ମାଲକାନଗିରି ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ପକ୍ଷରୁ ବନ ମହୋତ୍ସବ ସପ୍ତାହ ପାଳିତ ।

0 36

ମାଲକାନଗିରି,୧୧/୦୭(ପିପିଟି):ରାଜ୍ୟ ଆଇନ୍ ସେବା ପ୍ରାଧିକରଣର ନିର୍ଦ୍ଦେଶକ୍ରମେ ମାଲକାନଗିରି ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ଆନୁକୂଲ୍ୟରେ ଜିଲ୍ଲାରେ ବନ ମହୋତ୍ସବ ସପ୍ତାହ ମହାସମାରୋହରେ ପାଳିତ ହୋଇଯାଇଛି। ପରିବେଶର ସନ୍ତୁଳନ ରକ୍ଷା ଏବଂ ବ୍ୟାପକ ସବୁଜିମା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଆୟୋଜିତ ଏହି ଅଭିଯାନରେ ବିଭିନ୍ନ ସ୍ଥାନରେ ଚାରା ରୋପଣ କରାଯାଇଛି। ଗତ ୦୬.୦୭.୨୦୨୬ ରିଖ ଦିନ ଜିଲ୍ଲା ଦୌରା ଜଜ୍‌ଙ୍କ ବାସଭବନ କାର୍ଯ୍ୟାଳୟ ପରିସରରେ ପ୍ରଥମ ପର୍ଯ୍ୟାୟ ବୃକ୍ଷରୋପଣ ଅନୁଷ୍ଠିତ ହୋଇଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟରେ, ୦୭.୦୭.୨୦୨୬ ରିଖ ଦିନ ମାଲକାନଗିରି ମହିଳା ମହାବିଦ୍ୟାଳୟ ପରିସରରେ ବ୍ୟାପକ ଚାରାରୋପଣ କରାଯାଇ ଛାତ୍ରୀ ଓ ସ୍ଥାନୀୟ ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଯାଇଥିଲା।ଏହି ସବୁଜ ଅଭିଯାନରେ ଜିଲ୍ଲାର ବହୁ ପ୍ରତିଷ୍ଠିତ ନ୍ୟାୟିକ ଅଧିକାରୀ ପ୍ରମୁଖ ସାମିଲ ହୋଇ ପ୍ରକୃତିର ସୁରକ୍ଷା ପାଇଁ ଆଗେଇ ଆସିଥିଲେ। କାର୍ଯ୍ୟକ୍ରମରେ ଜିଲ୍ଲା ଦୌରା ଜଜ୍ କୁମାରୀ ରାଜଲକ୍ଷ୍ମୀ ପଟ୍ଟନାୟକ, ଅତିରିକ୍ତ ଜିଲ୍ଲା ଜଜ୍ ଶ୍ରୀ ଶାନ୍ତନୁ କୁମାର ଦାଶ, ଏବଂ ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍ ଶ୍ରୀ ଡଃ ପ୍ରଦୀପ କୁମାର ପ୍ରଧାନ ଉପସ୍ଥିତ ରହି ନିଜ ହାତରେ ଚାରା ରୋପଣ କରିଥିଲେ। ଏମାନଙ୍କ ସହ ଜิଲ୍ଲା ଆଇନ୍ ସେବା ପ୍ରାଧିକରଣର ସଚିବ ଶ୍ରୀମତୀ ସୁଶ୍ରୀ ସଙ୍ଗୀତା ପାତ୍ର, ମହିଳା ଅଦାଲତର ଦଣ୍ଡାଧିକାରୀ ଶ୍ରୀମତୀ ସିଲା ପ୍ରିୟଦର୍ଶିନୀ ପଣ୍ଡା, ରେଜିଷ୍ଟ୍ରାର ଶ୍ରୀମତୀ ସୁନନ୍ଦା ପ୍ରଧାନ, ଏବଂ ବରିଷ୍ଠ ଦେୱାନୀ ବିଚାରପତି ଶ୍ରୀମତୀ ଲୋପାମୁଦ୍ରା ପ୍ରକାଶ ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।ଅନ୍ୟମାନଙ୍କ ମଧ୍ୟରେ ଉପଖଣ୍ଡ ଦଣ୍ଡାଧିକାରୀ ଶ୍ରୀମତୀ ପ୍ରତିମା ସାହୁ, ଗ୍ରାମ୍ୟ ନ୍ୟାୟାଧିଶ ଶ୍ରୀମତୀ ପରିଣିତା ନାୟକ ଓ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଦଣ୍ଡାଧିକାରୀ ଶ୍ରୀ ଆଦିତ୍ୟ କୁମାର ପୃଷ୍ଟି ପ୍ରମୁଖ ଉପସ୍ଥିତ ରହି ବୃକ୍ଷରୋପଣ କରିବା ସହ ବର୍ତ୍ତମାନର ଗ୍ଲୋବାଲ ୱାର୍ମିଂ ସମୟରେ ପ୍ରକୃତିର ସୁରକ୍ଷା କେତେ ଜରୁରୀ ସେ ବିଷୟରେ ଆଲୋକପାତ କରିଥିଲେ। କେବଳ ଗଛ ଲଗାଇବା ନୁହେଁ, ବରଂ ତା’ର ଉପଯୁକ୍ତ ରକ୍ଷଣବେକ୍ଷଣ କରି ସେଗୁଡିକୁ ବଞ୍ଚାଇ ରଖିବାକୁ ଏହି ଅବସରରେ ସମସ୍ତେ ସଂକଳ୍ପ ନେଇଥିଲେ।

(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ)

Leave A Reply

Your email address will not be published.