ଥାର୍ ଗାଡ଼ିରେ ଗଞ୍ଜେଇ ଚାଲାଣ ; ଜଣେ ଗିରଫ ।

0 103

ଭଞ୍ଜନଗର, ୦୫/୧୦(ପିପିଟି): ବାରମ୍ବାର ପଡୋଶୀ କନ୍ଧମାଳ ଜିଲାରୁ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ଘଟଣା ସାମ୍ନାକୁ ଆସୁଛି। ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଅବକାରୀ ବିଭାଗକୁ ବେଆଇନ ଚୋରା ଗଞ୍ଜେଇ ଚାଲାଣ ରୋକିବାରେ ସଫଳତା ମିଳିଛି। ଗୋଟିଏ ଥାର ଗାଡ଼ି ସହ ୪୦ କେଜି ଗଞ୍ଜେଇ ଜବତ କରି ଜଣଙ୍କୁ ଗିରଫ କରାଯାଇଛି। ଅଭିଯୁକ୍ତ ଜଣକ ହେଲେ କନ୍ଧମାଳ ଜିଲ୍ଲା ସୁଡୁରକୁମ୍ପା ଗ୍ରାମର ମହେନ୍ଦ୍ର ବେହେରା।ସୂଚନା ଅନୁସାରେ ଭଞ୍ଜନଗର ଅବକାରୀ ବିଭାଗ ଏହି ଥାନା ଅଧିନ ପହଣ୍ଡା ଛକ ରେ ପ୍ରେଟୋଲିଂ କରୁଥିବା ବେଳେ ଦ୍ରୁତ ଗତିରେ ଆସୁଥିବା ଗୋଟିଏ ଥାର୍ ଗାଡ଼ି କୁ ଦେଖି ସନ୍ଦେହରେ ଅଟକାଇ ତଲାସୀ ନେବା ବେଳେ ସେଥିରୁ ବେଆଇନ ଚୋରା ଚାଲାଣ ହେଉଥିବା ୪୦ କେଜି ଗଞ୍ଜେଇ ବାହାରିଥିଲା। ଅବକାରୀ ବିଭାଗ ସମ୍ପୃକ୍ତ ବ୍ୟକ୍ତି ମହେନ୍ଦ୍ର ବେହେରାକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଜବତ ହୋଇଥିବା ଗଞ୍ଜେଇ ଓ ଗାଡ଼ିର ଆନୁମାନିକ ମୂଲ୍ୟ ୧୪ ଲକ୍ଷ ଟଙ୍କା ହେବ ବୋଲି ଜଣାପଡ଼ିଛି।ଜବତ ଗଞ୍ଜେଇ କନ୍ଧମାଳ ରୁ ରାଜଧାନୀ ଭୁବନେଶ୍ୱରକୁ ଚୋରା ଚାଲାଣ ହେଉଥିବା ଭଞ୍ଜନଗର ଅବକାରୀ ଥାନା ଓଆଇସି ବିଭୁ ପ୍ରସାଦ ସାହୁ ସୂଚନା ଦେଇଛନ୍ତି।

ରିପୋର୍ଟ -ଜେ କେ ପଟ୍ଟନାୟକ

Leave A Reply

Your email address will not be published.