ଭଞ୍ଜନଗର ପୋଲିସର ମହନୀୟତା ।

0 56

ଭଞ୍ଜନଗର, ୨୩/୦୬(ପିପିଟି ):ବରିଷ୍ଠ ନାଗରିକଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବାକୁ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ପୋଲିସ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି। ଉପଖଣ୍ଡ ଚିକିତ୍ସାଳୟର ଅଭିଜ୍ଞ ଡାକ୍ତରମାନଙ୍କୁ ନେଇ ଆଜି ଥାନା ପରିସରରେ ଏକ ମାଗଣା ସ୍ୱାସ୍ଥ୍ୟ ଶିବିରର ଆୟୋଜନ କରାଯାଇଥିଲା।ଏଥିରେ ଭଞ୍ଜନଗର ସହର ସମେତ ଆଖପାଖ ଅଞ୍ଚଳର ଶତାଧିକ ବରିଷ୍ଠ ନାଗରିକ ଯୋଗ ଦେଇ ନିଜର ସ୍ୱାସ୍ଥ୍ୟ ପରୀକ୍ଷା, ଡାକ୍ତରୀ ପରାମର୍ଶ, ରକ୍ତଚାପ, ରକ୍ତଶର୍କରା,ଚକ୍ଷୁ ରୋଗ ଭଳି ବିଭିନ୍ନ ମୌଳିକ ସ୍ୱାସ୍ଥ୍ୟ ସୁବିଧା ହାସଲ କରିଥିଲେ। ଡାକ୍ତରମାନେ ବୟସ୍କ ଲୋକଙ୍କୁ ଖାଦ୍ୟ, ପାନୀୟ ଓ ବିଶ୍ରାମ ସମ୍ପର୍କରେ ଧ୍ୟାନ ଦେବାକୁ ଆବଶ୍ୟକ ପରାମର୍ଶ ଦେଇଥିଲେ।
ଭଞ୍ଜନଗର ପୋଲିସର ଏଭଳି ଜନ ହିତକର କାର୍ଯ୍ୟକୁ ସମସ୍ତେ ପ୍ରଶଂସା କରିବା ସହ ବରିଷ୍ଠ ନାଗରିକମାନଙ୍କ ବିଶେଷ ଯତ୍ନ ଏବଂ ପୋଲିସ ଓ ଜନସାଧାରଣଙ୍କ ମଧ୍ୟରେ ସୁ-ସମ୍ପର୍କ ସ୍ଥାପନ କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା।ଏହି ଶିବିରରେ ମୋଟ ୧୦୬ ଜଣ ବରିଷ୍ଠ ନାଗରିକଙ୍କର ସ୍ୱାସ୍ଥ୍ୟ ସମସ୍ୟା ଦୂର ହୋଇଥିବା ବେଳେ ୨୫ଜଣ ଚକ୍ଷୁ ରୋଗୀ ଉପକୃତ ହୋଇଛନ୍ତି।ଏଥିରେ ଗଞ୍ଜାମ ଜିଲ୍ଲା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ରଞ୍ଜନ କୁମାର ଦେ,ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଡ଼ ଦୀପକ କୁମାର ମିଶ୍ର, ଥାନାଧିକାରୀ ଜୀବନାନନ୍ଦ ଜେନା ଉପସ୍ଥିତ ରହି ସମସ୍ତଙ୍କର ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଥିଲେ।ଥାନାର ସମସ୍ତ ପୋଲିସ କର୍ମଚାରୀ ସହଯୋଗ କରିଥିଲେ।

ରିପୋର୍ଟ -ଜେ.କେ ପଟ୍ଟନାୟକ

Leave A Reply

Your email address will not be published.