ନିରୁଦିଷ୍ଟ ଯୁବକ ଉଦ୍ଧାର, ପରିବାର ଲୋକଙ୍କୁ ହସ୍ତାନ୍ତର କଲା ପୋଲିସ:ସେବା ସଦନର ଭୂମିକାକୁ ସାଧାରଣରେ ପ୍ରଶଂସା।

0 6

ଜଟଣୀ,୦୩/୦୭(ପିପିଟି ):ଦୀର୍ଘ ଦିନରୁ ନିରୁଦିଷ୍ଟ ଥିବା ଯୁବକ ଉଦ୍ଧାର, ସୂଚନା ପାଇ ପରିବାର ଲୋକେ ପହଞ୍ଚି ଫେରି ପାଇଲେ ନିଜ ପୁଅକୁ। କୋହ ଭରା କଣ୍ଠରେ ସାଧୁବାଦ୍ ଜଣାଇଲେ ସ୍ଥାନୀୟ ଲୋକ, ଜଟଣୀ ଥାନା ଓ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସେବା ସଦନକୁ।

ପ୍ରାପ୍ତ ସୂଚନା ଅନୁସାରେ ବିହାର ମୁଜାଫରପୁର ମୋତିହାରି ଅଞ୍ଚଳର ୨୦ ବର୍ଷୀୟ ଯୁବକ ନିତେଶ କୁମାର ମାନସିକ ଅସ୍ଥିରତା ଯୋଗୁଁ ଘରୁ ପ୍ରାୟ ଦୁଇମାସ ହେବ କେଉଁଆଡ଼େ ଚାଲିଯାଇଥିବା ବାପ ଛେଉଣ୍ଡ ପିଲା ନିତେଶ କୁମାର ସମ୍ପର୍କରେ ମୋତିହାରି ଥାନାରେ ସୂଚନା ଦେଇଥିଲେ ମାଆ କୁନ୍ତୀ ଦେବୀ।

ବିହାର ମୋତିହାରି ପୋଲିସ ଓ ପରିବାର ଲୋକ ନିରୁଦିଷ୍ଟ ନୀତିଶକୁ ନେଇ ବ୍ୟସ୍ତ, ଖୋଜା ଖୋଜି କରୁଥିବାବେଳେ ସୌଭାଗ୍ୟ ବଶତଃ ଗତ ୨୩ ତାରିଖ ରାତିରେ ଅରଗୁଳ ଷ୍ଟେସନ୍ ଓ ଲେବୁଲ କ୍ରସିଙ୍ଗ ନିକଟରେ ରେଳ ଧାରଣା ଉପରେ ଏଣେ ତେଣେ ବୁଲୁଥିବା ବେଳେ ସ୍ଥାନୀୟ ଲୋକେ ଉଦ୍ଧାର କରି ଜଟଣୀ ପୋଲିସ ଜିମା ଦେଇଥିଲେ।

ପୋଲିସ୍ ସମ୍ପୃକ୍ତ ଯୁବକକୁ ବାଛରା ସ୍ଥିତ ସେବାସଦନ୍ ଗୃହରେ ରଖାଇଥିଲେ।ଉକ୍ତ ଯୁବକ ଜଣକ ଏକ ମୋବାଇଲ୍ ନମ୍ବର ଦେଇଥିଲା ଯାହାକୁ ସାମ୍ବାଦିକ ଇଫତେଖାର ଅଲ୍ଲୀ ପାଇ ତାଙ୍କ ପରିବାର ଲୋକଙ୍କ ସହିତ ଯୋଗାଯୋଗ କରିଥିଲେ।

ଫୋନରେ କଥାବାର୍ତ୍ତା ସମୟରେ ଜଣାପଡିଲା ଉକ୍ତ ଯୁବକ ନିରୁଦିଷ୍ଟ ଅଛି,ତାକୁ ଖୋଜା ଚାଲିଛି।ସାମ୍ୱାଦିକ ଶ୍ରୀ ଅଲ୍ଲୀଙ୍କ ଠାରୁ ସୁଚନା ପାଇ ଆଜି ବୁଧବାର ଦିନ ସମ୍ପୃକ୍ତ ଯୁବକର ମାଆ କୁନ୍ତୀ ଦେବୀ ଓ ଭିଣୋଇ ଅରୁଣ କୁମାର ଜଟଣୀରେ ପହଞ୍ଚିଥିଲେ। ଶ୍ରୀ ଅଲ୍ଲୀ ତାଙ୍କୁ ଜଟଣୀ ଥାନା ଓ ସେବାସଦନ ଠାରେ ନେଇ ପହଞ୍ଚିଥିଲେ। ବିଭିନ୍ନ ପ୍ରମାଣପତ୍ର ଦେଖାଇ ତାଙ୍କ ପୁଅକୁ ନେଇ ବିହାର ମୁଜାଫରପୁର ମୋତିହାରି ଫେରିଯାଇଛନ୍ତି।

ପୁଅକୁ ସୁସ୍ଥ ଓ ସୁରକ୍ଷିତ ଅବସ୍ଥାରେ ପାଇ କୋହ ଭରା କଣ୍ଠରେ ମାଆ କୁନ୍ତୀ ଦେବୀ ସାମ୍ୱାଦିକ ଇଫତେଖାର ଅଲ୍ଲୀ,ଜଟଣୀ ଥାନା ଓ ନିଶୁଳ୍କ ସେବା ଯୋଗାଇଥିବା ସେବା ସଦନର ପରିଚାଳନା ନିର୍ଦେଶକ ଦେବାଶିଷ ପ୍ରଧାନ ଏବଂ ଅରଗୁଳର ମଧୁସୂଦନ ବେହେରା, ଅଯୋଧ୍ୟା ସୁରଜିତ ପ୍ରମୁଖଙ୍କୁ ସାଧୁବାଦ୍ ଜଣାଇଛନ୍ତି।

Leave A Reply

Your email address will not be published.