ଯାଜପୁର ,୧୦/୦୪(ପିପିଟି ):ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଭାଲୁଖାଇ ନିକଟସ୍ଥ ଗୋଣ୍ଣ୍ର୍ଶ୍ୱର ପୀଠର ଉନ୍ନତିକରଣ ପାଇଁ ବିଧାୟକ ହିମାଂଶୁ ଶେଖର ସାହୁ ଅଂଟା ଭିଡିଛନ୍ତି । ବିଧାୟକ ଶ୍ରୀ ସାହୁ ଧର୍ମଶାଳା ବିଡିଓ ଜ୍ୟୋତିର୍ମୟ କର ଅନ୍ୟକର୍ମଚାରୀ ଓ ସମର୍ଥକଙ୍କ ଗହଣରେ ସେଠାରେ ପହଁଚି ମନ୍ଦିରର ସ୍ଥିତି ବୁଲି ଦେଖିଥିଲେ । ଏଥିସହ ମନ୍ଦିରର ଉନ୍ନତିକରଣ ପାଇଁ ସେଠାରେ ଏକ ପାର୍କ କରାଯିବା ସହ ରୋଷ ଘର, ମଣ୍ଡପ ଓ ଲୋକମାନଙ୍କ ରହଣି ପାଇଁ ସେଡ ନିର୍ମାଣ କରିବା ପାଇଁ ବ୍ୟବସ୍ଥା କରିବା ସହିତ ଏଥିଲାଗି ଆବଶ୍ୟକ ଅର୍ଥ ମଞ୍ଜୁର କରିବାକୁ ବିଧାୟକ ଶ୍ରୀ ସାହୁ ପ୍ରତିଶୃତି ଦେଇଥିବା ଜଣାଯାଇଛି । ଏହି ସମିକ୍ଷାରେ ବିଧାୟକ ଶ୍ରୀ ସାହୁଙ୍କ ସମର୍ଥକ ରାଜେଶ ପାଳ , ବିଜେପି ଆରୁହା ଜୋନର ସଭାପତି ଜିତେନ୍ଦ୍ର ରାଉତ,ଦେବରାଜ ମିଶ୍ର, ଅଭିଷେକ ରାଉତ,ତୁଷାର ରାୟ, ସବ୍ୟସାଚୀ ସୁନ୍ଦରରାୟ ପ୍ରମୁଖ ଉପସ୍ଥିତ ରହିଥିଲେ ।