ବାଲିଗୁଡା,୨୩/୦୪ (ପିପିଟି): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଟିକାବାଲି ଥାନା ପୋଲିସ ଜଣେ ପୁରୁଣା ଚୋରି କେସରେ ଅଭିଯୁକ୍ତକୁ ଗିରଫ କରି ଫୁଲବାଣୀ ଏସଡିଜେଏମ କୋର୍ଟକୁ ଚାଲାଣ କରିଛନ୍ତି । ଘଟଣାରୁ ପ୍ରକାଶ ଯେ, ଟିକାବାଲି ଥାନା ଶଙ୍କରାଖୋଲା ଗ୍ରାମର ଗୋକୁଳାନନ୍ଦ ପ୍ରଧାନ ଙ୍କ ପୁଅ ପ୍ରଭାକର ପ୍ରଧାନ,(୪୩) ପୂର୍ବରୁ ତିନୋଟି ଚୋରି ମାମଲାରେ କେଶ ନଂ.୧୫୮/୧୮ ଜି. ଉଦୟଗିରି ଥାନା, ୪୯୬/୧୮ ବାଲିଗୁଡା ଥାନା, ୨୦୪/୨୦ ହିଞ୍ଜିଳିକାଟୁ ଥାନାରେ ଅଭିଯୁକ୍ତ ହୋଇ ପୋଲିସ ହାତରୁ ଖସି ଫେରାର ଥିଲେ । ଗୁରୁବାର ଟିକାବାଲି ପୋଲିସ ଥାନା ଅଧିକାରୀ ସମୀର କୁମାର ବେହେରା ଙ୍କ ନେତୃତ୍ୱରେ ଏଏସଆଇ ଅବନୀ ପ୍ରଧାନ ଓ ପଞ୍ଚାନନ ମଲିକ ସହଯୋଗରେ ସଦଳବଳ ଅଭିଯୁକ୍ତ ପ୍ରଭାକର ପ୍ରଧାନଙ୍କୁ ଗିରଫ କରି ଫୁଲବାଣୀ ଏସଡିଜେଏମ କୋର୍ଟ କୁ ଚାଲାଣ କରିଛନ୍ତି ।
ରିପୋର୍ଟ:-ସୁଶାନ୍ତ କୁମାର ପାଣିଗ୍ରାହୀ