ଯାଜପୁର,୦୬/୦୯(ପିପିଟି ):ଧର୍ମଶାଳା ଅଂଚଳର ଅଗ୍ରଣୀ ସ୍ୱେଛାସେବୀ ସଙ୍ଗଠନ ଅଂଶୁମାନ ମେମୋରିଆଲ ଟ୍ରଷ୍ଟ ପକ୍ଷରୁ ଅଭାବୀ ଲୋକମାନଙ୍କୁ ସହାୟତା ପ୍ରଦାନ କରାଯାଇଛି । ବିଗତ କରୋନା ସମୟରୁ ଅଂଶୁମାନ ମେମୋରିଆଲ ଟ୍ରଷ୍ଟ ଦିନମଜୁରିଆ ଓ ଅଭାବଗ୍ରସ୍ତ ଲୋକମାନଙ୍କୁ ସହାୟତା ପ୍ରଦାନ କରିଆସୁଛି । ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁଙ୍କ ତତ୍ୱାବଧାନରେ ପରିଚାଳିତ ଟ୍ରଷ୍ଟ ମାଧ୍ୟମରେ ବିଧାୟକ ଗରିବ ଓ ଅଭାବୀମାନଙ୍କୁ ସଦାସର୍ବଦା ସହାୟତା ଯୋଗାଇ ଦେଉଛନ୍ତି । ଧର୍ମଶାଳା ନିର୍ବାଚନ ମଣ୍ଡଳୀ ସମେତ ଜିଲ୍ଲା ଓ ଜିଲ୍ଲାବାହାର ଅଭାବୀ ଲୋକମାନଙ୍କୁ ଟ୍ରଷ୍ଟ ତରଫରୁ ସହାୟତା ଯୋଗାଇ ଦିଆଯାଉଛି । ବିଧାୟକ ଶ୍ରୀ ସାହୁଙ୍କ ନିର୍ଦ୍ଦେଶକ୍ରମେ ଟ୍ରଷ୍ଟ ତରଫରୁ ଅଭାବୀ ମାନଙ୍କୁ ଆର୍ଥୀ କ ସହାୟତା ପ୍ରଦାନ କରାଯାଇଛି । ବିଧାୟକ ଶ୍ରୀ ସାହୁଙ୍କ ନିର୍ଦ୍ଦେଶକ୍ରମେ କଲେଜରେ ପାଠ ପଡୁଥିବା ଓଡିଶୋ ପଂଚାୟତ ଅର୍ତିଆ ଗ୍ରାମର ପଦ୍ମିନୀ ପରିଡାଙ୍କୁ ସାଇକେଲ କିଣିବା ପାଇଁ, ଝିଅର ମୃତ୍ୟୁ ପରେ ଏକାଦଶାହ କାର୍ଯ୍ୟ ପାଇଁ କବାଟବନ୍ଧ ଗ୍ରାମର କୁନ୍ତଳା ମଣ୍ଡଳ,ଅଭାବରେ ଚଳୁଥିବା ବରୀ ପଂଚାୟତ ଦାମଦରପୁର ଗ୍ରାମର ଶିବ ମଲିକ,ଉଚ୍ଚଶିକ୍ଷା ଲାଗି ଉତରପ୍ରତାପ ପଂଚାୟତ ନରସିଂହପୁର ଗ୍ରାମର ଶ୍ରୀକାନ୍ତ ବେହେରା,ଚିକିତ୍ସା ନିମନ୍ତେ ବାଙ୍ଗାଲୋର ସତ୍ୟସାଇ ଯିବା ଲାଗି ମହିଶରା ପଂଚାୟତ ପାରିକ୍ଷେତ ଗ୍ରାମର ରଞ୍ଜନ ବେହେରା, ମାର ଶୁଦ୍ଧିକ୍ରିୟା ପାଇଁ ମହିଶରା ପଂଚାୟତ ପାରିକ୍ଷେତ ଗ୍ରାମର ନୀଳମଣି ଦେହୁରୀଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି । ଟ୍ରଷ୍ଟର ସଦସ୍ୟମାନେ ସେମାନଙ୍କ ଘରେ ପହଁଚି ସହାୟତା ରାଶି ପ୍ରଦାନ କରିଥିବା ବେଳେ କେତେଜଣ ବିଧାୟକ ଶ୍ରୀ ସାହୁଙ୍କ କୁମରୀସ୍ଥିତ କାର୍ଯ୍ୟାଳୟରେ ପହଁଚି ସହୟତା ଗ୍ରହଣ କରିଛନ୍ତି । ଗରିବ ଓ ଅଭାବ ଅନାଟନରେ ଜୀବନ ବିତାଉଥିବା ଲୋକମାନଙ୍କୁ ଟ୍ରଷ୍ଟ ମାଧ୍ୟମରେ ଏଭଳି ସହାୟତା ପ୍ରଦାନ ଜାରିରହିବ ବୋଲି ବିଧାୟକ ଶ୍ରୀ ସାହୁ କହିଛନ୍ତି ।