ବେଲଗୁଣ୍ଠା ବିଜ୍ଞାପିତ ଅଞ୍ଚଳ ପରିଷଦର ସ୍ଵତନ୍ତ୍ର ବୈଠକ ;  ସ୍ଵାଧୀନତା ଦିବସ ଏବଂ ସ୍ଥାନୀୟ ସ୍ୱାୟତ୍ତ ଶାସନ ଦିବସ ପାଳନ ସମ୍ପର୍କରେ ଆଲୋଚନା ।

0 183

ବେଲଗୁଣ୍ଠା,୦୭/୦୮, ବେଲଗୁଣ୍ଠା ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ଏକ ସ୍ବତନ୍ତ୍ର ବୈଠକ ବିଜ୍ଞାପିତ ଅଞ୍ଚଳ ପରିଷଦର ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି। ବେଲଗୁଣ୍ଠା ନଗରପାଳ ଫିରୋଜ କୁମାର ସେଠୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସ୍ୱତନ୍ତ୍ର ବୈଠକରେ ମୁଖ୍ୟ ଅତିଥି ରୂପେ ସୋରଡ଼ା ବିଧାୟକ ନୀଳମଣି ବିଷୋୟୀ ଯୋଗ ଦେଇଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ବେଲଗୁଣ୍ଠା କାର୍ଯ୍ୟ ନିର୍ବାହୀ ଅଧିକାରୀ ବିଭୂତି ଭୂଷଣ ବେହେରା, ସାଂସଦ ପ୍ରତିନିଧି ନାରାୟଣ ସାହୁ, ବିଧାୟକ ପ୍ରତିନିଧି ଜିତେନ୍ଦ୍ର କୁମାର ନାୟକ ଓ ସମସ୍ତ କାଉନସିଲର ଅତିଥି ରୂପେ ଉପସ୍ଥିତ ଥିଲେ। ଏହି ବୈଠକରେ ଆଗାମୀ ଅଶୀତମ ସ୍ଵାଧୀନତା ଦିବସ ଏବଂ ସ୍ଥାନୀୟ ସ୍ୱାୟତ୍ତ ଶାସନ ଦିବସ ପାଳନ ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲା। ଏଥିରେ ପତାକା ଉତ୍ତୋଳନର ସ୍ଥାନ,ବିଭିନ୍ନ ପ୍ରତିଯୋଗିତା,ପୁରସ୍କାର ବିତରଣ,ଅତିଥିଙ୍କୁ ନିମନ୍ତ୍ରଣ,କାର୍ଯ୍ୟକ୍ରମ ପରିଚାଳନା ନିମନ୍ତେ କମିଟି ଗଠନ, କାର୍ଯ୍ୟକ୍ରମର ପ୍ରଚାର ପ୍ରସାର ,ସ୍ବଚ୍ଛତା,ଆର୍ଥିକ ବ୍ୟୟ ଅଟକଳ ସହିତ ଉଭୟ କାର୍ଯ୍ୟକ୍ରମକୁ ସରସ ସୁନ୍ଦର କରିବା ଦିଗରେ ଆବଶ୍ୟକ ପଦେକ୍ଷପ ଗ୍ରହଣ କରିବା ଦିଗରେ ଆଲୋଚନା ହୋଇଥିଲା। ଏହା ସହିତ ବିଧାୟକ ଶ୍ରୀ ବିଷୋୟୀ ବିଜ୍ଞାପିତ ଅଞ୍ଚଳ ପରିଷଦର ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରିଥିଲେ। ଜନସାଧାରଣଙ୍କ ହିତ ଦୃଷ୍ଟିରୁ ବେଲଗୁଣ୍ଠା ବିଜ୍ଞାପିତ ଅଞ୍ଚଳ ପରିଷଦର ହୋଲଡିଂ ଟେକ୍ସ ଉପରେ ଆଲୋଚନା କରି ପଦେକ୍ଷେପ ନେବାକୁ ବିଧାୟକ ଶ୍ରୀ ବିଷୋୟୀ ନଗରପାଳ ଓ କାଯ୍ୟନିର୍ବାହୀ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ। ବିଜ୍ଞାପିତ ଅଞ୍ଚଳ ପରିଷଦର କର୍ମଚାରୀମାନେ ବୈଠକ ପରିଚାଳନାରେ ସହଯୋଗ କରିଥିଲେ।

ରିପୋର୍ଟ -ସୁଶାନ୍ତ କୁମାର ବେହେରା

Leave A Reply

Your email address will not be published.