କୋଦଳା ,୨୪/୦୬(ପିପିଟି):ଖଲ୍ଲିକୋଟ ବେଦ ପ୍ରଚାର ସମିତି ପକ୍ଷରୁ ଦୁଇ ଦିନିଆ ଆଧ୍ୟାତ୍ମିକ ତଥା ବେଦ ଆଧାରିତ ସତସଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଅଛି। ଆର ସି ଏମ କଲେଜ ସମ୍ମୁଖରେ ଥିବା ଏକ ଅଭ୍ୟଥନା କକ୍ଷରେ ଦୁଇ ଦିନିଆ ସତସଙ୍ଗ କାର୍ଯ୍ୟକ୍ରମରେ ସ୍ୱାମୀ ସୁଧାନନ୍ଦ ସରସ୍ବତୀ ଯୋଗ ଦେଇ ବେଦର ପ୍ରକାର, ରଚିୟତା, ମାହାତ୍ମ୍ୟ ଉପରେ ବିସ୍ତୃତ ଆଲୋଚନା କରିବାକୁ ଯାଇ ହିନ୍ଦୁ ତଥା ସନାତନୀ ମାନଙ୍କ ପାଇଁ ବେଦର ଉପାଦେୟତା ଯଥେଷ୍ଠ ଅଧିକ ବୋଲି ମତବ୍ୟକ୍ତ କରିଥିଲେ। ସମାଜ ଧର୍ମୀ ବୈଦିକ ପୁସ୍ତକ ଠାରୁ ଆରମ୍ଭ କରି ଆତ୍ମ କଲ୍ୟାଣ ପର୍ଯ୍ୟନ୍ତ ବେଦ ମଣିଷ ଜୀବନ ରେ ଗୁରୁତ୍ୱ ପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ଏହି କାର୍ଯ୍ୟକ୍ରମରେ ଖଲ୍ଲିକୋଟ ସ୍ଥିତ କଲଟେକ କମ୍ପ୍ୟୁଟର ଏଜୁକେସନର ନିର୍ଦେଶକ ବିଶ୍ୱନାଥ ଦାସଙ୍କ ତତ୍ୱାବଧାନରେ ଶତାଧିକ ସତସଙ୍ଗୀ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଶେଷରେ ସମସ୍ତଙ୍କ ପାଇଁ ପ୍ରସାଦ ସେବନ ବ୍ୟବସ୍ଥା କରାଯାଇଥିଲା।
ରିପୋର୍ଟ -ସୂର୍ଯ୍ୟ ନାରାୟଣ ବଡୁ