କବୟିତ୍ରୀ ସନ୍ଧ୍ୟାରାଣୀ ପରିଜାଙ୍କ ମାତୃ ବିୟୋଗ।

0 6

ଭୁବନେଶ୍ୱର,୧୧/୦୬ : କବୟିତ୍ରୀ ସନ୍ଧ୍ୟାରାଣୀ ପରିଜା ଙ୍କ ମାତା ଉର୍ମିଳା ପରିଜା ଗତ ବୁଧବାର ଦିନ ସନ୍ଧ୍ୟା ରେ ୮୦ ବର୍ଷ ବୟସରେ ଭୁବନେଶ୍ୱର ଠାରେ ପରଲୋକ ହୋଇ ଯାଇଛି। ସେ ଦୀର୍ଘଦିନ ଧରି ବାର୍ଦ୍ଧକ୍ୟ ଜନିତ ଅସୁସ୍ଥତା କାରଣରୁ ଭୁବନେଶ୍ୱର ଶୈଳଶ୍ରୀ ବିହାର ସ୍ଥିତ ତାଙ୍କ ପୁଅଙ୍କ ବାସଭବନରେ ରହି ଚିକିର୍ଚ୍ଚିତ ହେଉଥିଲେ। ମୃତ୍ୟୁଶଯ୍ୟା ନିକଟରେ କନ୍ୟା ସନ୍ଧ୍ୟାରାଣୀ ପରିଜା, ଜ୍ୱାଇଁ, ପୁତ୍ର, ପୁତ୍ରବଧୂ, ନାତିନାତୁଣୀ, ଓ ଅନ୍ୟ ସମସ୍ତ ବନ୍ଧୁବାନ୍ଧବ ଉପସ୍ଥିତ ଥିଲେ। ଏହି ଦୁଖଦଃ ଖବର ପାଇ ବହୁ କବି ଲେଖକ ଓ ମାନ୍ୟଗଣ୍ୟ ବ୍ୟକ୍ତି ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ପରେ ତାଙ୍କର ପାର୍ଥିବ ଶରୀର କୁ ପୁରୀ ନିଆଯାଇ ସ୍ୱର୍ଗଦ୍ୱାର ଠାରେ ଅନ୍ତେଷ୍ଟି କ୍ରିୟା ସମ୍ପନ୍ନ କରାଯାଇଥିଲା। ସେ ଜଣେ ଅତି ସ୍ନେହୀ, ମେଳାପୀ, ଓ ପରୋପକାରୀ ମହିଳା ଥିଲେ। ତାଙ୍କ ପରଲୋକରେ ସ୍ଥାନୀୟ ଅଞ୍ଚଳ ତଥା ଗ୍ରାମ ଢେଙ୍କାନାଳ ରେ ଶୋକର ଛାୟା ଖେଳି ଯାଇଛି।

Leave A Reply

Your email address will not be published.