ସେକ୍ସ ରାକେଟ କିଙ୍ଗ ପିନ୍ ସମେତ ୪ଗ୍ରାହକ ଗିରଫ।

0 265

ଭଞ୍ଜନଗର, ୧୭/୦୪(ପିପିଟି ):ଆଗକୁ ଆସୁଛି ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଐତିହାସିକ ଠାକୁରାଣୀ ଯାତ୍ରା।ତା ପୂର୍ବରୁ ଶାନ୍ତି ଶୃଙ୍ଖଳା ପରିସ୍ଥିତି ରକ୍ଷା କରିବା ପାଇଁ ପୋଲିସ ପକ୍ଷରୁ ସତର୍କତା ଅବଲମ୍ବନ କରାଯାଉଛି।ଏହାକୁ ଦୃଷ୍ଟିରେ ରଖି ପୋଲିସ ଭଞ୍ଜନଗର ଥାନା ଶଙ୍ଖ ସାହିରେ ଥିବା ଗୋଟିଏ ଘରେ ସେକ୍ସ ରାକେଟ ଚଳାଉଥିବା ଜଣେ କିଙ୍ଗ ପିନ୍, ଜଣେ ଦେହଜୀବି ସମେତ ଅନ୍ୟ ୪ଜଣ ଗ୍ରାହକଙ୍କୁ ଉଦ୍ଧାର କରିବାରେ ସକ୍ଷମ ହୋଇଛି।ଭଞ୍ଜନଗର ଥାନା ଏସଆଇ ସମୀର କୁମାର ସେଠୀ ଅନ୍ୟ ପୋଲିସ କର୍ମଚାରୀଙ୍କ ସହ ଗତ ୧୫ ତାରିଖ ରାତିରେ ପାଟ୍ରୋଲିଂ କରୁଥିବା ସମୟରେ ଭଞ୍ଜନଗର ଶଙ୍ଖ ସାହିରେ ରହୁଥିବା କିନ୍ନର ଅମର ନାୟକ ଓରଫ ଗୀତା ଘରେ ଅନୈତିକ କାର୍ଯ୍ୟକଳାପ ଯଥା ଦେହ ବ୍ୟବସାୟ ଚାଲିଥିବା ଖବର ପାଇଥିଲେ।ଏହା ପରେ ସେ ମହିଳା ପୋଲିସ ଓ ଅନ୍ୟ ପୋଲିସ କର୍ମଚାରୀଙ୍କ ସହିତ ବିଳମ୍ବିତ ରାତିରେ ଉକ୍ତ ଘର ନିକଟରେ ପହଞ୍ଚି ଦେଖିଲେ ଏକ ସିଡ଼ି ବିଶିଷ୍ଟ ହଳଦିଆ ରଙ୍ଗର କୋଠାରେ ତିନୋଟି କୋଠରୀ ରହିଛି।ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଲା ଯେ ଅମର ନାଏକ ଓରଫ ଗୀତା ହେଉଛି ସେକ୍ସ ରାକେଟ ଚଳାଉଥିବା ଜଣେ ଦଲାଲ।କିଛି ଦିନ ହେବ ସେ ଜଣେ ୨୬ ବର୍ଷ ବୟସ୍କା ମହିଳାଙ୍କୁ ସେକ୍ସ ରାକେଟ ଚଳେଇବା ପାଇଁ ଭୁବନେଶ୍ୱର ଅଞ୍ଚଳରୁ ଆଣି ରଖିଛି।ଏଥିସହ ଗୀତା ନାଏକ ନିୟମିତ ଭାବରେ ଭୁବନେଶ୍ୱର ଏବଂ ବ୍ରହ୍ମପୁର ଅଞ୍ଚଳର ବହୁ ନିରୀହ ମହିଳାଙ୍କୁ ଆଣି ସେହି ଘରେ ନିଜ ସେକ୍ସ ରାକେଟ ଚଳାଉଥିବା ଜଣାପଡିଥିଲା।ସମସ୍ତ ତଥ୍ୟ ଆଧାରରେ ସେହି ଘରେ ପୋଲିସ ଚଢ଼ାଉ କରି ମୁଖ୍ୟ ଅଭିଯୁକ୍ତ ଶଙ୍ଖ ସାହିର ଅମର ନାୟକ ଓରଫ ଗୀତା ଏବଂ ସ୍ଥାନୀୟ ଅଞ୍ଚଳର ଅନ୍ୟ ଚାରି ଜଣ ଗ୍ରାହକଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ବିଭିନ୍ନ ଆପତ୍ତିଜନକ ସାମଗ୍ରୀ, ୫ଟି ମୋବାଇଲ ଫୋନ ଆଦି ଜବତ କରାଯାଇଛି।ଏହି ଘଟଣାରେ ଭଞ୍ଜନଗର ପୋଲିସ ୩୨୬/୨୬ରେ ଏକ ମାମଲା ରୁଜୁ କରି ଆଜି ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି ବୋଲି ଥାନା ଅଧିକାରୀ ଜୀବନାନନ୍ଦ ଜେନା କହିଛନ୍ତି।

ରିପୋର୍ଟ -(ଜେ.କେ ପଟ୍ଟନାୟକ)

Leave A Reply

Your email address will not be published.