ସୁବର୍ଣ୍ଣପୁର ରୁ ପ୍ରଥମ ଥର ଗଲା ଶ୍ରୀ ଜଗନ୍ନାଥ ଧାମ ପୁରୀକୁ ରଥ କାଠ ।

0 211

ସୁବର୍ଣ୍ଣପୁର ,୧୩/୦୩(ପିପିଟି):ସୁବର୍ଣ୍ଣପୁର ଜିଲ୍ଲା ସଦର ବ୍ଲକ ମଲ୍ଲିକମୁଣ୍ଡା ଗାଁ ରୁ ପ୍ରଥମ ଥର ଗଲା ଶ୍ରୀ ଜଗନ୍ନାଥ ଧାମ ପୁରୀକୁ ରଥ କାଠ । ସୋନପୁର ବନାଞ୍ଚଳ ଅଧିକାରୀ ଙ୍କ କାର୍ଯ୍ୟାଳୟ ରେ ବନାଞ୍ଚକ ଅଧିକାରୀ ସୁଭାଷ ଚନ୍ଦ୍ର ମହାପାତ୍ର ଙ୍କ ଦ୍ୱାରା ପୂଜା ଅର୍ଚ୍ଚନା କରାଯାଇ ଧ୍ୱଜା ଦେଖାଇବା ପରେ ଶ୍ରୀ ଜଗନ୍ନାଥଙ୍କ ରଥ କାଠ ପୁରୀ ଶ୍ରୀକ୍ଷେତ୍ର ଅଭିମୁଖେ ବାହାରିଥିଲା । ସୁବର୍ଣ୍ଣପୁର ଜିଲ୍ଲା ରୁ ପ୍ରଥମ ଥର ଏ କାଠ ରେ ଶ୍ରୀ ଜଗନ୍ନାଥ ମହାପ୍ରଭୁ ଙ୍କ ରଥ ନିର୍ମାଣ ସେବା ରେ ଲାଗିବା ର ସୁଯୋଗ ମିଳିଥିବାରୁ ଜିଲ୍ଲା ପ୍ରଶାସନ ଓ ବନ ବିଭାଗ କର୍ମଚାରୀ ଙ୍କ ସମେତ ସମଗ୍ର ସହର ଓ ଜିଲ୍ଲାବାସୀ ଖୁସି ଅଛନ୍ତି ଓ ଏହା ଜିଲ୍ଲା ପାଇଁ ଗୌରବ ବିଷୟ ବୋଲି ରେଞ୍ଜର ଶ୍ରୀ ମହାପାତ୍ର, ଫରେଷ୍ଟର ଭକ୍ତ ବନ୍ଧୁ ମିଶ୍ର, ସମାଜସେବୀ ଗୋବିନ୍ଦ ମହାରଣା ପ୍ରକାଶ କରିଛନ୍ତି । ଆହୁରି କହିଛନ୍ତି ଯେ ପ୍ରଭୁ ଙ୍କ ଡୋରୀ ଲାଗିଲା ଏ ମାଟି ଉପରେ ଶୁଭ ଦୃଷ୍ଟି ପଡ଼ିଲା । ନୋଡାଲ ଅଫିସର ଦେବାର୍ଚନ ବେହେରା ଙ୍କ ନିର୍ଦ୍ଦେଶ ଓ ସହଯୋଗରେ ପୁରୀ ପଣ୍ଡା ମାନଙ୍କ ଦ୍ବାରା ଏ ଜିଲ୍ଲାରୁ ପାଞ୍ଚ ଗୋଟି ଫାଶୀ ଗଛ ମନୋନୀତ ହୋଇଥିଲା ଓ ଆମ ଏ କାଠ ରେ ନିର୍ମିତ ରଥର ଚକ ବଡ ଦାଣ୍ଡ ରେ ଗଡିବ ବୋଲି ଆଜି ସୁଚନା ଆସିଲା । ଏ ସେବା ଦ୍ବାରା ଆମ ଅଞ୍ଚଳ ପାଇଁ ଶୁଭ ଖବର ନେଇ ଆସିବ,ଏ ଅଞ୍ଚଳ ଏ ଜିଲ୍ଲାର ମଙ୍ଗଳ ହେବ ବୋଲି ମଧ୍ୟ ରେଞ୍ଜର ମହାପାତ୍ର, ଫରେଷ୍ଟର ଶ୍ରୀ ମିଶ୍ର ଓ ସମାଜସେବୀ ଶ୍ରୀ ମାହାଣା ପ୍ରକାଶ କରିଛନ୍ତି l ଏ ସେବାର ସୁଯୋଗ ପାଇଁ ଜିଲ୍ଲା ପ୍ରଶାସନ,ବନ ବିଭାଗ କର୍ମଚାରି ଓ ଜିଲ୍ଲା ବାସୀ ଖୁବ୍ ଖୁସି ଅଛନ୍ତି ଓ ଏହା ଆମ ପାଇଁ ଗୌରଵ ର ବିଷୟ ବୋଲି କହିଛନ୍ତି l ଏହି କାର୍ଯ୍ୟକ୍ରମରେ ବନ ବିଭାଗ କର୍ମଚାରି ଙ୍କ ସମେତ ସମାଜସେବୀ ଶ୍ରୀବତ୍ସ ମଲ୍ଲିକ, ବୈକୁଣ୍ଠ ଶତପଥୀ, ମନୋରଞ୍ଜନ ତ୍ରିପାଠୀ , ପୋଲିସ କନେଷ୍ଟବଳ ସଂଘ ପ୍ରାକ୍ତନ ସଭାପତି ଦିନେଶ ମିଶ୍ର, ଅନେକ ଭକ୍ତ ଶ୍ରଦ୍ଧାଳୁ ସାମ୍ବାଦିକ ଓ ଏ ରଥ କାଠ ପଠାଇବା ପାଇଁ ଦଶପଲ୍ଲା ରୁ ଆସିଥିବା ଛଅ ଜଣ ସେବକ ଉପସ୍ଥିତ ଥିଲେ । ଶ୍ରୀ ଜଗନ୍ନାଥ ମହାପ୍ରଭୂ ଙ୍କ ଜୟ ଜୟ କାର ଧ୍ୱନି ଓ ହରିବୋଲ ରେ ରାତିରେ କମ୍ପି ଉଠିଥିଲା ସୋନପୁର ରେଞ୍ଜ ଅଫିସ୍ କାର୍ଯ୍ୟାଳୟ । ପୂର୍ବରୁ ଏଥିପାଇଁ ରାମ ନବମୀ ତିଥିରେ ସୋନପୁର ବ୍ଲକ ମଲ୍ଲିକ ମୁଣ୍ଡା ଗାଁରେ ଆଦିତ୍ୟ ମିଶ୍ରଙ୍କ ଘରେ ଏକ ଭବ୍ୟ ଉତ୍ସବ ସହ ପାଞ୍ଚ ଗୋଟି ଫାଶି ଗଛକୁ ପୂଜା ଅର୍ଚ୍ଚନା କରା ଯାଇଥିଲା । ଆଦିତ୍ୟ ମିଶ୍ରଙ୍କ ଦୀର୍ଘ ୨୫/୩୦ ବର୍ଷର ସଂକଳ୍ପ ସ୍ବପ୍ନ ପୂରଣ ହୋଇ ପାରିଛି ବୋଲି ମିଡ଼ିଆ ଙ୍କୁ ପୁର୍ବରୁ ସୁଚନା ଦେଇଥିଲେ ଫରେଷ୍ଟର ଶ୍ରୀ ମିଶ୍ର ।

ରିପୋର୍ଟ -ଶାନ୍ତନୁ କୁମାର କର୍ଣ୍ଣ

Leave A Reply

Your email address will not be published.