ଯାଜପୁର ,୦୨/୦୮(ପିପିଟି):ଧର୍ମଶାଳା ନିର୍ବାଚନ ମଣ୍ଡଳୀର ଲୋକମାନଙ୍କ ସମସ୍ୟା ଶୁଣିବା ସହିତ ଏହାର ତ୍ୱରିତ ସମାଧାନ କରିବାକୁ ଚେଷ୍ଟା କରିଥିବା ବିଧାୟକ ହିମାଂଶୁ ଶେଖର ସାହୁଙ୍କ ଉଦ୍ୟମକୁ ବିଭିନ୍ନ ମହଲରେ ପ୍ରସଂଶା କରାଯାଇଛି । ପ୍ରଥମଥର ପାଇଁ ଶାସକ ଗୋଷ୍ଠିର ଜଣେ ବିଧାୟକ ୱାର୍ଡ ରୁ ୱାର୍ଡ ବୁଲି ଲୋକମାନଙ୍କ ପାଖରେ ପହଁଚି ସେମାନଙ୍କ ସମସ୍ୟା ବୁଝିବା ସହିତ ସେଗୁଡିକର ସମାଧାନ କରିବା ଭଳି ଘଟଣା ପ୍ରଥମ କରି ଧର୍ମଶାଳା ନିର୍ବାଚନ ମଣ୍ଡଳୀରେ ଦେଖିବାକୁ ମିଳିଛି । ଆଜି ବିଧାୟକ ଶ୍ରୀ ସାହୁ ସାହାଣୀଢିହ ପଂଚାୟତର ୨ ଓ ୩ ନମ୍ବର ୱାଡକୁ ଯାଇ ଲୋକମାନଙ୍କ ସହିତ ସିଧା କଥା ହେବା ସହିତ ସେମାନଙ୍କ ଅସୁବିଧା ସମ୍ପର୍କରେ ପଚାରି ବୁଝିବା ସହିତ ଏହାର ସମାଧାନ କରିଛନ୍ତି । । ସେହିପରି ପୁରୁଣାବଉଳମାଳ ପଂଚାୟତର ୧ ନମ୍ବର ୱାର୍ଡ, ରାଇଛନ୍ଦା ପଂଚାୟତର ୭ ନମ୍ବର ୱାର୍ଡ , କବାଟବନ୍ଧ ପଂଚାୟତର ୪ ଓ ୫ ନମ୍ବର ୱାର୍ଡ ମର୍ଜିତାପୁର ପଂଚାୟତର ୧୧ ନମ୍ବର ୱାର୍ଡରେ ଆୟୋଜିତ ଜନ ଅଭିଯୋଗ ଶୁଣାଣୀରେ ବିଧାୟକ ଶ୍ରୀ ସାହୁ ଯୋଗଦେଇ ଲୋକମାନଙ୍କ ସହିତ ସିଧା କଥା ହେବା ସହ ସେମାନଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଅବଗତ ହୋଇ ସମସ୍ୟା ଗୁଡିକର ତ୍ୱରିତ ସମାଧାନ କରିବା ସହିତ ସମୟ ସାପେକ୍ଷ ସମସ୍ୟାକୁ ସମାଧାନ କରିବାର ପ୍ରତିସୃତି ଦେଇଛନ୍ତି । ସମୟ ସାପେକ୍ଷ ସମସ୍ୟା ଗୁଡିକୁ ସମ୍ପୃକ୍ତ ଦାୟିତ୍ୱରେ ଥିବା କର୍ମୀମାନଙ୍କୁ ସମାଧାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ସମଗ୍ର ଧର୍ମଶାଳା ନିର୍ବାଚନ ମଣ୍ଡଳୀର ସର୍ବାଙ୍ଗିନ ଉନ୍ନତି ପ୍ରକଳ୍ପେ ବିଧାୟକ ଶ୍ରୀ ସାହୁ ଉଦ୍ୟମ ଜାରିରଖିବେ ବୋଲି ସୂଚନା ଦେଇଛନ୍ତି । ଆୟୋଜିତ ଜନ ଅଭିଯୋଗ ଶୁଣାଣୀକୁ କବାଟବନ୍ଧ ଜୋନର ସଭାପତି ଶିବୁଲି ଧିର , ପ୍ରଭାରୀ ରାଜେଶ କୁମାର ପାଳ, ଅଭିଷେକ ରାଉତ ସମେତ ବିଭିନ୍ନ ପଂଚାୟତର ସମିତିସଭ୍ୟ ଓ ସରପଂଚମାନେ ସହାୟତା କରିଥିଲେ ।