ନିଶାମୁକ୍ତ ସମାଜ ଗଠନ ଲକ୍ଷ୍ୟରେ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସାମୂହିକ ଶପଥ ପାଠ ।

0 0

ଭୁବନେଶ୍ବର, ୧୮/୦୮(ପିପିଟି): ନିଶାମୁକ୍ତ ସମାଜ ଗଠନ ଏବଂ ନିଶାଦ୍ରବ୍ୟର କୁପ୍ରଭାବ ସମ୍ପର୍କରେ ଜନସଚେତନତା ସୃଷ୍ଟି ଲକ୍ଷ୍ୟରେ ଆଜି ରାଜ୍ୟ ସରକାରଙ୍କ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସାମୂହିକ ନିଶାମୁକ୍ତି ଶପଥ ପାଠ ଅନୁଷ୍ଠିତ ହୋଇଯାଇଛି । ଏହି ଶପଥ ଗ୍ରହଣ କାର୍ଯ୍ୟକ୍ରମରେ ବିଭାଗର ନିର୍ଦ୍ଦେଶକ ଅନୁଜ କୁମାର ଦାସ ପଟ୍ଟନାୟକ, ଅତିରିକ୍ତ ଶାସନ ସଚିବ ଅଶୋକ କୁମାର ବେହୁରିଆ, ଯୁଗ୍ମ ନିର୍ଦ୍ଦେଶିକା ସୁଚେତା ପ୍ରିୟଦର୍ଶିନୀ, ଉପନିର୍ଦ୍ଦେଶକ ଅଶ୍ବିନୀ କୁମାର ଭୋଇଙ୍କ ସମେତ ବିଭାଗୀୟ ଅଧିକାରୀ, କର୍ମଚାରୀମାନେ ସାମିଲ୍ ହୋଇ ଶପଥ ପାଠ କରିଥିଲେ ।

ବିଭାଗର ଅଧିକାରୀ ଓ କର୍ମଚାରୀମାନେ ଏହି ଶପଥ ପାଠରେ ସାମିଲ ହୋଇ ନିଜେ ନିଶାଦ୍ରବ୍ୟ ସେବନଠାରୁ ଦୂରେଇ ରହିବା ସହ ପରିବାର, ବନ୍ଧୁବର୍ଗ ଏବଂ ସମାଜର ଅନ୍ୟମାନଙ୍କୁ ମଧ୍ୟ ନିଶାର କୁପ୍ରଭାବ ସମ୍ପର୍କରେ ସଚେତନ କରିବାକୁ ଶପଥ ନେଇଥିଲେ । ଆଜି ସାରା ରାଜ୍ୟରେ ନିଶାମୁକ୍ତ ଶପଥ ଅଭିଯାନ ଆୟୋଜନ କରାଯାଉଛି । ଏହି ଅଭିଯାନରେ ରାଜ୍ୟର ଅତିକମରେ ୧୦ ପ୍ରତିଶତ ଲୋକଙ୍କୁ ସାମିଲ କରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ସ୍କୁଲ, କଲେଜ, ସରକାରୀ କାର୍ଯ୍ୟାଳୟ, ପଞ୍ଚାୟତ ଓ ବିଭିନ୍ନ ସାମାଜିକ ସଂଗଠନର ସହଭାଗିତାରେ ଏହି ଶପଥ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି ।

 

Leave A Reply

Your email address will not be published.