ନରସିଂହପୁରରେ ହାତୀ ଆକ୍ରମଣରେ ମା, ପୁଅ ମୃତ କ୍ଷତିପୂରଣ ଦାବୀରେ ରାସ୍ତା ଅବରୋଧ 

0 169

ଆଠଗଡ଼,୨୩/୦୪:ନରସିଂହପୁର ରେ ହାତୀ ମଣିଷ ଲଢେଇ କେତେବେଳେ ହାତୀ ଆକ୍ରମଣ ରେ ମଣିଷ ମରୁଛି ତ ଆଉ କେତେବେଳେ ଶିକାରୀ ଗୁଳିରେ ହାତୀ ର ମୃତ୍ୟୁ ଘଟୁଛି, ଏଭଳି ପରିସ୍ଥିତି ରେ ଆଜି ଏକ ଦୁଃଖତ ଘଟଣା ଦେଖିବାକୁ ମିଳିଛି। ନରସିଂହପୁର ବ୍ଲକ ଅନ୍ତର୍ଗତ ଦେବଭୂଇଁ ନୂଆଗାଁ ରେ ହାତୀ ଆକ୍ରମଣରେ ମା ପୁଅଙ୍କର ମୃତ୍ୟୁ ଘଟିଛି।

ମୃତ ମହିଳା ଜଣଙ୍କ ହେଲେ ନରସିଂହପୁର ବ୍ଲକ ଅନ୍ତର୍ଗତ ଦେବଭୂଇଁ ନୂଆଗାଁ ଗ୍ରାମର ବଂଶୀଧର ନାଏକଙ୍କ ପତ୍ନୀ ସସ୍ମିତା ନାଏକ ୨୭ବର୍ଷ ଏବଂ ତାଙ୍କ ପୁଅ ପ୍ରିୟାଂଶୁ ଓରଫ ଅନୁଜ ନାଏକ ୭ବର୍ଷ ହାତୀ ଆକ୍ରମଣ ରେ ମୃତ୍ୟୁ ଘଟିଛି।ମିଳିଥିବା ସୂଚନାରୁ ପ୍ରକାଶ ଯେ ବୁଧବାର ଅପରାହ୍ନ ପ୍ରାୟ ୩ ଟାରୁ ସାଢେ ୩ଟା ମଧ୍ୟରେ ମୃତ ସସ୍ମିତା ଓ ପୁଅ ପ୍ରିୟାଂଶୁ ଘର ପଛ ପାଖରେ ଥିବା ଆମ୍ବ ବଗିଚାରୁ ଆମ୍ବ ତୋଳୁ ଥିବା ସମୟରେ ଏକ ଦନ୍ତା ହାତୀ ଉଭୟ ଙ୍କୁ ଆକ୍ରମଣ କରିଥିଲା।ପ୍ରିୟାଂଶୁ ଙ୍କ ମୁଣ୍ଡ ଓ ସସ୍ମିତାଙ୍କ ବେକକୁ ଗଭୀର ଆଘାତ କରିଥିଲା।ଉଭୟ ଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ହିନ୍ଦୋଳ ମେଡିକାଲକୁ ଚିକିତ୍ସା ପାଇଁ ନେଇଥିବା ବେଳେ ଡାକ୍ତର ସେଠାରେ ଉଭୟ ଙ୍କୁ ମୃତ ଘୋଷଣା କରିଥିଲେ। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇବା ସହ ଉତ୍ୟକ୍ତ ଗ୍ରାମବାସୀ ନରସିଂହପୁର ଅନୁଗୁଳ ମୁଖ୍ୟ ରାସ୍ତାର ନୂଆଗାଁ ଠାରେ ରାସ୍ତା ଅବରୋଧ କରିଥିଲେ। ଖବର ପାଇ ନରସିଂହପୁର ବ୍ଲକ ଅଧକ୍ଷା ସସ୍ମିତା ଜେନା, ଯୁବ ବିଜୁ ଜନତା ଦଳର ବ୍ଲକ ସଭାପତି ନିର୍ମଳ କୁମାର ଜେନା, ଦେବଭୂଇଁ ସରପଞ୍ଚ ଲିଲି ସାହୁ ପ୍ରମୁଖ ଘଟଣା ସ୍ଥଳରେ ପହଁଞ୍ଚି ମୃତ ପରିବାର କୁ ସମବେଦନା ଜଣାଇବା ସହ ଜଙ୍ଗଲ ନିକଟବର୍ତ୍ତୀ ଗ୍ରାମ ଗୁଡିକରେ ସୋଲାର ବାଡ ଲଗାଇବା ସଚେତନତା ସୃଷ୍ଟି କରିବା ସହ ପ୍ରଶାସନ ପକ୍ଷରୁ ତୁରନ୍ତ କ୍ଷତିପୂରଣ ଯୋଗାଇ ଦେବାକୁ ଦାବୀ କରିଥିଲେ।ଖବର ପାଇ ନରସିଂହପୁର ପୂର୍ବ ବନ ବିଭାଗ ଘଟଣା ସ୍ଥଳରେ ପହଁଞ୍ଚି ପ୍ରତିଶୃତି ଦେବା ପରେ ରାସ୍ତାରୋକ ହଟିଥିଲା।ହାତୀ ଆକ୍ରମଣରେ ମା ପୁଅ ଙ୍କ ମୃତ୍ୟୁରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି।

Leave A Reply

Your email address will not be published.