ପୋଲସରା,୦୧/୦୭ (ପିପିଟି) :ଚଳିତ ୨୦୨୬ ସାଲରେ ପୋଲସରା ବ୍ଲକରେ ୩ ଦଶନ୍ଧି ଧରି ଶିକ୍ଷକତା ଭାବେ କାର୍ଯ୍ୟକରିଥିବା ପ୍ରାଥମିକ ଏବଂ ଉଚ୍ଚପ୍ରାଥମିକ ବିଦ୍ୟାଳୟ ଗୁଡିକରୁ ମୋଟ୍ ୧୩ ଜଣ ଶିକ୍ଷକ ଶିକ୍ଷୟିତ୍ରୀମାନେ ଅବସର ନେଉଛନ୍ତି । ଏମାନଙ୍କ ମଧ୍ୟରୁ ଜାନୁୟାରୀ ୩୧ ତାରିଖ ଠାରୁ ମଇ ୩୧ ତାରିଖ ମଧ୍ୟରେ ୫ ଜଣ ଅବସର ନେଇ ସାରିଥିବା ବେଳେ ଜୁନ୍ ୩୦ ତାରିଖ ମଙ୍ଗଳବାର ଦିନ ଆଉ ୪ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଅବସର ନେଇଛନ୍ତି ।
ଏହି ଚାରି ଜଣ ହେଲ ପ୍ରଧାନ ଶିକ୍ଷକ ରମେଶ ଚନ୍ଦ୍ର ବେହେରା ମଥୁରା ଗ୍ରାମ ପଞ୍ଚାୟତର (ସରକାରୀ ପ୍ରାଥମିକ ବିଦ୍ୟାଳୟ ମଥୁରା)ପ୍ରଧାନ ଶିକ୍ଷୟିତ୍ରୀ ସାନ୍ତିଲତା ଦାସ ପୋଲସରା ପୌରପରିଷଦର (ଦେଉଳପେଡି ପ୍ରାଥମିକ ବିଦ୍ୟାଳୟ)
ପ୍ରଧାନ ଶିକ୍ଷକ ପ୍ରମୋଦ ଚନ୍ଦ୍ର ସାହୁ ଘୋଡ଼ାପଲାଣ ଗ୍ରାମ ପଞ୍ଚାୟତର (କରତାଳି ପ୍ରାଥମିକ ବିଦ୍ୟାଳୟ) ଏବଂ ପ୍ରଧାନ ଶିକ୍ଷକ ବିଧାନ ବେହେରା କଣଛାଇ ଗ୍ରାମ ପଞ୍ଚାୟତର (କଣଛାଇ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ) ପ୍ରମୁଖ।
ଏହି ଅବସରରେ ବିଦ୍ୟାଳୟ ଗୁଡିକର ଶିକ୍ଷକ, ଶିକ୍ଷୟିତ୍ରୀ, ପରିଚାଳନା କମିଟି, କର୍ମଚାରୀ, ଛାତ୍ର, ଛାତ୍ରୀ, ପାଚିକା ଏବଂ ଅଙ୍ଗନବାଡି କର୍ମୀମାନଙ୍କ ପକ୍ଷରୁ ଉଚ୍ଛର୍ଷିତ ସମ୍ବର୍ଦ୍ଧନା ଦିଆଯିବା ସହିତ ଆଦର୍ଶ କର୍ମମୟ ଜୀବନର ପ୍ରଶଂସା ଏବଂ ମାନପତ୍ର ପ୍ରଦାନ ପୂର୍ବକ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଥିଲା ।
ଏହି କାର୍ଯ୍ୟକ୍ରମ ଗୁଡିକରେ ଅତିଥି ଭାବେ ପୋଲସରା ପ୍ରାଥମିକ ଶିକ୍ଷକ ସଂଘ ସଭାପତି ସୂର୍ଯ୍ୟନାରାୟଣ ପୃଷ୍ଟି, ସମ୍ପାଦକ ଅମିତାଭ ମିଶ୍ର, ଉପସଭାପତି କୃଷ୍ଣଚନ୍ଦ୍ର ପାତ୍ର, କୋଷାଧ୍ୟକ୍ଷ ସତ୍ୟନାରାୟଣ ନାୟକ ଏବଂ ଉପଦେଷ୍ଟା ଦୁର୍ଗାପ୍ରସାଦ ମହାପାତ୍ର ପ୍ରମୁଖ ଅତିଥି ଭାବେ ଯୋଗଦେଇ ସମ୍ବର୍ଦ୍ଧିତ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ସେବା କର୍ତ୍ତବ୍ୟର ପ୍ରଶଂସା କରିବା ସହିତ ଅବସର ପରବର୍ତ୍ତୀ ଜୀବନ ସୁଖ ଓ ଶାନ୍ତିରେ ଅତିବାହିତ ହେବା ପାଇଁ ପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିଥିଲେ ।
ରିପୋର୍ଟ: ସନ୍ତୋଷ କୁମାର ପଣ୍ଡା