ବେଗୁନିଆପଡା,୧୮/୦୮(ପିପିଟି): ଜଗତା କେନାଲ ନାଳରେ ପାଣି ନଆସିବା ଏବଂ ଜଳସେଚନ ସମସ୍ୟା ନେଇ ଗଞ୍ଜାମ ଜିଲ୍ଲା କୋଦଳା ତହସିଲ ଅଧିନସ୍ଥ ଫାସି, ବିଲିପଡ଼ା ଓ ନାଠୁଳି ରଘୁନାଥପୁର ଗ୍ରାମବାସୀ ଚାଷୀମାନେ ମିଳିତ ହୋଇ ମଙ୍ଗଳବାର ଦିନ କୋଦଳା ତହସିଲଦାର ବିନ୍ଦୁ ବଳୟ ରାଉତରାୟଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି । ପ୍ରାପ୍ତ ସୂଚନାରୁ ପ୍ରକାଶ ଉପରୋକ୍ତ ଗ୍ରାମ ଗୁଡିକରେ ପ୍ରାୟ ହଜାରେ ଏକରରୁ ଉର୍ଦ୍ଧ୍ବ ଚାଷ ଜମି ଅଛି । ବର୍ଷା ଲୁଚକାଳି ଖେଳରେ ଚଳିତ ଧାନ ଫସଲ ପାଇଁ ଚାଷୀମାନେ ଜଗତା କେନାଲ ଉପରେ ନିର୍ଭର କରିଛନ୍ତି । କିନ୍ତୁ ଉପର ମୁଣ୍ଡେ ଥିବା ଫାସି ଗ୍ରାମର ଦୋକାନୀ ମାନେ ଉକ୍ତ କେନାଲ ନାଳ ଉପରେ ଆବର୍ଜନା ପକାଇ ନାଳକୁ ଜାମ କରୁଥିବା ଚାଷୀମାନେ ଅଭିଯୋଗ କରିଛନ୍ତି । ନାଳ ଜାମ ଯୋଗୁଁ ଚାଷୀଙ୍କ ଜମିରେ ପାଣିମାଡୁନୀ, ପାଣି ର ଅଭାବରେ ଧାନ ରୁଆରେ ବ୍ୟାଘତ ଘଟି ଫସଲ ହାନି ହୋଇ ନାନାଦି ସମସ୍ୟାର ସମୁଖୀନ ହେଉଛନ୍ତି । ତେଣୁ ଏଥିରେ ହସ୍ତକ୍ଷପ ଚାଷୀଙ୍କୁ ଉପଯୁକ୍ତ ନ୍ୟାୟ ପ୍ରଦାନ କରି ଜମିକୁ ପାଣିର ସୁବିଧା କରାଇବାକୁ କୋଦଳା ତହସିଲଦାର ଶ୍ରୀ ରାଉତରାୟଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି ।