ମାଲକାନଗିରି ଜିଲ୍ଲାରେ ୧୪୩୭ ପରୀକ୍ଷାର୍ଥୀ ଦେଲେ ଓଟିଇଟି ।

0 0

ମାଲକାନଗିରି,୦୫/୦୭(ପିପିଟି):ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା (ଓଟିଇଟି)-୨୦୨୬ ଆଜି ୪ଟି କେନ୍ଦ୍ରରେ ଅନୁଷ୍ଠିତ ହୋଇଯାଇଛି।
ପେପର-୧ ପରୀକ୍ଷା ସକାଳ ୯ ଘଟିକା ରୁ ଆରମ୍ଭ ହୋଇ ମଧ୍ୟାହ୍ନ ୧୧ ଟା ୩୦ ମିନିଟ୍ ପର୍ଯ୍ୟନ୍ତ ଚାଲିବା ସହ ପେପର-୨ ପରୀକ୍ଷା ଅପରାହ୍ନ ୨ଟା ରୁ ୪:୩୦ ପର୍ଯ୍ୟନ୍ତ ଚାଲିଲା ବୋଲି ଜିଲା ଶିକ୍ଷା ଅଧିକାରୀ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।
ଜିଲ୍ଲା ଶିକ୍ଷା ଅଧିକାରୀ ଚିତ୍ତରଞ୍ଜନ ପାଣିଗ୍ରାହୀଙ୍କ ଅନୁସାରେ ପ୍ରଥମ ପେପର ୪୦୦ଜଣ ଓ ଦ୍ୱିତୀୟ ପେପର ୧୦୩୭ଜଣ , ଏ ପ୍ରକାର ମୋଟ ୧୪୩୭ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିବା ବେଳେ ୧୬୫ଜଣ ଅନୁପସ୍ଥିତ ଥିଲେ ।ବର୍ଷାରେ ବିଜୁଳି କାଟ ହେଲେ ଜେନ୍ସେଟ, ପିଇବା ପାଣି, ସୁରକ୍ଷା ପାଇଁ ପୋଲିସ ମୁତୟନ ଆଦି ଜିଲ୍ଲା ପ୍ରଶାସନ ତରଫରୁ କରାଯାଇଥିଲା ଯାହା ଯୋଗୁଁ ସୁରକ୍ଷିତ ପରିବେଶରେ ପରୀକ୍ଷାଆୟୋଜନ ହୋଇଥିଲା। ପରୀକ୍ଷାରେ ଅନିୟମିତା ରୋକିବା ପାଇଁ ଆନ୍ତରିକ ଓ ବାହ୍ୟ ନିରୀକ୍ଷକ ସହ ପ୍ରତ୍ୟେକ ପରୀକ୍ଷାର୍ଥୀଙ୍କ ଉପରେ ସିସିଟିଭି ନଜରର ବ୍ୟବସ୍ଥା ବୋର୍ଡ କର୍ତ୍ତୃପକ୍ଷଙ୍କ ଦ୍ଵାରା ହୋଇଥିବା ସହ ପରୀକ୍ଷା କେନ୍ଦ୍ର ଭିତରକୁ ମୋବାଇଲ୍ ଆଦି ବର୍ଜିତ ହୋଇଥିଲା ।ପରୀକ୍ଷା ସୁପରିଚାଳନା ପାଇଁ ଜିଲ୍ଲା ଶିକ୍ଷା ଅଧିକାରୀ ସମସ୍ତ ଙ୍କୁ ଧନ୍ୟବାଦ ଜଣାଇଛନ୍ତି।

(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ)

Leave A Reply

Your email address will not be published.