ପୋଲସରା ,୧୮/୦୮(ପିପିଟି) : ଓଡ଼ିଶା ସରକାରଙ୍କ ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶ କ୍ରମେ ” ଶକ୍ତିଶ୍ରୀ ସଶକ୍ତିକରଣ ପ୍ରକୋଷ୍ଠ” କାର୍ଯ୍ୟକ୍ରମ ମାଧ୍ୟମରେ ବୁଗୁଡ଼ା ପିପୁଲସ କଲେଜର ଯୁକ୍ତ ତିନି ପ୍ରଥମ ବର୍ଷର ଛାତ୍ରୀମାନଙ୍କ ପାଇ ଛଅ ଦିବସୀୟ ଆତ୍ମ ସୁରକ୍ଷା ତାଲିମ ଶିବିର ୧୧/୦୮ ତାରିଖ ଦିନ ଆରମ୍ଭ ହୋଇଥିଲା । ” ଶକ୍ତିଶ୍ରୀ ସଶକ୍ତିକରଣ ପ୍ରକୋଷ୍ଠ” ସଂଯୋଜିକା ଅଧ୍ୟାପିକା ଡକ୍ଟର ରଶ୍ମିତା କୁମାରୀ ପଟ୍ଟାୟକଙ୍କ ତତ୍ତ୍ୱାବଧାନରେ ଛଅ ଦିନ ପର୍ଯ୍ୟନ୍ତ ଶାନ୍ତି ଶୃଙ୍ଖଳା ସହ ଚାଲିଥିବା ଆତ୍ମ ସୁରକ୍ଷା ତାଲିମ ୧୮/୦୮ ତାରିଖ ଦିନ ସମାପ୍ତ ହୋଇଯାଇଛି। ଉଦଯାପନୀ କାର୍ଯ୍ୟକ୍ରମରେ କଲେଜର ପ୍ରିନ୍ସିପାଲ ଭଗବାନ ଶତପଥୀ ଅଧ୍ୟକ୍ଷତା କରିଥିବା ବେଳେ ଅତିଥି ଭାବେ ପଦାର୍ଥ ବିଜ୍ଞାନ ବିଭାଗ ମୁଖ୍ୟ ଅଧ୍ୟାପକ ସୁଶାନ୍ତ କୁମାର ସାହୁ, ଉଦ୍ଭିଦ ବିଜ୍ଞାନ ମୁଖ୍ୟ ଅଧ୍ୟାପକ ଡ଼କ୍ଟର ଜୟରାମ ବିଷୋୟୀ ଓ କ୍ରୀଡ଼ା ଅଧ୍ୟାପକ କ୍ରିଷ୍ଣା ରାଓ ପାତ୍ର ଯୋଗଦେଇଥିଲେ। ୬ ଦିନ ପର୍ଯ୍ୟନ୍ତ ଅନୁଷ୍ଠିତ ଆତ୍ମ ସୁରକ୍ଷାର ତାଲିମ ଶିବିରରେ ମାଷ୍ଟର ଟ୍ରେନର ଭାବେ ପୁରାର୍ଣି ସ୍ୱାଇଁ ଓ ପ୍ରିୟଙ୍କା ସ୍ୱାଇଁ ଯୋଗଦେଇ ଛାତ୍ରୀମାନଙ୍କୁ ଆତ୍ମ ସୁରକ୍ଷାର ବିଭିନ୍ନ କୌଶଳ ସମ୍ପର୍କରେ ତାଲିମ ପ୍ରଦାନ କରିଥିଲେ। ଛାତ୍ରୀମାନେ ତାଲିମ ଗ୍ରହଣ କରିଥିବା ବିଭିନ୍ନ ଆତ୍ମ ସୁରକ୍ଷା କୌଶଳ ଅତିଥି ବୃନ୍ଦଙ୍କ ସମ୍ମୁଖରେ ପ୍ରଦର୍ଶିତ କରିଥିଲେ। ଅତିଥି ବୃନ୍ଦ ଛାତ୍ରୀ ବୃନ୍ଦଙ୍କ ତାଲିମ କାର୍ଯ୍ୟକ୍ରମରେ ସନ୍ତୋଷ ପ୍ରକାଶ କରିବା ସହ ପ୍ରତ୍ୟହ ଏହା ଅଭ୍ୟାସ ଜାରି ରଖିବାକୁ ପରାମର୍ଶ ଦେଇଥିଲେ। ଶେଷରେ ସଂଯୋଜିକା ଅଧ୍ୟାପିକା ଡକ୍ଟର ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ।
ରିପୋର୍ଟ- ସନ୍ତୋଷ କୁମାର ପଣ୍ଡା