ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ଅନୁଷ୍ଠିତ ।

0 0

ଭୁବନେଶ୍ୱର,୩୧/୦୭(ପିପିଟି):ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟ, ଭୁବନେଶ୍ୱରର କର୍ମଚାରୀ ବିଷ୍ଣୁ ପ୍ରସାଦ ପଟ୍ଟନାୟକଙ୍କୁ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ଶ୍ରୀ ପଟ୍ଟନାୟକ ଦୀର୍ଘ ୩୪ ବର୍ଷ ହେବ କାର୍ଯ୍ୟାଳୟ ସହ ଜଡିତ ଅଛନ୍ତି । ସେ ନିଷ୍ଠାର ସହ କାର୍ଯ୍ୟ କରି ଆଜି ନିଜ କର୍ମମୟ ଜୀବନରୁ ଅବସର ଗ୍ରହଣ କରିଛନ୍ତି ।

ଏହି ଅବସରରେ କାର୍ଯ୍ୟାଳୟ ପକ୍ଷରୁ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀଙ୍କ ସମେତ ବିଭିନ୍ନ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ । ଶ୍ରୀ ପଟ୍ଟନାୟକଙ୍କୁ ଫୁଲତୋଡ଼ା ଓ ଉତ୍ତରୀୟ ପ୍ରଦାନ କରାଯାଇଥିଲା।ଶ୍ରୀ ପଟ୍ଟନାୟକଙ୍କ କର୍ତ୍ତବ୍ୟ ନିଷ୍ଠା, କାର୍ଯ୍ୟଦକ୍ଷତାକୁ କର୍ମଚାରୀ ମାନେ ଭୁୟସୀ ପ୍ରଶଂସା କରିଥିଲେ । ଜଣେ ନିଷ୍ଠାବାନ ବ୍ୟକ୍ତି ଭାବେ ସେ ନିଜର ଦାୟିତ୍ୱ ସମ୍ପର୍ଣ୍ଣ କରିଛନ୍ତି ବୋଲି ସେମାନେ ମତବ୍ୟକ୍ତ କରିଥିଲେ ।ତାଙ୍କର ଅବସର କାଳୀନ ଜୀବନ ସୁଖ ଓ ନିରାମୟ ହେଉ ବୋଲି ଅଧିକାରୀ ମାନେ ଶୁଭକାମନା ଜଣାଇଥିଲେ ।ଏହି ଅବସରରେ କାର୍ଯ୍ୟାଳୟର ଶ୍ରୀମତୀ ମେରିଲିନା ରାଉତରାୟ, ଶ୍ରୀ ଦିଲ୍ଲୀପ ମିଶ୍ର, ମୀନା ଖାଖା, ରାମଚନ୍ଦ୍ର ପଲେଇ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.