ଦୁର୍ଘଟଣା ପରେ ଗାର୍ଡୱାଲରେ ଝୁଲିଲା ହାଇୱା 

0 215

ବାଲିଗୁଡା,୨୩/୦୪(ପିପିଟି) : ଭାରସାମ୍ୟ ହରାଇ ଗାର୍ଡୱାଲ ରେ ଝୁଲିଲା ଚିପ୍ସ ବୋଝେଇ ହାଇୱା । ଗୁରୁବାର ଅପରାହ୍ନ ରେ ବାଲିଗୁଡା ଥାନା ୪୧ ନଂ. ରାଜ୍ୟ ରାଜପଥ ର ମୁଖ୍ୟ ରାସ୍ତା ର ଗଟାଙ୍ଗୀ ନିକଟରେ ଘଟିଛି ଦୁର୍ଘଟଣା । ତେବେ ଦୁର୍ଘଟଣା ରେ ଅଳ୍ପକେ ମୃତ୍ୟୁ ମୁଖରୁ ବର୍ତିଲେ ହାଇୱା ଡ୍ରାଇଭର । ତେବେ ଲଣ୍ଡାଗାଁ ପଟୁ ବାଲିଗୁଡା ଅଭିମୁଖେ ଚିପ୍ସ ବୋଝେଇ ହାଇୱା ଗାଡି ଟି ଆସୁଥିବା ବେଳେ ହଟାତ ଷ୍ଟେରିଙ୍ଗ ଅଚଳ ହୋଇଯାଇଥିଲା । ଗଟାଙ୍ଗୀ ନିକଟରେ ଷ୍ଟେରିଙ୍ଗ ଜାମ ହେବା ଫଳ ରେ ଡ୍ରାଇଭର ନିୟନ୍ତ୍ରଣ ହରାଇବା ପରେ ଗାର୍ଡୱାଲ ରେ ଝୁଲି ରହିଥିଲା ହାଇୱା । ତେବେ ସ୍ଥାନୀୟ ବାସିନ୍ଦା ଘଟଣା ସ୍ଥଳରେ ପହଂଚି ଡ୍ରାଇଭର କୁ ହାଇୱା ରୁ ଉଦ୍ଧାର କରି ବାହାର କୁ ଆଣିଥିଲେ । ତେବେ ଦୁର୍ଘଟଣା ପରେ ଡ୍ରାଇଭର ଜଣକ ସୁରକ୍ଷିତ ରହିଥିବା ସ୍ଥାନୀୟ ବାସିନ୍ଦା କହିଛନ୍ତି ।

ରିପୋର୍ଟ:-ସୁଶାନ୍ତ କୁମାର ପାଣିଗ୍ରାହୀ

Leave A Reply

Your email address will not be published.