଇଥିଲା । ପରେ ସମ୍ବର୍ଦ୍ଧିତ ଶିକ୍ଷକ ଭାବବିହ୍ୱଳ କଣ୍ଠରେ ଜୀବନ ଗତ ୨୦୦୬ ସାଲରୁ ଆରମ୍ଭ ଶିକ୍ଷାଦାନ କର୍ମମୟ ଜୀବନ ଠାରୁ ଆରମ୍ଭ କରି ଗତ ତା-୩୦/୭/୨୦୨୬ ରିଖ ପର୍ଯ୍ୟନ୍ତ ଦୀର୍ଘ ୩୦ ବର୍ଷ କାଳ ସମୟର ଅନୁଭୂତି ବର୍ଣ୍ଣନା କରିବା ସହିତ ତାଙ୍କୁ ସହଯୋଗ କରିଥିବା ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ବନ୍ଧୁଙ୍କ ସମେତ କାର୍ଯ୍ୟାଳୟରୁ ମିଳିଥିବା ସହଯୋଗ ପାଇଁ ସମସ୍ତଙ୍କୁ ଆନ୍ତରିକ ଧନ୍ୟବାଦ ସହିତ କୃତଜ୍ଞତା ଜଣାଇଥିଲେ । ଶେଷରେ କର୍ମକର୍ତ୍ତା ତଥା ଗଣ ଯୋଗାଯୋଗ ବିଭାଗ ଶିକ୍ଷକ ବସନ୍ତ ମହାରଣା ଭାବପୂର୍ଣ୍ଣ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଯୋଗଦେଇ ସଫଳ କରିବାରେ ସହଯୋଗ କରିଥିବା ସମସ୍ତଙ୍କୁ ଆନ୍ତରିକ ଧନ୍ୟବାଦ ଅର୍ପଣ କରିଥିଲେ ।

ରିପୋର୍ଟ: ସନ୍ତୋଷ କୁମାର ପଣ୍ଡା

Leave A Reply

Your email address will not be published.