ପୋଲସରା ,୦୧/୦୭(ପିପିଟି): ଆଜି ବୁଧବାର ପୋଲସରା ବିଚାର ବିଭାଗୀୟ ଅଦାଲତର ପଞ୍ଚମ ପ୍ରତିଷ୍ଠା ଦିବସ ସଂଘ କାର୍ଯ୍ୟାଳୟ ପରିସରରେ ଓକିଲ ସଂଘର ଆଡ଼ମ୍ବରପୂର୍ଣ୍ଣ ସହକାରେ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ପୋଲସରାର ବିଚାରପତି ଶ୍ରୀ ଏ. ଅଭିନାଶ ନାଇଡୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଅଦାଲତ ଓ ଓକିଲ ସଂଘ ମଧ୍ୟରେ ପରସ୍ପର ସହଯୋଗ, ସୌହାର୍ଦ୍ଦ୍ୟପୂର୍ଣ୍ଣ ସମ୍ପର୍କ ଏବଂ ଦକ୍ଷତାର ସହ ନ୍ୟାୟିକ କାର୍ଯ୍ୟ ପରିଚାଳନାର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ। ଏହି ଅବସରରେ ଆଲୋକପାତ କରିବା ସହ ସଙ୍ଘର ଉତ୍ତରୋତ୍ତର ଶୁଭକାମନା କରିଥିଲେ। ପୋଲସରା ଅଦାଲତରେ ବିଚାରପତି ମହୋଦୟଙ୍କର ଦୁଇ ବର୍ଷର ସଫଳ କାର୍ଯ୍ୟକାଳ ପୂର୍ତ୍ତି ଉପଲକ୍ଷେ ଉପସ୍ଥିତ ସମସ୍ତ ଆଇନଜୀବୀ ତାଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ। ଏଥିରେ କୋଦଳା ଓକିଲ ସଂଘର ସଦସ୍ୟ ନୀଳାଞ୍ଚଳ ପୋଲାଈ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିବା ବେଳେ କାର୍ଯ୍ୟକ୍ରମକୁ ଓକିଲ ସଂଘର ସଭାପତି କବିରାଜ ଦାସ, ଉପସଭାପତି ଅକ୍ଷୟ ଦାସ, ସମ୍ପାଦକ ବ୍ରଜେନ୍ଦ୍ର ସାହୁ ଏବଂ ସହ-ସମ୍ପାଦକ ବିଜୟ କୁମାର ଶାସମଲ ସୁଚାରୁରୂପେ ପରିଚାଳନା କରିଥିଲେ। ଏହି ଉତ୍ସବରେ ସଂଘର ଲକ୍ଷ୍ମୀକାନ୍ତ ପାଢ଼ୀ, ଶରତ ଚନ୍ଦ୍ର ପଟ୍ଟନାୟକ, ସିମାଞ୍ଚଳ ହୋତା, କାହ୍ନୁ ଚରଣ ସାହୁ, ପ୍ରଫୁଲ୍ଲ କୁମାର ପଣ୍ଡା, ଏ. ପ୍ରଶାନ୍ତ କୁମାର ଆଚାରୀ, ସନ୍ନ୍ୟାସୀ ସାହୁ, ସରକାରୀ ଆଇନଜୀବୀ ଅବ୍ଧେଶ ପଟ୍ଟନାୟକ, ବ୍ରଜବନ୍ଧୁ ଦଳବେହେରା, ରତ୍ନାକର ମହାନ୍ତି, ରତ୍ନାକର ପ୍ରଧାନ, ରଜନୀକାନ୍ତ ପ୍ରଧାନ, ପ୍ରହଲ୍ଲାଦ ବିଷୋୟୀ, ଅନିଳ ମହାଙ୍କୁଡ଼, ବାସୁଦେବ ଡାକୁଆ, ସୁଜ୍ଞାନୀ ସାହୁ, ଶର୍ମିଷ୍ଠା ପାତ୍ର, ଗଙ୍ଗାଧର ଦାସ, କପିଳ ପୋଲେଇ, ସୀତାକାନ୍ତ ମିଶ୍ର, ରବୀନ୍ଦ୍ର କୁମାର ପାତ୍ର, କାଶୀନାଥ ସାମନ୍ତରା ପ୍ରମୁଖଙ୍କ ସମେତ ଆହୁରି ଅନେକ ଆଇନଜୀବୀମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ ଓ ସ୍ମରଣୀୟ କରିବାରେ ସହଯୋଗ କରିଥିଲେ
ରିପୋର୍ଟ: ସନ୍ତୋଷ କୁମାର ପଣ୍ଡା