ବ୍ରହ୍ମପୁର,୦୮/୦୪(ପିପିଟି):ହିଲପାଟଣା ନିବାସୀ ପରିବେଶବିତ ସ୍ୱର୍ଗତ ଅଚ୍ୟୁତ ରାମ ସାବତଙ୍କ ଧର୍ମ ପତ୍ନୀ ତଥା ସମାଜସେବୀ କନକ କୁମାରୀ ସାବତଙ୍କ ଦ୍ୱିତୀୟ ଶ୍ରାଦ୍ଧ ବାର୍ଷିକୀ ସ୍ଥାନୀୟ ସତ୍ୟଭାମା କଲ୍ୟାଣୀ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଅଛି । ଶ୍ରୀମତୀ ସାବତ ଟାଟା କଲୋନୀ ସ୍ଥିତ ଶ୍ରୀଶ୍ରୀ ରଘୁନାଥ ମନ୍ଦିରର ଦୀର୍ଘ ବର୍ଷ ଟ୍ରଷ୍ଟି ଥିବା ସହ ବହୁ ସମାଜ ସେବା କାର୍ଯ୍ୟରେ ନିଜକୁ ନିୟୋଜିତ କରିଥିଲେ। ଆଜି ଶ୍ରାଦ୍ଧ ଦିବସ ଅବସର ରେ ପୂର୍ବତନ ଉପବାଚସ୍ପତି ରାମ ଚନ୍ଦ୍ର ପଣ୍ଡା, ପୂର୍ବତନ ବିଧାୟକ ଡ ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ,ପୂର୍ବତନ ବିଡିଏ ଅଧ୍ଯକ୍ଷ ସୁବାଷ ମହାରଣା,ତାଙ୍କ ସୁପୁତ୍ର ତଥା ମହାନ୍ ସଂଘ ସଭାପତି ସୁଶାନ୍ତ କୁମାର ସାବତଙ୍କ ସମେତ ବହୁ ବୁଦ୍ଧିଜୀବୀ,ଗଣମାଧ୍ୟମ ବ୍ୟକ୍ତିତ୍ଵ, ବିଭିନ୍ନ ସଂଗଠନର ମୁଖ୍ୟ ପରିବାର ବର୍ଗ ପୁତ୍ର ଶ୍ରୀକୃଷ୍ଣ ଚନ୍ଦ୍ର ସାବତ, ଶ୍ରୀକାନ୍ତ ସାବତ,କନ୍ୟା ଅଳକା କୁମାରୀ ସାବତ,ଜ୍ୱାଇଁ ଡ ବିନୋଦ ଚନ୍ଦ୍ର ସାବତ, ନାତି ନାତୁଣୀ ଯୋଗଦେଇ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ତାଙ୍କ ସ୍ମୃତିରେ ମହାନ୍ ସଂଘ ପକ୍ଷରୁ ପ୍ରତିବର୍ଷ କନକ ସ୍ମୃତି ସମ୍ମାନ ଜଣେ ସମାଜସେବୀ ମହିଳାଙ୍କୁ ପ୍ରଦାନ କରାଯିବ ବୋଲି ଶ୍ରୀ ସାବତ ପ୍ରକାଶ କରିଛନ୍ତି।