ଆଧ୍ୟାତ୍ମିକ ଚେତନା ଓ ସମୃଦ୍ଧିର ବାର୍ତ୍ତା ବହନ କରିଥାଏ ଅକ୍ଷୟ ତୃତୀୟା।

0 202

ବୋଲଗଡ଼,୧୯/୦୪(ପିପିଟି): ଆମ ରାଜ୍ୟରେ ପ୍ରତେକ ଗ୍ରାମାଞ୍ଚଳରେ ଲୋକ କଥା ରହିଛି ” ଝିଁ..ଝିଁ..ଡାକିଲା ଝିଙ୍କାରି ଉଠ ଚଷା ପୁଅ ଧାନ ବୁଣ। ଅକ୍ଷୟ ତୃତୀୟା ମୁଠି ଅନୁକୂଳ ବୈଶାଖ ଖରା ହେଲାଣି ଟାଣ। ଜେଷ୍ଠ ରଜ ଜାତ ହୋଇଯିବ ଗଜା ଅଦିନ ବରଷା ପାଣି ପାଇ। ଆଶାଢେ ଗୁଣ୍ଡିଚା କରିବୁ ବିହୁଡ଼ା ମଇ ଦେଉଥିବ ଗୀତ ଗାଇ”

ଓଡ଼ିଶା କୃଷିପ୍ରଧାନ ରାଜ୍ୟ । କୃଷି ହେଉଛି କୃଷକର ପରିଚୟ। ଓଡ଼ିଶାର ସାଂସ୍କୃତିକ ଜୀବନ ଓ କୃଷି ପରମ୍ପରା ସହିତ ଅକ୍ଷୟ ତୃତୀୟାର ନିବିଡ଼ ସମ୍ପର୍କ ରହିଛି। ଏହି ଦିନକୁ କୃଷକମାନେ ନୂଆ ଚାଷ ବର୍ଷର ଶୁଭାରମ୍ଭ ଭାବେ ଗ୍ରହଣ କରିଥାନ୍ତି। ଇଂରାଜୀ ନବବର୍ଷ କିମ୍ବା ଓଡ଼ିଆ ନବବର୍ଷ ବା ପଣା ସଂକ୍ରାନ୍ତି ପାଳନ ପରି କୃଷି କାର୍ଯ୍ୟରେ ଏହି ଅକ୍ଷୟ ତୃତୀୟା ରେ “ଅଖିମୁଠି ଅନୁକୂଳ” ହୁଏ। ଚାଷ କାର୍ଯ୍ୟରେ ନୂଆବର୍ଷ ଆରମ୍ଭ ହୋଇଥାଏ। ଏହି ପବିତ୍ର ଦିନଠାରୁ ଆରମ୍ଭ ହୁଏ ଖରିଫ୍ ଫସଲ । ଏହି ଦିନ ମାଟି ମାଆଙ୍କୁ ପୂଜାକରି କୃଷକମାନେ କ୍ଷେତରେ ଅଖିମୁଠି ବା ନୂଆ ଧାନ ବୁଣା ଅନୁକୂଳ କରିଥାନ୍ତି। ଏଥିସହ ଧରଣୀ ମାତା ର ପୂଜା କରି ଭଲ ଫସଲ ପାଇଁ ଆଶ୍ରୀବାଦ ଭିକ୍ଷା କରିଥାନ୍ତି। ଜଗନ୍ନାଥ ସଂସ୍କୃତିରେ ମଧ୍ୟ ଏହି ଦିବସ ଟି ବହୁ ଗୁରୁତ୍ୱପୂର୍ଣ୍ଣ। କାରଣ ଏହି ପବିତ୍ର ଦିବସରେ ରଥଯାତ୍ରା ପାଇଁ ରଥ ନିର୍ମାଣର ଅନୁକୁଳ କରାଯାଏ ଏବଂ ଶ୍ରୀକ୍ଷେତ୍ରରେ ଚନ୍ଦନ ଯାତ୍ରା ଆରମ୍ଭ ହୋଇଥାଏ। ଏହି ପର୍ବ ଆଧ୍ୟାତ୍ମିକ ଚେତନା ଓ ସମୃଦ୍ଧିର ବାର୍ତ୍ତା ବହନ କରିଥାଏ। ଏହି ଦୁଇଟି ଯାକ ପ୍ରଥା ଶିଖାଏ ଯେ ସୃଷ୍ଟିର ପ୍ରତିଟି କାର୍ଯ୍ୟ ଈଶ୍ୱରଙ୍କ ଆଶ୍ରୀବାଦରୁ ହିଁ ହୋଇଥାଏ। ଏହି ଅକ୍ଷୟ ତୃତୀୟା ଦିନରେ ରୋପଣ କରାଯାଇଥିବା ବିଶ୍ୱାସର ବୀଜ କେବେ କ୍ଷୟ ହୁଏନାହିଁ। ବରଂ ତାହା କର୍ମ ଓ ସମୟ ସୀମା ଅତିକ୍ରମ କରି ଆତ୍ମାକୁ ଏକ ଅକ୍ଷୟ ପରିଣତି ଆଡକୁ ଅଗ୍ରସର କରାଏ।

ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।

Leave A Reply

Your email address will not be published.