ବିଧାୟକଙ୍କ ଦ୍ୱାରା କାନପୁର ଠାରୁ ଭୁବନପୁର ପର୍ଯ୍ୟନ୍ତ ରାସ୍ତାର ଶିଳାନ୍ୟାସ ।

0 23

ଯାଜପୁର,୦୫/୦୭(ପିପିଟି ): ଧର୍ମଶାଳା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ କାନପୁର ଠାରେ ଆଜି ରାସ୍ତା ଉନ୍ନତିକରଣର ଶିଳାନ୍ୟାସ କରାଯାଇଛି । ଜାରକା ଗ୍ରାମ୍ୟ ଉନୟନ ବିଭାଗ ପକ୍ଷରୁ ୪ କୋଟି ୬୨ ଲକ୍ଷ ବ୍ୟୟ ଅଟକଳରେ ହେବାକୁ ଥିବା ଏହି ରାସ୍ତାର ଶିଳାନ୍ୟାଶ ଉତ୍ସବରେ ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାନପୁର ଛକ ଠାରୁ ଭୁବନପୁର ଆରଡି ରାସ୍ତା ପର୍ଯ୍ୟନ୍ତ ହେବାକୁ ଥିବା ରାସ୍ତା ନବିକରଣର ଶିଳାନ୍ୟାସ କରିଛନ୍ତି । ଜାରକା ଗ୍ରାମ୍ୟ ଉନ୍ନୟନ ବିଭାଗର ଅଧିକ୍ଷଣ ଯନ୍ତ୍ରୀ ରାଜେଶ୍ୱରୀ ଭୋଳ, ନିର୍ବାହୀ ଯନ୍ତ୍ରୀ ଓ କନିଷ୍ଠ ଯନ୍ତ୍ରୀମାନେ ଉପସ୍ଥିତ ରହି ଶିଳାନ୍ୟାସ କାର୍ଯ୍ୟ ସମ୍ପନ୍ନ କରିଛନ୍ତି । ଏହି ରାସ୍ତା ଉପରେ ନିର୍ବାଚନ ମଣ୍ଡଳୀର ୧୦ରୁ ଉର୍ଦ୍ଧ ପଂଚାୟତବାସୀ ନିର୍ଭର କରିନ୍ତି । କିଛି ବର୍ଷ ତଳେ ନିର୍ମାଣ ହୋଇଥିବା ଏହି ରାସ୍ତା ସମ୍ପୁର୍ଣ ଭାବେ ନଷ୍ଟ ହୋଇଯାଇଥିଲା । ଏହି ରାସ୍ତାଟି ନବିକରଣ ଓ ପ୍ରସ୍ତିକରଣ ହେବା ଫଳରେ ଲୋକେ ସୁରୁଖୁରୁରେ ଯତାୟତ କରିପାରିବେ ବୋଲି ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ କୁହାଯାଇଛି । ଏହି ଅବସରରେ ଦଳୀୟ କର୍ମୀ ଓ ସାଧାରଣ ଲୋକେ ବିଧାୟକ ଶ୍ରୀ ସାହୁଙ୍କୁ ଏକ ଶୋଭାଯାତ୍ରାରେ ବାଜା ବାଣ ବଜାଇ ଶିଳାନ୍ୟାସ ସ୍ଥଳକୁ ପାଛୋଟି ନେଇଥିଲେ । ଏହି କାର୍ଯ୍ୟକ୍ରମରେ ବିଧାୟକଙ୍କ ସହିତ ଜିଲ୍ଲା ଯୁବମୋର୍ଚ୍ଚାର ସଭାପତି ସତ୍ୟସାଗର ଜେନା, ଜିଲ୍ଲାପରିଷଦ ସଦସ୍ୟା ସ୍ମୃତିରେଖା ବେହେରା, ଥାନୁଆଳ ସମିତି ସଭ୍ୟା ସାଗରିକା ଜେନା, ମଣ୍ଡଳ ସଭାପତି ଜିତେନ୍ଦ୍ର ରାଉତ, ସୁବୁଲି ଧିର , ଅଭିଶେକ ରାଉତ, ଶ୍ରୀନିବାସ ଜେନା, ଚିତରଞ୍ଜନ ଦାସ ପ୍ରମୁଖ ଉପସ୍ଥିତ ରହିଥିଲେ ।

Leave A Reply

Your email address will not be published.