କୋଦଳା ଠାରେ ଦକ୍ଷିଣ ଓଡିଶା ସାହିତ୍ୟ ସମିଳନୀ ତରଫରୁ ପ୍ରତିଭା ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ ।

0 105

କୋଦଳା,୧୯/୦୮(ପିପିଟି ): ବୁଧବାର ଗଞ୍ଜାମ ଜିଲ୍ଲା କୋଦଳା ଶ୍ରୀ ଦଣ୍ଡିଶ୍ୱର ମନ୍ଦିର ପରିସର ଠାରେ କୋଦଳା ‘ସ୍ୱାଭିମାନ ସୁରକ୍ଷା ମଞ୍ଚ’ ଆନୁକୂଲ୍ୟରେ “ଦକ୍ଷିଣ ଓଡିଶା ସାହିତ୍ୟ ସମିଳନୀ” କୋଦଳା ତରଫରୁ “ପ୍ରତିଭା ସମ୍ବର୍ଦ୍ଧନା ସମାରୋହ”  ଅନୁଷ୍ଠିତ ହୋଇଯାଇଛି । କୋଦଳା ସ୍ୱାଭିମାନ ମଞ୍ଚ ଆବାହକ ତଥା ସାହିତ୍ୟ ସମିଳନୀ ଅଭ୍ୟର୍ଥନା କମିଟି ଅଧ୍ୟକ୍ଷ ସନ୍ତୋଷ କୁମାର ନାୟକଙ୍କ ସଭାପତିତ୍ବ ଏବଂ ଦକ୍ଷିଣ ଓଡିଶା ସାହିତ୍ୟ ସମିଳନୀ ମହାସଚିବ ଦଣ୍ଡପାଣି ମହାପାତ୍ରଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ଓଡିଶା ଉଚ୍ଚ ନ୍ୟାୟାଳୟ ପୂର୍ବତନ ନ୍ୟାୟମୂର୍ତ୍ତି  ବିଶ୍ୱନାଥ ମହାପାତ୍ର ଯୋଗଦେଇ ମହାପ୍ରଭୁ ଜଗନ୍ନାଥଙ୍କ ସମୁଖରେ ପ୍ରଦୀପ ପ୍ରଜ୍ବଳନ କରି ଅନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ ।ସାହିତ୍ୟ ହେଉଛି ସମାଜର ଦର୍ପଣ ଏବଂ ସଂସ୍କୁତି ଓ ସମୃଦ୍ଧିର ପ୍ରତୀକ , ସାହିତ୍ୟକ ହେଉଛି ଏକାଧାରାରେ ସମାଜର ସ୍ରଷ୍ଟା, ପାଳକ, ଵିଧ୍ଵଂସକ । ସାହିତ୍ୟକର କଲମର ମୂଲ୍ୟ ଯେକୌଣସି ମାରଣାସ୍ତ୍ରଠୁ ବି ଅଧିକ ଶକ୍ତିଶାଳୀ । ବୋଲି ନ୍ୟାୟମୁର୍ତ୍ତି ଶ୍ରୀ ମହାପାତ୍ର ତାଙ୍କ ବକ୍ତବ୍ୟରେ ମତ ପୋଷଣ କରିଥିଲେ । ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ଡକ୍ଟର ଗୀତାଞ୍ଜଳି ଦାସ ମୁଖ୍ୟବକ୍ତା ଭାବେ ଯୋଗଦେଇ ଅଷ୍ଟଦୁର୍ଗ ମାଟିର ଜ୍ଞାନ ତପସ୍ୱି -ସଂସ୍କୃତ ସାହିତ୍ୟର ପ୍ରବୀଣ ପ୍ରତିଭା ପୁଣ୍ୟଶ୍ଳୋକ ପଣ୍ଡିତ ବାସୁଦେବ ମିଶ୍ରଙ୍କ ସ୍ମୃତି ଉଜାଗର କରିଥିଲେ । ପୂର୍ବତନ ଓଡିଶା ସାହିତ୍ୟ ଏକାଡେମୀର ସଚିବ ତଥା ଅଧିକ୍ଷିକା ଏବଂ ଓଡିଶା ସରକାରଙ୍କ ରାଜ୍ୟ ସଂଗ୍ରହାଳୟ ଓ ସଂସ୍କୃତି ବିଭାଗ ସଚିବ ଜୟନ୍ତୀ ରଥ ସମ୍ନାନୀତ ଅତିଥି ଭାବେ ଯୋଗଦେଇ ଓଡ଼ିଆ ଜାତିର ଇତିହାସରେ ସାହିତ୍ୟର ବିଶିଷ୍ଠ ପ୍ରତିଭା ସତ୍ୟନାରାୟଣ ରାଜଗୁରୁଙ୍କ ଅମୁଲ୍ୟ ଯୋଗଦାନ ଏବଂ ତାଙ୍କର ପ୍ରଗାଢ଼ ପାଣ୍ଡିତ୍ୱ ଉପରେ ଆଲୋକପାତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଦକ୍ଷିଣ ଓଡିଶା ସାହିତ୍ୟ ସମ୍ମିଳନୀର ସଭାପତି ତଥା ବିପ୍ଲବୀ କବି ପ୍ରଶାନ୍ତ ମିଶ୍ର, ବଲାଙ୍ଗୀରର କେନ୍ଦ୍ରୀୟ ନବୋଦୟ ବିଦ୍ୟାଳୟ ଅଧ୍ୟାପକ ବନବିହାରୀ ଦାଶ ଯୋଗଦେଇ ସମାଜରେ ସାହିତ୍ୟର ଭୂମିକା ଅତ୍ୟନ୍ତ ଭାବେ ଗୁରୁତ୍ୱ ବହନ କରେ ଏବଂ ସାହିତ୍ୟକୁ ଭଲ ନପାଇଲେ ଆମର ପୁରାତନ ସଭ୍ୟତା, ସଂସ୍କୃତି, ପରମ୍ପରା ଆଦି ନଷ୍ଟ ହୋଇଯିବ ବୋଲି ମତପ୍ରକାଶ କରିଥିଲେ । ଏହି ଅବସରରେ ଡକ୍ଟର ବିଭୂପ୍ରଭା ରଥଙ୍କ ପୌରାଣିକ ଉପନ୍ୟାସ ‘ମେଘାମ୍ବରୀ’ ଏବଂ ଜୟସେନ ପ୍ରଧାନଙ୍କ ‘ସ୍ମୃତିର ଅକ୍ଷର’ ଓ ‘ଗଳ୍ପ ମଞ୍ଜରୀ’ ପୁସ୍ତକ ଲୋକାର୍ପିତ ହୋଇଥିଲା । ଉକ୍ତ ସମାରୋହ ବହୁସଂଖ୍ୟାରେ ସାହିତ୍ୟ ପ୍ରେମୀ ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳ ରୂପାୟନ କରିଥିବାବେଳେ ସାହିତ୍ୟ ସମାଜର ବିଭିନ୍ନ କ୍ଷେତ୍ରରେ କୃତିଲାଭ କରିଥିବା ପ୍ରତିଭା ମାନଙ୍କୁ ଉପଢୌକନ ସହ ପ୍ରମାଣପତ୍ର ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା ।

Leave A Reply

Your email address will not be published.