ଚୋରି କରିବାକୁ ଆସି ବୃଦ୍ଧାଙ୍କୁ ଆକ୍ରମଣ, ଅଭିଯୁକ୍ତ ଫେରାର ।

0 219

ପୋଲସରା,୧୬/୦୪ (ପିପିଟି) : ଗଞ୍ଜାମ ଜିଲ୍ଲା ପୋଲସରା ଥାନା ପାଟିଗଡ଼ ଗ୍ରାମରେ ଜଣେ ୬୦ ବର୍ଷ ବୃଦ୍ଧାଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିବା ଜଣାପଡିଛି। ଆହତ ବୃଦ୍ଧା ଜଣକ ହେଲେ ସେହି ଗ୍ରାମର ମନୋରମା ପାତ୍ର। ଉକ୍ତ ବୃଦ୍ଧା ଜଣକ ଘରେ ଏକୁଟିଆ ରହୁଥିବା ବେଳେ ପାଟିଗଡ଼ ଗ୍ରାମର ସଚିନ୍ଦ୍ର ଗୌଡ଼ ଅଧରାତିରେ ଚୋରୀ କରିବା ପାଇଁ ଆସି ମନୋରମାଙ୍କୁ ଆକ୍ରମଣ କରିଥିଲା। ଗୁରୁବାର ସକାଳୁ ବୃଦ୍ଧା ଜଣକ ଆହତ ଅବସ୍ଥା ରେ ପଡ଼ିଥିବା ଦେଖି ଗ୍ରାମବାସୀ ପୋଲସରା ପୁଲିସ କୁ ଖବର ଦେଇ ପୋଲସରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଇଛନ୍ତି। ପରେ ଗୁରୁତର ମନୋରମା ଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି। ଆକ୍ରମଣ ରେ ବୃଦ୍ଧା ଙ୍କ ୪ ଟି ଦାନ୍ତ ଭାଙ୍ଗିଥିବା ବେଳେ ଛାତି ଓ ମୁଁହ ରେ ଗଭୀର ଆଘାତ ଲାଗିଛି। ଏହାକୁ ନେଇ ବୃଦ୍ଧାଙ୍କ ପୁତ୍ର ଫକୀର ପାତ୍ର ପୋଲସରା ଥାନାରେ ଏତଲା ଦେଇଛନ୍ତି। ଏତଲାକୁ ଆଧାର କରି ପୋଲିସ ତଦନ୍ତ ଜାରି ରଖିଥିବା ବେଳେ ଅଭିଯୁକ୍ତ ଫେରାର ହୋଇଯାଇଥିବା ଯୋଗୁଁ ତାକୁ ଉକ୍ତ ପାଠ ଲେଖି ପଠାଯିବା ସୁଦ୍ଧା ପୋଲିସ ଗିରଫ କରିବାରେ ସଫଳ ହୋଇପାରି ନାହିଁ।

ରିପୋର୍ଟ୍: ସନ୍ତୋଷ କୁମାର ପଣ୍ଡା

Leave A Reply

Your email address will not be published.