ବିଧାୟକଙ୍କ ଦ୍ୱାରା ନାକପୋଲ ଲକ ଛକ ଠାରେ ଅଟଳ ବସ ଷ୍ଟାଣ୍ଡର ଶିଳାନ୍ୟାସ ।

0 0

ଯାଜପୁର,୦୯/୦୭(ପିପିଟି): ଧର୍ମଶାଳା ବ୍ଲକ ଗଙ୍ଗାଧରପୁର ପଂଚାୟତ ନାକପୋଲ ଲକ ଛକ ଠାରେ ବିଧାୟକଙ୍କ କରକମଳରେ ଆଜି ଅଟଳ ବସ ଷ୍ଟାଣ୍ଡର ଶିଳାନ୍ୟାସ କରାଯାଇଛି । ଯାଜପୁର ପୂର୍ତ ବିଭାଗ ପକ୍ଷରୁ ୧୦ କୋଟି ୬୭ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଏହି ଶିଳାନ୍ୟାସ କାର୍ଯ୍ୟକ୍ରମରେ ବିଭାଗୀୟ ନିର୍ବାହୀ ଯନ୍ତ୍ରୀ ଓ କନିଷ୍ଠ ଯନ୍ତ୍ରୀ ଉପସ୍ଥିତ ରହି ଶିଳାନ୍ୟାସ କାର୍ଯ୍ୟ ସମ୍ପନ୍ନ କରିଛନ୍ତି । ସୂଚନା ଥାଉକି ସମଗ୍ର ଜିଲ୍ଲାର ଧର୍ମଶାଳା ନିର୍ବାଚନ ମଣ୍ଡଳୀରେ ଏହା ପ୍ରଥମ ଅଟଳବସଷ୍ଟାଣ୍ଡର ଶିଳାନ୍ୟାସ ହୋଇଛି । ଆଜିର ଏହି ଶିଳାନ୍ୟାସ ଉତ୍ସବରେ ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବସ ଷ୍ଟାଣ୍ଡର ଶିଳାନ୍ୟାସ କରିଛନ୍ତି । ଏହି ବସଷ୍ଟାଣ୍ଡରେ ଧର୍ମଶାଳା ବ୍ଲକର ବିଭିନ୍ନ ପଂଚାୟତକୁ ଯାଉଥିବା ବସ ଗୁଡିକ ଏଠାରେ ରହି ଯାତ୍ରୀମାନଙ୍କୁ ସେମାନଙ୍କ ଗନ୍ତବ୍ୟସ୍ଥଳରେ ନେଇ ଛପହଁଚାଇବ । ଏହି ବସ ଷ୍ଟାଣ୍ଡ ହେବା ଫଳରେ ୍‌ବ୍ଲକର ପାଖାପାଖି ୨୦ରୁ ଉର୍ଦ୍ଧ ପଂଚାୟତବାସୀ ଯାତାୟତ କରିବାରେ ଉପକୃତ ହୋଇପାରିବେ । ଏଥିସହିତ ଏହି ବସଷ୍ଟାଣ୍ଡରେ ଯାତ୍ରୀମାନଙ୍କ ପାଇଁ ପ୍ରତିକ୍ଷାଗୃହ ସହିତ ଟଏଲଏଟ ଓ ସ୍ୱଛ ପାନୀୟ ଜଳର ବ୍ୟବସ୍ଥା କରାଯିବ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏହି ଅବସରରେ ଦଳୀୟ କର୍ମୀ ଓ ସାଧାରଣ ଲୋକେ ବିଧାୟକ ଶ୍ରୀ ସାହୁଙ୍କୁ ଏକ ଶୋଭାଯାତ୍ରାରେ ବାଜା ବାଣ ବଜାଇ ଶିଳାନ୍ୟାସ ସ୍ଥଳକୁ ପାଛୋଟି ନେଇଥିଲେ । ଏହି କାର୍ଯ୍ୟକ୍ରମରେ ବିଧାୟକଙ୍କ ସହିତ ଜିଲ୍ଲା ପରିଷଦ ସଦସ୍ୟା ସ୍ମୃତିରେଖା ବେହେରା, ଗଙ୍ଗାଧରପୁର ସରପଂଚ ତ୍ରିଲୋଚନ ଜେନା, ମୁରଲି ପାଣ୍ଡବ, ସାଂସଦଙ୍କ ପ୍ରତିନିଧି କାହ୍ନୁ ଚରଣ ଦାଶ, ସଙ୍ଗଠକ ଯୁଗଳ କିଶୋର ଦାସ, ଯୁବ ସଙ୍ଗଠକ ରାଜେଶ ପାଳ,ବିଶ୍ୱଜିତ ପୃଷ୍ଟି , ରବିନ୍ଦ୍ର ବରାଳ, ମଣ୍ଡଳ ସଭାପତି ଜିତେନ୍ଦ୍ର ରାଉତ, ସିବୁଲି ଧିର ,ତୀର୍ଥରାଜ ପଣ୍ଡା,ପ୍ରଭାରୀ ଅଭିଶେକ ରାଉତ ପ୍ରମୁଖ ଉପସ୍ଥିତ ରହିଥିଲେ ।

Leave A Reply

Your email address will not be published.