ସ୍ବର୍ଗତ ଗୁରୁବାରୀ ବିଶ୍ୱାଳଙ୍କ ସ୍ମୃତିରେ ରକ୍ତଦାନ ଶିବିର ,୨୭ ୟୁନିଟ ରକ୍ତ ସଂଗୃହିତ ।

0 0

ବେଗୁନିଆପଡା,୨୮/୦୭(ପିପିଟି): ସ୍ବର୍ଗତ ଗୁରୁବାରୀ ବିଶ୍ୱାଳଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ଅବସରରେ ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଅନ୍ତର୍ଗତ ନୂଆଗଡ ସ୍ଥିତ ଓଡ୍ର ଖଣ୍ଡାୟତ କାଳିଞ୍ଜି ସମାଜ ସଭା ଗୃହ ପରିସରରେ ଗୁରୁବାରୀ ବିଶ୍ଵାଳ ସ୍ମୃତି ସଂସଦ, ନୂଆଗଡ ଗ୍ରାମବାସୀ ବୃନ୍ଦ, ଜୀବନ ଧାରା ପରିବାରର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ରକ୍ତଦାନ ଶିବିରରେ ୨୭ ୟୁନିଟ ରକ୍ତ ସଂଗୃହିତ ହୋଇଥିଲା । ଏହି ଶିବିରକୁ ସ୍ବର୍ଗତ ବିଶ୍ୱାଳଙ୍କ ପୁଅ ସୁଶାନ୍ତ କୁମାର ବିଶ୍ୱାଳ ଦୀପ ପ୍ରଜ୍ବଳନ କରି ଉଦଘାଟନ କରିଥିବା ବେଳେ ତାଙ୍କ ଭାଇ କୃଷ୍ଣ ଚନ୍ଦ୍ର ବିଶ୍ୱାଳ, ସନ୍ତୋଷ କୁମାର ବିଶ୍ୱାଳ, ଆରତ କୁମାର ବେହେରା ଙ୍କ ସମେତ ଜୀବନ ଧାରା ପରିବାରର ସଦସ୍ୟ ମାନେ, ନୂଆଗଡ ଗ୍ରାମବାସୀ , ଏବଂ ଏହି ଅଞ୍ଚଳର ମାଣ୍ୟ।ଗଣ୍ୟ ବ୍ୟକ୍ତିବିଶେଷ ମାନେ ପ୍ରମୁଖ ଉପସ୍ଥିତ ରହି ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ । ଏମକେସିଜି ମେଡିକାଲ ରକ୍ତ ଭଣ୍ଡାର ପକ୍ଷରୁ ରକ୍ତ ସଂଗ୍ରହ ହୋଇଥିଲା ।

ରିପୋର୍ଟ -ସୂର୍ଯ୍ୟ ନାରାୟଣ ବଡୁ

Leave A Reply

Your email address will not be published.