ବାଲିପଦରରେ ଦୁଇ ଦିବସିୟ ଶିକ୍ଷାଦାନ ଶିକ୍ଷଣ କର୍ମଶାଳା।

0 154

ପୋଲସରା ,୨୧/୦୪(ପିପିଟି):ଗଞ୍ଜାମ ଜିଲ୍ଲାର ବୁଗୁଡା ବ୍ଲକ ଅନ୍ତର୍ଗତ ବାଲିପଦର କ୍ଲଷ୍ଟରର ବାଲିପଦର ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଆଜିଠୁ ଆରମ୍ଭ ହୋଇଥିବା ଦୁଇ ଦିବସିୟ ଶିକ୍ଷାଦାନ ଶିକ୍ଷଣ କର୍ମଶାଳାକୁ ସହକାରୀ ଗୋଷ୍ଠୀ ଶିକ୍ଷା ଅଧିକାରୀ କୃଷ୍ଣ ଚନ୍ଦ୍ର ବେହେରାଙ୍କ ଦ୍ୱାରା ଉଦଘାଟିତ ହୋଇଯାଇଛି। ବାଲିପଦର କ୍ଲଷ୍ଟରର ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ବିଶ୍ୱଜିତ ପରିଡ଼ାଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଏହି କର୍ମଶାଳାରେ କ୍ଲଷ୍ଟର ଅନ୍ତର୍ଗତ ୧୧ ଟି ବିଦ୍ୟାଳୟର ଶିକ୍ଷକ ତଥା ଶିଳ୍ପୀ ବୃନ୍ଦଙ୍କ ଦ୍ୱାରା ସାକ୍ଷରତା, ସଂଖ୍ୟା ଜ୍ଞାନ ଓ ଶ୍ରେଣୀ ଉପଯୋଗୀ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତି କରାଯାଇଥିଲା। କର୍ମଶାଳା ଅନୁଷ୍ଠିତ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶର୍ମିଳା ରାଣୀ ଦାସ ଆବଶ୍ୟକୀୟ ସହଯୋଗ ପ୍ରଦାନ କରିଥିଲେ। ଏହି କର୍ମଶାଳା ୨୨-୪-୨୬ ତାରିଖ ଦିନ ଉଦଯାପିତ ହେବ।

ରିପୋର୍ଟ୍: ସନ୍ତୋଷ କୁମାର ପଣ୍ଡା

Leave A Reply

Your email address will not be published.