ମାଲକାନଗିରି ଜିଲ୍ଲାରେ ୩୦୮.୬ ଏମ୍ ଏମ୍ ବର୍ଷା ।

0 0

ମାଲକାନଗିରି,୦୫/୦୭(ପିପିଟି):ବର୍ତ୍ତମାନ ମାଲକାନଗିରି ଜିଲ୍ଲାରେ ଲଘୁଚାପ ଜନିତ ଲଗାଣ ବର୍ଷା ଅବ୍ଯାହତ ରହିଛି। ଦୀର୍ଘ ଦିନ ହେଲା ବର୍ଷା ନ ହେବାରୁ ଲୋକଙ୍କ ମନରେ ଅଶାନ୍ତି ଲାଗି ରହିଥିଲା। ରଜ ପରବର୍ତ୍ତୀ ସମୟରେ ଓଡ଼ିଶାରେ ବର୍ଷା ହେବା କଥା କିନ୍ତୁ ପ୍ରକୃତିର ସନ୍ତୁଳନ ଧୀରେ ଧୀରେ ବିଗିଡି ଯିବାରୁ ଚଳିତ ବର୍ଷା ଋତୁରେ ମୌସୁମୀ ଜନିତ ବର୍ଷାର ସମ୍ଭାବନା କ୍ଷୀଣ ହୋଇଛି। ଏହାର ଏକମାତ୍ର କାରଣ ଏଲିନୋ ପ୍ରଭାବ ବୋଲି ପାଣିପାଗ ବିଶେଷଜ୍ଞଙ୍କ ମତ। ସେ ଯାହାହେଉ ବର୍ତ୍ତମାନ ଲଘୁଚାପ ଜନିତ ବର୍ଷା ହେବାରୁ ସମଗ୍ର ମାଲକାନଗିରି ଜିଲ୍ଲାରେ ଲଗାଣ ବର୍ଷା ଜମି ଜାରି ରହିଛି।

ଗତ ୨୪ ଘଣ୍ଟା ମଧ୍ୟରେ ମାଲକାନଗିରି ଜିଲ୍ଲାରେ ୩୦୮.୬ ମିଲିମିଟର ବର୍ଷା ହୋଇଥିବା ରେକର୍ଡ କରାଯାଇଛି। ମାଲକାନଗିରି ବ୍ଳକରେ ୨୩.୬ ମିମି, ମାଥିଲି ବ୍ଲକ୍ ରେ ୭୦ ତିମି, ଖଇରପୁଟ ବ୍ଲକରେ ୮୨ ମିମି, ଚିତ୍ରକୋଣ୍ଡା ବ୍ଲକରେ ୫୨ ମିମି,କୋରୁକୋଣ୍ଡା ବ୍ଳକରେ ୩୨ ମିମି,
କାଲିମେଳା ବ୍ଲକରେ ୨୭ ମିମି ଓ ପଡିଆ ବ୍ଳକରେ ୨୨ ମିମି ବର୍ଷା ହୋଇଥିବା ରେକର୍ଡ କରାଯାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ହାରାହାରି ୪୪.୦୯ ମିମି ବର୍ଷା ହୋଇଛି।ବର୍ତ୍ତମାନ ମାଲକାନଗିରି ଜିଲ୍ଲାରେ ବର୍ଷା ଲାଗି ରହିଛି। ଫଳରେ କୃଷି କାର୍ଯ୍ୟ ପାଇଁ ସମୟ ଅନୁକୂଳ ରହିଛି।

(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ)

Leave A Reply

Your email address will not be published.