ଆକାଶଙ୍କ ନେତୃତ୍ୱକୁ ଭରଷା କରି ବିଜେଡି ଛାଡି ବିଜେପିରେ ସାମିଲ ହେଲେ ନେତା ଓ କର୍ମୀ ।

0 173

ଯାଜପୁର, ୦୩/୦୫(ପିପିଟି ): ସାଧାରଣ ନିର୍ବାଚନ ପରେ ଶାସକ ବିଜେପିର ସୁଶାସନରେ ଅନୁପ୍ରାଣିତ ହୋଇ ବିଜେପି ଆଡକୁ ଢଳୁଛନ୍ତି ଅନ୍ୟଦଳର ପ୍ରତିନିଧି ଏବଂ କର୍ମୀ । ଗତ କିଛିଦିନ ହେବ ଅନେକ କର୍ମୀ ଏବଂ ପ୍ରତିନିଧି କୋରେଇ ବିଜେପିରେ ସାମିଲ ହୋଇଥିବାବେଳେ ଆଜି ବ୍ୟାସନଗର ବିଜେପି ପକ୍ଷରୁ ବ୍ୟାସନଗର ସ୍ଥିତ ବିଧାୟକଙ୍କ ବାସଭବନ ଠାରେ ଏକ ମିଶ୍ରଣ ପର୍ବ ବିଜେପି ଦଳର ସୁଶାନ୍ତ ରାଉତ, ଦେବାଶିଷ ପ୍ରଧାନ, ରାଣୀ ସାମଲ, ସଂଗୀତା ପ୍ରଧାନ, ନମିତା ରାଣୀ ରାଉତରାୟଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଥିଲା । କୋରେଇ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବ୍ୟାସନଗର ପୌରପରିଷଦର ୱାର୍ଡ ନଂ-୨୬ ଖଣ୍ଡାହତା ଗ୍ରାମର ଶତାଧିକ ବିଜୁ ଜନତା ଦଳର ଆଗଧାଡିର କର୍ମୀ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିକଶିତ ଭାରତ ଓ ବିକଶିତ ଓଡିଶାର ସ୍ୱପ୍ନ ତଥା ମାନନୀୟ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସୁଶାସନ, ସ୍ୱଚ୍ଛ କାର୍ଯ୍ୟଶୈଳୀ ସର୍ବପରି କୋରେଇର ବିଧାୟକ ଆକାଶ ଦାସନାୟକଙ୍କ ସ୍ୱଚ୍ଛ ନୀତି, ଆଦର୍ଶ ତଥା ବିକଶିତ କୋରେଇ ଗଠନ ଚିନ୍ତାଧାରାରେ ଅନୁପ୍ରାଣିତ ହୋଇ ବିଜେପିରେ ଆନୁଷ୍ଠାନିକ ଭାବେ ଯୋଗଦାନ କରିଛନ୍ତି । ସମସ୍ତ ଆଗନ୍ତୁକ ବ୍ୟାସନଗର ପୌର ପରିଷଦର ଖଣ୍ଡାହତା ୱାର୍ଡ ନଂ-୨୬ର ପ୍ରତିନିଧି ଓ କର୍ମୀଙ୍କୁ ବିଧାୟକ ବିଜେପି ଦଳକୁ ସ୍ୱାଗତ କରିବା ସହ ଦଳୀୟ ଟୋପି ଓ ଉତରୀୟ ପକାଇ ଭାରତୀୟ ଜନତା ପାର୍ଟିରେ ସାମିଲ କରାଇଥିଲେ । ବିଧାୟକ ଆକାଶ ଦାସନାୟକ ମିଶ୍ରଣ ପର୍ବ ପରେ ବ୍ୟାସନଗର ବିଜେପି ଆହୁରି ଅଧିକ ଶକ୍ତିଶାଳୀ ହେଲା ଏବଂ ବ୍ୟାସନଗର ପୌରପରିଷଦରେ ବିଜେପି ସ୍ଥିତି ସୁଦୃଢ ହେଲା କହିବା ସହ ପୌର ପରିଷଦର ବିକାଶ ପାଇଁ କରିଥିବା ସଂକଳ୍ପ ନିଶ୍ଚିତ ପୂରଣ କରିବେ ବୋଲି ପ୍ରତିଶୃତି ଦେଇଥିଲେ ।

ଆଜିର ଏହି ମିଶ୍ରଣ ପର୍ବରେ ବ୍ୟାସନଗର ପୌରପରିଷଦର ୱାର୍ଡ ନଂ-୨୬ ଖଣ୍ଡାହତା ଗ୍ରାମର ନମିତା ରାଣୀ ରାଉତରାୟ, ରବିନ୍ଦ୍ର ବେହେରା, ରାଜେନ୍ଦ୍ର ବିନ୍ଧାଣୀ, କାର୍ତିକ ଦେହୁରୀ, ସୁଧାକର ବେହେରା, ରାଜକିଶୋର ବେହେରା, ପାଣ ବାଙ୍କିରା, ଜତ୍ରି ପୁର୍ତି, ରାଧା ବେହେରା, ସେଣ୍ଢ ଚାତରା, ରାଜୁ ଚାତରା, ବିଜୁ ଚାତରା, କବିତା ହାଇବ୍ରୁ, ଭଲମା ଚାତରା, ଦେବ ମୁଣ୍ଡା, ଗେହ୍ଲୀ ନାୟକ, ବାସନ୍ତୀ ଚାତରା, ସୁମି ବିରୁଆ, ଲକ୍ଷ୍ମୀ ମୁଣ୍ଡା, ସୀତା ମାରଣ, ହୁଗୁଳୀ ମୁଣ୍ଡା, ରଜନୀ ମୁଣ୍ଡା, ଗୋବିନ୍ଦ ମୁଣ୍ଡା, ଶ୍ରୀମତୀ ମୁଣ୍ଡା, ଟୁନା ଚାତରା, ରୁକ୍ମଣୀ ବେହେରା, ଗୋବିନ୍ଦ ମଲ୍ଲିକ, ଚନ୍ଦନ କାଣ୍ଡି, ମୋହନ ବେହେରା, ଆକାଶ କାଣ୍ଡି, ମୀରା ରାଉତ, ଦିପାଞ୍ଜଳୀ ସାମଲ, ନଳିନୀ ସାହୁ, ଗୋଲାପ ସ୍ୱାଇଁ, ଲୋଚନି ବେହେରା, ବିଭୁ ରାଉତ, ଦେବକୀ ବେହେରା, ସୁକାନ୍ତି ଦାସ, ବାବୁ ସାମଲ, କାଂଚନ ରାଉତ, ପାଂଚାଲି ମହାରଣା, ସରସ୍ୱତୀ ମହାରଣା, ସୁନିତା ରାଉତ, ଶୁଭଶ୍ରୀ, ସସ୍ମିତା ରାଉତ, ନୀତାଞ୍ଜଳୀ ରାଉତ, ସୁକାନ୍ତି ରାଉତ, କଲ୍ପନା ବେହେରା, ଝରଣା ବେହେରା, କୁନ୍ତଳା ସ୍ୱାଇଁ, ମଞ୍ଜୁଲତା ଖଟୁଆ, କନକ ଖଟୁଆ, ମମତା ରାଉତ, ରାମେଶ୍ୱରୀ ରାଉତ, ମମତା ରାଉତ ପ୍ରମୁଖ ବିଜେଡି ଛାଡି ବିଜେପିରେ ଯୋଗଦେଇଥିଲେ । ଆୟୋଜିତ ମିଶ୍ରଣ ପର୍ବରେ ବ୍ୟାସନଗର ବିଜେପିର ସମସ୍ତ କର୍ମକର୍ତା ଉପସ୍ଥିତ ଥିଲେ ।

Leave A Reply

Your email address will not be published.