ବକେୟା ଭତ୍ତା ତୁରନ୍ତ ପ୍ରଦାନ ସହ ୩୫୦୦ ଟଙ୍କା ଭତ୍ତା ବୃଦ୍ଧି ,ମୁଲିଆଙ୍କୁ କାମ ଦାବୀରେ ରଣପୁର ବ୍ଳକ ଘେରାଉ।

0 202

ବୋଲଗଡ଼,୧୦/୦୬(ପିପିଟି):ସିପିଆଇ (ଏମ ) ପାର୍ଟିର କ୍ଷେତ ମଜଦୁର ୟୁନିୟନ ଓ ଗ୍ରାମୀଣ ମଜଦୁର ୟୁନିୟନ ଆହ୍ୱାନ କ୍ରମେ ଆଜି ରାଜ୍ୟ ବ୍ୟାପୀ ଅନୁଷ୍ଠିତ ପ୍ରତିବାଦ ପରିପ୍ରେକ୍ଷୀରେ ରଣପୁର ବ୍ଳକ ଘେରାଉ ସହ ବ୍ଳକ ସମ୍ମୁଖରେ ସତାଧିକ ଲୋକଙ୍କ ଗଣଧାରଣା ସଂଗଠିତ ହୋଇଥିଲା।କ୍ଷେତ ମୁଲିଆ ନେତା କୁଳମଣି ପାଲେଇଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ଗଣଧାରଣା ରେ ବକ୍ତା ମାନେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଗରୀବ ମାରଣା ଓ ଖାଉଟି ମାରଣା ନୀତି କୁ ତୀବ୍ର ସମାଲୋଚନା କରିଥିଲେ।ବାର ବର୍ଷର ବିଜେପି ମୋଦୀ ସରକାର ଓ ଦୁଇ ବର୍ଷର ମୋହନ ସରକାର ନିଜ ନିଜର ଦେଇଥିବା ପ୍ରତି ଶୃତି କାର୍ଯ୍ୟକାରୀ କରିବାରେ ସମ୍ପୂର୍ଣ୍ଣ ବିଫଳ ହୋଇଥିଲା ବେଳେ ସାଧାରଣ ଜନତା ଙ୍କ ସରକାରୀ ସୁବିଧା କୁ କାଟି ଜନ ଗଣଙ୍କୁ ଡବଲ ଇଂଜିନ ସରକାର ଭୂଆଁ ବୁଲାଉ ଛନ୍ତି ଓ ଆଦାନୀ ଆମ୍ବାନୀ ଭଳି ବୃହତ ପୁଞ୍ଜିପତି ଙ୍କୁ ସମସ୍ତ ଲାଭ ଦେଇ ଚାଲିଛନ୍ତି ବୋଲି ବକ୍ତା ମାନେ ଅଭିଯୋଗ କରିଥିଲେ। ମନରେଗା ଭଳି ନିଯୁକ୍ତି ଭିତ୍ତିକ ଯୋଜନା କୁ ଉଛେଦ କରି ଓ ବିନା ବଜେଟ ରେ ବିଭିଜି ରାମ ଜି ଭଳି ନିଯୁକ୍ତି ସଂକୋଚନ ଯୋଜନା କୁ କାଏମ କରିବା ଏକ ମିଥ୍ୟା ପ୍ରହସନ ବୋଲି କହିଥିଲେ। ଏହା ଫଳରେ ମଜୁରିଆ ଆଜି କାମ ପାଉ ନ ଥିଲା ବେଳେ ଆକାଶ ଛୁଆଁ ଦରବୃଦ୍ଧି, ବାରମ୍ବାର ବିଜୁଳି କାଟ,ଭତ୍ତା ଦେବାରେ ଅନିୟମିତତ୍ତା ଯୋଗୁଁ ଲୋକେ ନାହିଁ ନ ଥିବା ହଇରାଣ ହେଉଛନ୍ତି। ସରକାର ତୁରନ୍ତ ତିନି ମାସର ବକେୟା ଭତ୍ତା ପ୍ରଦାନ ସହ ଭତ୍ତା ହିତାଧିକାରିଙ୍କୁ ମାସିକ ୩୫୦୦ ଟଙ୍କା ବୃଦ୍ଧି ପ୍ରତିଶୃତି ପାଳନ, ମନ ରେଗା ଯୋଜନା ର ପୁନଃ ପ୍ରଚଳନ,ମଜୁରିଆଙ୍କୁ ଦୈନିକ ୭୦୦ଟଙ୍କା ମଜୁରୀ ସହ ବର୍ଷକୁ ୨୦୦ ଦିନ କାର୍ଯ୍ୟ,୩୦୦ ୟୁନିଟ ବିଦୂତ ବିଲି ଛାଡ଼,୫ ଲକ୍ଷ ଟଙ୍କା ରେ ସରକାରୀ ବାସ ଗୃହ,ଭୂମି ହୀନକୁ ଜମି ଓ ଭଗଚାଷୀ ଙ୍କୁ ମାନ୍ୟତା ଦେବା ସହ ଆକାଶ ଛୁଆଁ ଦର ବୃଦ୍ଧି ନିୟନ୍ତ୍ରଣ ପାଇଁ ସଂଗଠନ ତରଫରୁ ଦାବୀ କରାଯାଇ ଥିଲା। ଆନ୍ଦୋଳନ ତରଫରୁ ଏକ ପ୍ରତିନିଧି ମଣ୍ଡଳୀ ମଣ୍ଡଳ ଉନ୍ନୟନ ଅଧିକାରୀ ମନୋଜ କୁମାର ନାୟକ ଙ୍କୁ ଭେଟି ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ଏକ ସାତ ଦଫା ସମ୍ବଳିତ ଦାବୀ ପ୍ରଦାନ କରିଥିଲେ। ଦାବୀ ଗୁଡିକ ତୁରନ୍ତ କାର୍ଯ୍ୟକାରୀ ନ କଲେ ଭବିଷ୍ୟତରେ ଆନ୍ଦୋଳନ ତୀବ୍ରତ୍ତର ହେବ ବୋଲି ସଂଗଠନ ତରଫରୁ ଚେତାବନୀ ଦିଆ ଯାଇଥିଲା।ଏହି କାର୍ଯ୍ୟ କ୍ରମ ରେ କ୍ଷେତ ମଜଦୁର ୟୁନିୟନ ର ରାଜ୍ୟ ସମ୍ପାଦକ ନିତ୍ୟାନନ୍ଦ ପରିଡ଼ା, ଜିଲ୍ଲା ସମ୍ପାଦକ ଦୁଃଶାସନ ଜେନା,ଶ୍ରମିକ ନେତା ସୁରେଶ ସ୍ୱାଇଁ, ମହିଳା ନେତ୍ରୀ ସଂଯୁକ୍ତା ସେଠୀ,ଜୟନ୍ତୀ ମହାରଣା,ସୁଶୀଲ ମହାନ୍ତି, ସବ୍ୟସାଚୀ ସେନାପତି ପ୍ରମ୍ମୁଖ ବକ୍ତବ୍ୟ ପ୍ରଦାନ କରିଥିଲେ।

ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।

Leave A Reply

Your email address will not be published.