ପୋଲସରାରେ “ଉଲ୍ଲାସ” ତାଲିମ କାର୍ଯ୍ୟକ୍ରମ।

0 214

ପୋଲସରା,୧୦/୦୬ (ପିପିଟି): ପୋଲସରା ଗୋଷ୍ଠୀ ଶିକ୍ଷା ଅଧିକାରୀ କାର୍ଯ୍ୟାଳୟ ପକ୍ଷରୁ “ଉଲ୍ଲାସ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ପିଏମ୍ ଶ୍ରୀ ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟ ଠାରେ ଏହି ଏକ ଦିବସୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ହର୍ଷବାବୁ ଖାଡ଼ଙ୍ଗା ଯୋଗଦେଇ ପ୍ରଭୂଙ୍କ ସମ୍ମୁଖରେ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ତାଲିମ ଶିବିରକୁ ଶୁଭ ଉଦ୍‌ଘାଟନ କରିବା ସହିତ ସରକାରଙ୍କ ଏହି ସ୍ୱତନ୍ତ୍ର ଶିକ୍ଷା ପ୍ରଶିକ୍ଷଣ ଯୋଜନାର ରୁପରେଖ ଉପରେ ଆଲୋକପାତ କରି ବୁଝାଇଥିବା ବେଳେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଭାଗିରଥୀ ପାତ୍ର, ସହକାରୀ ଗୋଷ୍ଠୀ ଶିକ୍ଷା ଅଧିକାରୀ ବଳରାମ ବେହେରା ଓ ଉକ୍ତ ଉଚ୍ଚ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ଜେ. ମମତା ନିଜ ନିଜ ବକ୍ତବ୍ୟ ଜରିଆରେ ସରକାରଙ୍କ ପକ୍ଷରୁ ଦେଶରେ କେହି ଜଣେ ହେଲେ ଯୁବକ,ଯୁବତୀ,ବ୍ୟକ୍ତିମାନେ ଅଶିକ୍ଷିତ ରହିବେ ନାହିଁ ଏବଂ କୌଣସି ପରିସ୍ଥିତି ବା କାରଣ ବଶତ ୧୫ ବର୍ଷରୁ ଊର୍ଦ୍ଧ୍ୱ ବାଳକ ଓ ବାଳିକାମାନେ ଶିକ୍ଷା ଗ୍ରହଣ ମଝିରୁ ଛାଡ଼ି ଦେଉଛନ୍ତି ସେମାନଙ୍କୁ ପୁର୍ନବାର ଶିକ୍ଷା ପ୍ରତି ଆଗ୍ରହ କରାଇ ଏବଂ ୭୦ ବର୍ଷ ପର୍ଯ୍ୟନ୍ତ ଅଶିକ୍ଷିତ ଯୁବକ, ଯୁବତୀ, ମହିଳା ଓ ପୁରୁଷମାନଙ୍କୁ ବୁଝାଇ ସୁଝାଇ ଅତି କମରେ ସେମାନେ ଯେପରି ଗୋଟିଏ ଚିଠି ପଢ଼ିବା ସହିତ ଲେଖିପାରିବେ ସେଥିପ୍ରତି ଦୃଷ୍ଟି ଦେଇ ଶିକ୍ଷାଦାନ ଜରିଆରେ ଶିକ୍ଷିତ କରାଯିବ ତାହା ଉପରେ ପ୍ରାଞ୍ଜଳ ଭାବେ ବୁଝାଇଥିଲେ। ସୂଚନା ଯୋଗ୍ୟ ଯେ, ଚଳିତ ୨୦୨୬-୨୭ ଶିକ୍ଷା ବର୍ଷରେ ପୋଲସରା ବ୍ଲକରେ ୧୩ ହଜାର ଅଶିକ୍ଷିତ ବ୍ୟକ୍ତିବିଶେଷଙ୍କୁ ଶିକ୍ଷିତ କରିବା ପାଇଁ ଲକ୍ଷ ରଖାଯାଇଛି ବୋଲି ବିଇଓ ଖାଡ଼ଙ୍ଗା ମହୋଦୟଙ୍କ ଠାରୁ ଜଣାପଡ଼ିଛି।ଏହି କାର୍ଯ୍ୟକ୍ରମରେ ପୌର ପରିଷଦ ଏବଂ ୨୬ ଗୋଟି ପଞ୍ଚାୟତକୁ ମିଶାଇ ୧୧ ଗୋଟି କ୍ଲଷ୍ଟର ଗୁଡିକର ସିଆରସିସିଙ୍କ ସମେତ ସମସ୍ତ ପ୍ରାଥମିକ, ଉଚ୍ଚ ପ୍ରାଥମିକ ଓ ଉଚ୍ଚ ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟିତ୍ରୀମାନେ ଯୋଗଦେଇଥିଲେ। ଶେଷରେ ଏହି ତାଲିମ ଶିବିରରେ ଯୋଗଦେଇ ପ୍ରଶିକ୍ଷଣ ନେଇଥିବା ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀମାନଙ୍କୁ ଆଗକୁ ନିଷ୍ଠାର ସହିତ କାର୍ଯ୍ୟକରି ଏହି ଯୁଗାନ୍ତକାରି କାର୍ଯ୍ୟକୁ ସଫଳ କରିବାରେ ସହଯୋଗର ଆଶା ନେଇ ବିଇଓ ମହୋଦୟ ଆନ୍ତରିକ ଧନ୍ୟବାଦ ଅର୍ପଣ କରିଥିଲେ।

ରିପୋର୍ଟ: ସନ୍ତୋଷ କୁମାର ପଣ୍ଡା

Leave A Reply

Your email address will not be published.