ଦିବଂଗତ କେ ଭାସ୍କର ପାତ୍ରଙ୍କ ୭୭ ତମ ଜନ୍ମ ବାର୍ଷିକୀ ସ୍ମୃତିରେ ରକ୍ତଦାନ ଶିବିର।

0 0

ବେଗୁନିଆପଡା,୧୫/୦୮(ପିପିଟି ):ଅଙ୍ଗାର ଗାଁ ସ୍ଥିତ ମା କାଜୁ ଇଣ୍ଡଷ୍ଟ୍ରି ପରିସରରେ ସ୍ୱାଧୀନତା ଦିବସ ଅବସରରେ ବିଶିଷ୍ଟ ବ୍ୟବସାୟୀ ତଥା ସମାଜସେବୀ ଦିବଂଗତ କେ ଭାସ୍କର ପାତ୍ରଙ୍କ ୭୭ ତମ ଜନ୍ମ ବାର୍ଷିକୀ ସ୍ମୃତିରେ ଆୟୋଜିତ ରକ୍ତଦାନ ଶିବିରରେ ୭୦ ଜଣ ରକ୍ତଦାନ କରିଛନ୍ତି। ମା କାଜୁ ଇଣ୍ଡଷ୍ଟ୍ରି, ପଦ୍ମାବତୀ କାଜୁ ଇଣ୍ଡଷ୍ଟ୍ରି, ଜୀବନ ଧାରା ପକ୍ଷରୁ ଆୟୋଜିତ ଏହି ଶିବିରକୁ କୋଦଳା ତହସିଲଦାର ବିନ୍ଦୁ ବଳୟ ରାଉତରାୟ ଉଦଘାଟନ କରିଥିବା ବେଳେ ସ୍ବର୍ଗତ ପାତ୍ରଙ୍କ ଧର୍ମପତ୍ନୀ କେ ପ୍ରମିଳା ପାତ୍ର, ବଡ଼ ପୁଅ କେ ପ୍ରଦୀପ କୁମାର ପାତ୍ର, ବୋହୁ କେ ନିରୁପମା ପାତ୍ର, ସାନ ପୁଅ କେ ପ୍ରଶାନ୍ତ କୁମାର ପାତ୍ର,ନାତି କେ ଅନିଲ କୁମାର ପାତ୍ରଙ୍କ ସମେତ ବିଭିନ୍ନ ଜନ ପ୍ରତିନିଧି,ଜୀବନ ଧାରା ପରିବାରର ସଦସ୍ୟ ଙ୍କ ସମେତ ବହୁ ସଦସ୍ୟ ଉପସ୍ଥିତ ଥିଲେ। ବ୍ରହ୍ମପୁର ଏମ କେ ସି ଜି ରକ୍ତ ଭଣ୍ଡାର ପକ୍ଷରୁ ଡା. ବି ଏଲ ରେଡି, ରିଙ୍କୁ ସାହୁ, ପି କେ ସୁବୁଦ୍ଧି, ଦେବାଶିଷ ପଣ୍ଡା, ଗୋପାଳ କୃଷ୍ଣ ସାହୁ, ଡି ବି କାର୍କେ, ବସନ୍ତ କୁମାର ବେହେରା, ସାଇ ଜଗନ ସାହୁ, ଶୁଭଜିତ ନନ୍ଦ, ସୁଦୀପ୍ତ ରାଉଳ, ଶୁକଲାଲ ପାଲେୟ।, ଅମିତ ଗୌଡ଼,ପ୍ରମୁଖ ରକ୍ତ ସଂଗ୍ରହ କରିଥିଲେ।ଏହି ଅବସର ରେ ସମସ୍ତ ପରିବାର ଙ୍କ ଉପସ୍ଥିତି ରେ କେ. ପ୍ରଦୀପ କୁମାର ପାତ୍ର ଆଗାମୀ ଦିନରେ ଏହି କାର୍ଯ୍ୟକ୍ରମ କୁ ଗୋଟିଏ ସ୍ଥାନରେ ସୀମିତ ନ ରଖି ସ୍ବର୍ଗତ ବାପା ଭାସ୍କର ପାତ୍ର ଙ୍କ ନାମରେ ଏକ ଟ୍ରଷ୍ଟ ତିଆରି କରି ସେହି ଟ୍ରଷ୍ଟ ମାଧ୍ୟମ ରେ ବ୍ଲକ ର ବିଭିନ୍ନ ସ୍ଥାନରେ କେବଳ ରକ୍ତଦାନ ନୁହଁ ପ୍ରତ୍ୟକ ସାମାଜିକ କାର୍ଯ୍ୟକ୍ରମ ଯଥା ସ୍ୱାସ୍ଥ୍ୟଶିବିର, କ୍ରୀଡା, ଓ ବିଭନ୍ନ ସାମୁହିକ କାର୍ଯ୍ୟକ୍ରମ ମାନ କରିବା ପାଇଁ ନିଷ୍ପତ୍ତି ନେଇ ଏହାର ଅଗ୍ରଗତି ନିମନ୍ତେ ତହସିଲଦାର ଙ୍କ ସହିତ ଆଲୋଚନା କରି ଗଣ ପ୍ରତିନିଧି ମାନଙ୍କୁ ସୂଚାଇ ଥିଲେ ।

ରିପୋର୍ଟ -ସୂର୍ଯ୍ୟ ନାରାୟଣ ବଡୁ

Leave A Reply

Your email address will not be published.