ଆଜିଠୁ ଖୋଲିଲା ଦକ୍ଷିଣ ଓଡ଼ିଶାର ପ୍ରଥମ ୱାଟର୍ ପାର୍କ ।

0 269

ଭଞ୍ଜନଗର, ୧୬/୦୪(ପିପିଟି ):ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ଠାରେ ଥିବା ପ୍ରସିଦ୍ଧ ବିଜୁ ପଟ୍ଟନାୟକ ଶିଶୁ ଉଦ୍ୟାନ ପରିସରରେ ରହିଛି ଦକ୍ଷିଣ ଓଡ଼ିଶାର ପ୍ରଥମ ୱାଟର୍ ପାର୍କ।କିଛି ଦିନର ବ୍ୟବଧାନ ପରେ ଭଞ୍ଜନଗର ଜଳସମ୍ପଦ ବିଭାଗ ଦ୍ୱାରା ପରିଚାଳିତ ଏହି ପାର୍କ ବର୍ତ୍ତମାନର ଗ୍ରୀଷ୍ମପ୍ରବାହକୁ ଦେଖି ଆଜିଠାରୁ ତାହା ପୁଣି କାର୍ଯ୍ୟକ୍ଷମ ହୋଇଛି।ପ୍ରତ୍ୟେକ ଦିନ ଏଠାରେ ୨ଶହ ରୁ ୩ଶହ ଲୋକଙ୍କ ନିମନ୍ତେ ପ୍ରବେଶ ବ୍ୟବସ୍ଥା କରାଯାଇଛି। କେବଳ ସୋମବାର ବ୍ୟତୀତ ଅନ୍ୟ ଦିନମାନଙ୍କରେ ୧୧ଟା ଠାରୁ ଦିନ ୩ଟା ପର୍ଯ୍ୟନ୍ତ ଖୋଲା ରହିବ।ଜଣଙ୍କ ପିଛା ଟିକଟର ମୂଲ୍ୟ ମାତ୍ର ୨ଶହ ଟଙ୍କା ରହିଛି।ଗରମ ଓ ଗୁଳୁଗୁଳିରୁ ତ୍ରାହି ପାଇବା ପାଇଁ ରାଜ୍ୟ ତଥା ରାଜ୍ୟ ବାହାରୁ ପ୍ରତିଦିନ ଛୋଟପିଲାଙ୍କ ଠାରୁ ବହୁ ପୁରୁଷ ଓ ମହିଳା ଆସି ଏଠାରେ ବିଭିନ୍ନ ଜଳକ୍ରୀଡ଼ାର ମଜା ଉଠାଇଥାନ୍ତି।ତେଣୁ ପ୍ରତ୍ୟେକ ଦିନ ବହୁ ଲୋକଙ୍କ ଭିଡ଼ ଏଠାରେ ଲାଗି ରହିଥାଏ।ଆଜି ପ୍ରଥମ ଦିନରେ ଲୋକଙ୍କ ସଂଖ୍ୟା ଟିକେ କମ ରହିଛି।

ରିପୋର୍ଟ୍ -(ଜେ.କେ ପଟ୍ଟନାୟକ)

Leave A Reply

Your email address will not be published.