ଓଡିଶାର ୮ ଜଣ ଇଏମ୍ଆରଏସ ଛାତ୍ରଛାତ୍ରୀ ନୂଆଦିଲ୍ଲୀରେ ନେବେ ଜେଇଇ ଆଡଭାନ୍ସଡ୍ କୋଚିଂ ।

0 214

ଭୁବନେଶ୍ୱର, ୦୯/୦୪(ପିପିଟି):ଓଡିଶାରେ ଆଦିବାସୀ ଶିକ୍ଷାକୁ ଗୁରୁତ୍ୱ ଦେଇ ଅବିରତ କାର୍ଯ୍ୟ କରୁଛି ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ । ଏହି ବିଦ୍ୟାଳୟରୁ ଚଳିତ ଜେଇଇ ମେନ୍ ୨୦୨୬ (ଫେଜ୍-୧) ରେ ସଫଳତାର ସହ ଯୋଗ୍ୟତା ହାସଲ କରିଛନ୍ତି ୧୧ ଜଣ ଛାତ୍ରଛାତ୍ରୀ ।

ଏହି ୧୧ ଜଣରୁ ୮ ଜଣଙ୍କୁ ନୂଆଦିଲ୍ଲୀର ଜାତୀୟ ଜନଜାତି ଛାତ୍ର ସମାଜ ଅଧୀନରେ ସ୍ୱତନ୍ତ୍ର ଜେଇଇ ଆଡଭାନ୍ସଡ୍ କୋଚିଂ ପାଇଁ ମନୋନୀତ କରାଯାଇଛି ।କରଞ୍ଜିଆ , ଲହୁଣିପାରାରୁ ୩ ଜଣ, ରାଙ୍କିରୁ ଜଣେ ଏବଂ ବାଙ୍ଗିରିପୋଷିରୁ ଜଣେ ଛାତ୍ର ଅନ୍ତର୍ଭୁକ୍ତ। ଛାତ୍ରଛାତ୍ରୀମାନେ ଜାତୀୟ ରାଜଧାନୀ ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି, ତାଙ୍କ ସହିତ ଶିକ୍ଷୟିତ୍ରୀ ପ୍ରିୟଙ୍କା କୁମାରୀ ମଧ୍ୟ ଅଛନ୍ତି ।

ଏହି ପଦକ୍ଷେପ ଆଦିବାସୀ ଛାତ୍ରମାନଙ୍କୁ ଦେଶବ୍ୟାପୀ ପ୍ରମୁଖ ଇଞ୍ଜିନିୟରିଂ ପ୍ରତିଷ୍ଠାନରେ ଗୁଣାତ୍ମକ ଶିକ୍ଷା ଏବଂ ପ୍ରତିଯୋଗିତାମୂଳକ ସୁଯୋଗ ପ୍ରଦାନ କରି ସେମାନଙ୍କୁ ସଶକ୍ତ କରିବ । ଓଡ଼ିଶା ଆଦର୍ଶ ଜନଜାତି ଶିକ୍ଷା ସମାଜର ଯୁଗ୍ମ ନିର୍ଦ୍ଦେଶକ ପ୍ରଣତି ପାତ୍ର, ଆଦିବାସୀ ଶିକ୍ଷାକୁ ପ୍ରୋତ୍ସାହିତ କରିଥିବାରୁ କମିଶନର ଶ୍ରୀ ଅଜିତ କୁମାର ଶ୍ରୀବାସ୍ତବଙ୍କୁ କୃତଜ୍ଞତା ଜଣାଇଛନ୍ତି ।

ସୂଚନାଯୋଗ୍ୟ,  କରଞ୍ଜିଆର ଅଭିଶ ଆଲାମ ଜେଇଇ ମେନ୍ ରେ ୯୭.୫୦ ପ୍ରତିଶତ ନମ୍ବର ରଖିଛନ୍ତି । ଅନ୍ୟ ସଫଳ ପ୍ରାର୍ଥୀଙ୍କ ମଧ୍ୟରେ  ରାଙ୍କିରୁ ରିଙ୍କିରାଣୀ ନାଏକ, ସୁନୀଲ କୁମାର ନାଏକ ଏବଂ ସୁନିଆ ହେମ୍ବ୍ରମ;  କରଞ୍ଜିଆରୁ ସାମୁ ପଲେଇୟା , ଲାହୁନିପଡ଼ାରୁ ଇଷ୍ଟିଫାନ ହେମ୍ବ୍ରମ, ପୂଜାରାଣୀ କିଷାନ, ଦୀପା କିଷାନ, ରବିନ ଓରାମ,ସାଲଖୁ ହେମ୍ବ୍ରମ, ଏବଂ ବାଙ୍ଗିରିପୋଷିରୁ ଠାକୁର ମୁର୍ମୁ ଅନ୍ତର୍ଭୁକ୍ତ ।

 

Leave A Reply

Your email address will not be published.