” ନିଶା କୁ ନା” ଛାତ୍ର ଛାତ୍ରୀ କଲେ ସଚେତନ ।

0 58

କୋଦଳା ,୨୪/୦୬(ପିପିଟି ):ଖଲ୍ଲିକୋଟ୍ ର ସର୍ବ ପ୍ରଥମ ଓ ପୁରାତନ ନିଶା ନିବାରଣ ଅନୁଷ୍ଠାନ ଦ୍ଵାରା ରାଜ୍ୟ ସରକାରଙ୍କ ତରଫରୁ “ନିଶା ମୁକ୍ତ ଭାରତ ଅଭିଯାନ “ଆରମ୍ଭ ହୋଇଇଛି.. ଆଜି ଖଲ୍ଲିକୋଟ୍ ବ୍ଲକ୍ ଅନ୍ତର୍ଗତ ଡିମିରିଆ ପଞ୍ଚାୟତ ରେ ଥିବା ଉନ୍ନତ ପ୍ରାଥମିକ ବିଦ୍ୟାଳୟ ଠାରେ ବିଦ୍ୟାଳୟ ର ସମସ୍ତ ଛାତ୍ରଛାତ୍ରୀ ଓ ଶିକ୍ଷକଶିକ୍ଷୟିତ୍ରୀ ମାନଙ୍କୁ ନେଇ ନିଶା କୁ ନେଇ ଏକ ସଚେତନ ଶୋଭାଯାତ୍ରା ବାହାରି ଗାଁ ସାରା ଭ୍ରମଣ କରି ବିଦ୍ୟାଳୟ ରେ ପହଁଞ୍ଚିବା ପରେ ନିଶା ନିବାରଣ ପ୍ରକଳ୍ପ ସଂଯୋଜକ ପ୍ରିୟ ବ୍ରତ ରାଉତ ରାୟ ଙ୍କ ତତ୍ତ୍ଵାବଧାନରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଏହି କାର୍ଯ୍ୟକ୍ରମରେ ଛାତ୍ର ଛାତ୍ରୀ ମାନଙ୍କୁ ନିଶା ଠାରୁ କିପରି ଦୁରେଇ ରହିବା. ନିଶା ସେବନ କରିବା ଦ୍ୱାରା କିପରି ଭାବେ ପାରିବାରିକ ହିଂସା , ଦୁର୍ଘଟଣା ବିଭିନ୍ନ ଅନୈତିକ କାର୍ଯ୍ୟ ହୋଇଥାଏ ଏହିସବୁ ଉପରେ ବିସ୍ତୃତ ଆଲୋଚନାକରାଯାଇଥିଲା. ଏହି ନିଶା ନିବାରଣ ବିଷୟ ବସ୍ତୁ କୁ ନେଇ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା . କୃତି ଛାତ୍ରୀ ଙ୍କୁ ମାନପତ୍ର ପ୍ରଦାନ କରାଯାଇଥିଲା ।

Leave A Reply

Your email address will not be published.