କୁଲାଡ ଟେଲିଫୋନ ଏକ୍ସଚେଞ୍ଜ ତାଲା କାଟି ବେଟରୀ ଚୋରି ।

0 7

ଭଞ୍ଜନଗର, ୩୧/୦୫(ପିପିଟି ):ଭଞ୍ଜନଗର ବ୍ଲକ କୁଲIଡ ମେନ ରୋଡରେ ଥିବା ଟେଲିଫୋନ ଏକ୍ସଚେଞ୍ଜରୁ ଗତ ଶୁକ୍ରବାର ରାତିରେ ଘର ତାଲା କାଟି ବେଟରୀ ଚୋରି ହୋଇଥିବା ଜଣାପଡ଼ିଛି। ବିଶେଷ ସୂତ୍ରରୁ ପ୍ରକାଶ ଯେ ରାତ୍ରିକାଳୀନ ବିଦ୍ୟୁତ କାଟ ହୋଇଥିବା ବେଳେ ଏହାର ସୁଯୋଗରେ ୫୦୦କେଜିରୁ ଅଧିକ ଓଜନ ଥିବା ବେଟେରୀକୁ ଦୁର୍ବୁତ୍ତମାନେ ଚୋରି କରି ନେଇଛନ୍ତି। ଯାହା ଫଳରେ ଏହି ଏକ୍ସଚେଞ୍ଜ ଉପରେ ନିର୍ଭର କରୁଥିବା ୫୦ କିମି ବ୍ୟାସାର୍ଦ୍ଧରେ ଥିବା ଭଞ୍ଜନଗର , ବେଲଗୁଣ୍ଠI,ଜଗନ୍ନାଥ ପ୍ରସାଦର ଶତାଧିକ ଗ୍ରାମର ବିଏସଏନଏଲ ଉପଭୋକ୍ତା ସେବା ପାଇବାରୁ ବଞ୍ଚିତ ହେବା ସହ ଇନ୍ଟାରନେଟ ସମସ୍ୟା ଯୋଗୁଁ ଆସନ୍ତୋଷ ପ୍ରକାଶ କରିଛନ୍ତି। ଏହି ପରିପ୍ରେକ୍ଷୀରେ ଖାଉଟି ସଂଘ ତଥା ଟ୍ରାଇ ସିଏଜି ସଭ୍ୟ ବାର୍ଡର ସମ୍ପାଦକ ପ୍ରକାଶ ଚନ୍ଦ୍ର ସାହୁ ଭଞ୍ଜନଗର ବିଏସଏନଏଲ କନିଷ୍ଠ ଯନ୍ତ୍ରୀଙ୍କୁ ଅଭିଯୋଗ କରିବା ସହ ଏ ବିଷୟ ଭଞ୍ଜନଗର ଥାନାକୁ ଅନଲାଇନରେ ଅଭିଯୋଗ କରିଛନ୍ତି। ଆଗରୁ ତୁରୁମୁ ଓ ତୁଳସୀପଲ୍ଲୀରୁ ମଧ୍ୟ ବେଟରୀ ଚୋରି ହୋଇଥିବା ଜଣାପଡିଛି। ବିଏସଏନଏଲ କର୍ତ୍ତୃପକ୍ଷ କୁଳାଡ ପଞ୍ଚାୟତରେ ଲାଗିଥିବା ସିସିଟିଭି ଫୁଟେଜ ସ୍ଥାନୀୟ ସରପଞ୍ଚଙ୍କୁ ମାଗିଥିଲେ।ହେଲେ ୨ମାସ ହେଲା ସିସି କ୍ୟାମେରା ଅଚଳ ଥିବା ଜାଣି ଅଞ୍ଚଳରେ ତୀବ୍ର ଅସନ୍ତୋଷ ଦେଖିବାକୁ ମିଳିଛି। ଲକ୍ଷାଧିକ ଟଙ୍କା ବ୍ୟୟରେ ଗ୍ରାମ ପଞ୍ଚାୟତ ଗୁଡିକରେ ଲାଗିଥିବା ସିସି କ୍ୟାମେରା ଯଦି କାମ କରୁ ନାହିଁ,ତାହେଲେ ଏସବୁ କାହା ସ୍ଵାର୍ଥରେ ଲଗାଯାଇଛି। ସରକାରଙ୍କ ସବୁ କାର୍ଯ୍ୟଲୟରେ ବିଏସଏନଏଲ ନେଟୱର୍କ ସଂଯୋଗୀକରଣ ବାଧ୍ୟତା ମୂଳକ କରିଥିବା ଓ ଗୋଟେ ନିର୍ଦ୍ଧିଷ୍ଟ କମ୍ପାନିର ବେଟେରୀ ଚୋରୀ ଆଇନଶୃଙ୍ଖଳା କୁ ବଡ ଚାଲେଞ୍ଜ କରିବା ସହିତ ସରକାରୀ ଯୋଜନା ରେ ବାଧକ ବୋଲି ଶ୍ରୀ ସାହୁ ମତ ରଖିଛନ୍ତି I

ରିପୋର୍ଟ -ଜେ କେ ପଟ୍ଟନାୟକ

Leave A Reply

Your email address will not be published.