ସୁବର୍ଣ୍ଣପୁର ,୩୧/୦୫(ପିପିଟି ):ସ୍ୱାସ୍ଥ୍ୟ ଉପରେ ତମାଖୁ ସେବନର କୁପ୍ରଭାବ ସଂପର୍କରେ ଲୋକଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ଆଜି ପୂର୍ବାହ୍ନ ୧୦-୦୦ ଘଣ୍ଟା ସମୟରେ ବରିଷ୍ଠ ନାଗରିକ ସଂଗଠନ କାର୍ଯ୍ୟାଳୟ ପରିସର, ବୀରମହାରାଜପୁର ଠାରେ ବିଶ୍ବ ତମାଖୁ ବର୍ଜନ ଦିବସ ପାଳନ କରାଯାଇଛି । ଏଥିପାଇଁ ଆୟୋଜିତ ସଭାରେ ବରିଷ୍ଠ ନାଗରିକ ସଂଗଠନ ର ସଭାପତି ଦୟାନିଧି ହୋତା ଅଧ୍ୟକ୍ଷତା କରିଥିବାବେଳେ ମୁଖ୍ୟ ଅତିଥି ଭାବରେ ପୂର୍ବତନ ସଭାପତି କୃଷ୍ଣଚନ୍ଦ୍ର ପାଢ଼ୀ, ମୁଖ୍ୟବକ୍ତା ଭାବରେ ଉପଖଣ୍ଡ ଚିକିତ୍ସାଳୟ ଅଧୀକ୍ଷକ ସୁବାସ ଚନ୍ଦ୍ର ପଣ୍ଡା ପ୍ରମୁଖ ମଞ୍ଚାସୀନ ଥିଲେ । ତମାଖୁ ସେବନ ଦ୍ଵାରା ଶରୀରରେ କ୍ଷତି ହେବା ସହ ତମାଖୁ ସେବନକାରୀ ବ୍ୟକ୍ତିର ମୃତ୍ୟୁ ହେଲେ ଉକ୍ତ ବ୍ୟକ୍ତିର ପରିବାର ମଧ୍ୟ ଦୋହଲିଯାଏ ,ତେଣୁ ନିଜ ଶରୀରକୁ ସୁସ୍ଥ ରଖିବା ସହ ନିଜ ପରିବାରର ସୁରକ୍ଷା ପାଇଁ ସମସ୍ତେ ତମାଖୁ ସେବନରୁ ନିବୃତ୍ତ ରହିବା ଆବଶ୍ୟକ ବୋଲି ମୁଖ୍ୟବକ୍ତା ପ୍ରକାଶ କରିଥିଲେ। ପ୍ରାରମ୍ଭରେ ପୂର୍ବତନ ସଭାପତି ଭଗବାନ ମିଶ୍ର ସମସ୍ତଙ୍କୁ ସ୍ବାଗତ କରିଥିଲେ । ସଦସ୍ୟ ଜ୍ଞାନେନ୍ଦ୍ର ତ୍ରିପାଠୀ ତମାଖୁ ସେବନର ଅପକାରିତା ସଂପର୍କୀତ ଏକ କବିତା ପାଠ କରିଥିଲେ । ଅନୁଷ୍ଠାନର ସମ୍ପାଦକ ଡ ଦ୍ବିତୀକୃଷ୍ଣ ପଣ୍ଡା ସଭା ସଂଯୋଜନା କରିଥିବା ବେଳେ କୋଷାଧ୍ୟକ୍ଷ ଅକ୍ଷୟ କୁମାର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।ଏହି ସଚେତନତା ସଭାରେ ନାରାୟଣ ନାୟକ, ଜୀତେନ୍ଦ୍ରୀୟ ପ୍ରଧାନ, ସନ୍ତୋଷ କୁମାର ସାହୁ, ନିମାଇଁ ଚରଣ ପଣ୍ଡା, ସନ୍ତୋଷ ଷଡ଼ଙ୍ଗୀ, ତ୍ରିନାଥ ମିଶ୍ର, ନାରାୟଣ ପ୍ରସାଦ ନାୟକ,ବାସୁଦେବ ପଣ୍ଡା,ବଟକୃଷ୍ଣ ପାଢ଼ୀ,ରମେଶ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।ସୁରୁ ସାହୁ ଓ ଚମରା ମହାକୁର କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।
ରିପୋର୍ଟ -ଶାନ୍ତନୁ କୁମାର କର୍ଣ୍ଣ