“ନିଚ୍ଛକ୍‌”ରେ ଜାତୀୟ ଦିବସ ପାଳିତ ।

0 185

ସ୍ଥାନୀୟ ଏଜି ଛକ ସ୍ଥିତ ‘ନିଚ୍ଛକ୍‌’ ପକ୍ଷରୁ ୮୦ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି। ଦୈନିକ ‘ଆମ ରାଜଧାନୀ’ ସମ୍ବାଦପତ୍ରର ସମ୍ପାଦକ ତଥା ରାଜ୍ୟର ଜଣାଶୁଣା ବର୍ଷିୟାନ୍ ସାମ୍ବାଦିକ ଶ୍ରୀ ରବି ଦାସ ଅତିଥି ଭାବେ ଯୋଗ ଦେଇ ତ୍ରିରଙ୍ଗା ଉତ୍ତୋଳନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ସମ୍ବାଦିକ ରମେଶ ମହାନ୍ତି, ପ୍ରଫୁଲ୍ଲ ଦାସ, ମୁରଲୀଧର ମିଶ୍ର, ପ୍ରମୋଦ ସାମନ୍ତରାୟ, ପ୍ରଦ୍ୟୁମ୍ନ ମହାନ୍ତି, ଆଲୋକ ଭାଇ, ରାଜୁ ବାବୁ, ବୁବୁ ଭାଇ, ମଣ୍ଟୁ ପାତ୍ର, ପିଣ୍ଟୁ ବାବୁ, ବାବୁ ଭାଇ, ସଞ୍ଜୁ ଭାଇ, ବୁଲା ଭାଇ ପ୍ରମୁଖ ଉପସ୍ଥିତ ଥିଲେ। ରାଜୁ ସାହୁ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ଗଣତନ୍ତ୍ରର ମହାନ୍ ପର୍ବ ପାଳନ ଅବସରରେ ଶେଷରେ ସମସ୍ତଙ୍କୁ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା।

Leave A Reply

Your email address will not be published.