ଚଳିତ ବର୍ଷ ପ୍ରଥମ କରି ସ୍ୱତନ୍ତ୍ର ବର୍ଗଙ୍କୁ ମିଳିଲା ସାମାଜିକ ସୁରକ୍ଷା ଭତ୍ତା ।

0 214

ଭୁବନେଶ୍ୱର,୧୧/୦୬(ପିପିଟି): ଚଳିତ ବର୍ଷ ପ୍ରଥମକରି ୬ ଜଣ କିନ୍ନରଙ୍କୁ ମଧୁବାବୁ ପେନସନ ଯୋଜନା (MBPY)ରେ ସାମିଲ କରାଯାଇଛି । ଏହି କିନ୍ନରମାନଙ୍କୁ ମଧୂବାବୁ ପେନସନ ଯୋଜନାରେ ସାମିଲ କରାଯିବା ସହ ଜଣେ ସୁସ୍ଥ କୁଷ୍ଠ ହିତାଧିକାରୀଙ୍କୁ ଭତ୍ତା ପ୍ରଦାନ କରାଯାଇଅଛି । ୱାର୍ଡ ନମ୍ବର ୨୩, ୪୪, ୪୯, ୫୪ଏବଂ ୬୨ ରୁ ୬ ଜଣ ଟ୍ରାନ୍ସଜେଣ୍ଡର ହିତାଧିକାରୀ ଏବଂ ୱାର୍ଡ ନମ୍ବର ୬୫ରୁ ଜଣେ ସୁସ୍ଥ କୁଷ୍ଠ ହିତାଧିକାରୀଙ୍କୁ ଭତ୍ତା ପ୍ରଦାନ କରାଯାଇଛି ।
ଏହି ପଦକ୍ଷେପ ସାମାଜିକ ଅନ୍ତର୍ଭୂକ୍ତିକରଣ, ସାମାଜିକ ମର୍ଯ୍ୟାଦା ଏବଂ ଆର୍ଥିକ ସୁରକ୍ଷା ପ୍ରତି ବିଏମ୍ ସିର ଥିବା ନିରନ୍ତର ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଅଛି । ସରକାରଙ୍କ ଦ୍ୱାରା ଦିଆଯାଉଥିବା ବିଭିନ୍ନ ସୁବିଧା ପ୍ରତ୍ୟେକ ଯୋଗ୍ୟ ହିତାଧିକାରୀଙ୍କ ନିକଟରେ ପହଞ୍ଚିବ ଏବଂ ଏକ ସୁନିଶ୍ଚିତ, ନ୍ୟାୟ ସଂଗତ ଏବଂ ସହାନୁଭୂତିଶୀଳ ସମାଜର ଦୃଷ୍ଟିକୋଣକୁ ମଜବୁତ୍ କରିବ ବୋଲି କହିଛନ୍ତି କମିଶନର ଶ୍ରୀ ଚଞ୍ଚଳ ରାଣା ।
ଚଳିତ ବର୍ଷ ଉକ୍ତ ହିତାଧିକାରୀମାନେ ପ୍ରଥମ କରି ଭତ୍ତା ପାଇଥିବାରୁ ଖୁସି ବ୍ୟକ୍ତ କରିବା ସହ ଆମକୁ ସାମାଜିକ ନ୍ୟାୟ ମିଳିଛି ବୋଲି କହିଛନ୍ତି । ଏହି ଅବସରରେ ସଂପୃକ୍ତ ଓ୍ୱାର୍ଡର କର୍ପୋରେଟରମାନେ ମଧ୍ୟ ଉପସ୍ଥିତ ଥିଲେ । ବିଏମ୍ ସିର ସାମାଜିକ ନିରାପତ୍ତା ଡେପୁଟି କମିଶନର  ସୁଶ୍ରୀତା ଟୁଡୁଙ୍କ ତତ୍ତ୍ୱାବଧାନରେ ଏହି ହିତାଧିକାରୀଙ୍କୁ ଭତ୍ତା ପ୍ରଦାନ କରାଯାଇଅଛି ।

Leave A Reply

Your email address will not be published.