ଦିନକୁ ଦିନ ସକ୍ରିୟ ହେଉଛନ୍ତି କାଠ ମାଫିଆ, ଫରେଷ୍ଟଙ୍କ ପାଖରେ ରହୁନାହିଁ ସୂଚନା।

0 47

ବୋଲଗଡ଼, ୧୦/୦୪(ପିପିଟି):ବୋଲଗଡ଼ ଅଞ୍ଚଳରେ ଦିନକୁ ଦିନ ସକ୍ରିୟ ହେଉଛନ୍ତି କାଠ ମାଫିଆ ,ଫରେଷ୍ଟରଙ୍କ ପାଖରେ ରହୁନି ସୂଚନା । ଆଜି ଦିନ ୧୦.୩୦ ସମୟରେ ପାଟବନ୍ଧ ଜଙ୍ଗଲରୁ କାଠ ବଡ ଲକ୍ ଗାଡ଼ି -HR 74B 6326 ନମ୍ୱର ଧାରି ଗାଡ଼ିରେ ଯାଉଥିବା ସମୟରେ ନିକଟସ୍ଥ ବଙ୍କୋଇ ରାସ୍ତାରେ ବୋଲଗଡ଼ ଜୈନିକ ଗଣମାଧ୍ୟମର ପ୍ରତିନିଧି ଫରେଷ୍ଟରଙ୍କୁ ଖବର ଦେଇଥିଲେ । ଖବର ପାଇ ସେହି ଗାଡ଼ି କୁ ଫରେଷ୍ଟର ପାଟବନ୍ଧ ଗ୍ରିଡ କର୍ମଚାରୀ ପଠାଇ ନିଜ ଆୟତକୁ ଆଣି ଥିଲେ ।କିନ୍ତୁ ଫରେଷ୍ଟର ବୋଲଗଡ଼ ଅଫିସ୍ ନେଉଛୁ କହି ଗାଡ଼ି ଟିକୁ ମଝି ରାସ୍ତାରୁ ଫେରାର କରି ଦେଇଛନ୍ତି ।ଯାହାର ସୂଚନା ପାଇ ବୋଲଗଡ଼ ଜୈନିକ ଗଣମାଧ୍ୟମ ପ୍ରତିନିଧି ବୋଲଗଡ଼ ଫରେଷ୍ଟରଙ୍କୁ ଯୋଗାଯୋଗ କରିବା ମାତ୍ରେ ବୋଲଗଡ଼ ଫରେଷ୍ଟର ଅଧିକାରିଣୀ କହିଛନ୍ତି କି ଏ ସମ୍ପର୍କରେ କୌଣସି ସୂଚନା ନାହିଁ ତାଙ୍କ ପାଖରେ । କଥା ହେଉଛି ବୋଲଗଡ଼ ଫରେଷ୍ଟର କାହା ସ୍ୱାର୍ଥରେ ?
କାଠ ମାଫିଆଙ୍କୁ ସୁରକ୍ଷା ଦେବା ପାଇଁ କଣ ଭିତିରିଆ କିଛି ଡିଲ କରିଛି କି ?
ସବୁ ଠାରୁ ବଡ କଥା ଏ ଗାଡ଼ିଟି ଓଡ଼ିଶାର ନୁହେଁ ।ତାହାଲେ ଏ କାଠ ମାଫିଆକୁ କିଏ ଦେଉଛି ବଳ ?

ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।

Leave A Reply

Your email address will not be published.