ବିପର୍ଯ୍ୟସ୍ତ ଆଇନ ଶୃଖଳାଙ୍କୁ ନେଇ ଏସପିଙ୍କୁ ଭେଟିଲେ ବିଜେଡି ଜିଲ୍ଲା ନେତୃମଣ୍ଡଳୀ ।

0 247

ଯାଜପୁର,୦୮/୦୪ (ପିପିଟି): ଯାଜପୁର ଜିଲ୍ଲାରେ ଦିନକୁ ଦିନ ଆଇନ ଶୃଖଳା ବିପର୍ଯ୍ୟସ୍ତ ହେବାରେ ଲାଗିଛି । ଯାଜପୁର ଗୁଳିକାଣ୍ଡ ଏହି ଆଇନ ଶୃଖଳାର ଭଗ୍ନ ଆଇନ ବ୍ୟବସ୍ଥାର ନଗ୍ନ ଚିତ୍ର ପାଲିଟିଛି । ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ନେଇ ଜିଲ୍ଲାର ସାଧାରଣ ଲୋକ ଭୟ ଓ ଅଶଙ୍କାରେ ଗତି କରୁଛନ୍ତି । ଜିଲ୍ଲା ସାରା ଅରାଜକତା ଚାଲିଛି । ବିଜୁ ଜନତା ଦଳର କର୍ମୀ ମାନଙ୍କୁ ବିନା ଦୋଷରେ ମିଥ୍ୟା ମାମଲା କରି ଗିରଫ କରାଯାଉଛି । ଜିଲ୍ଲାରେ ଖଣିଜ ସମ୍ପଦ ଲୁଟ ବେଧଡକ ଚାଲିଥିବାବେଳେ ବିଶେଷକରି ଧର୍ମଶାଳାରେ ଲୁଟ ଚାଲିଛି ତୀର ପ୍ରତିବାଦରେ ଜିଲ୍ଲା ବିଜେଡି ବରିଷ୍ଠ ନେତୃମଣ୍ଡଳୀ ପାଣିକୋଇଲିସ୍ଥିତ ଜିଲ୍ଲା ପୁଲିସ ମୁଖ୍ୟାଳୟରେ ପହଂଚି ଏସପି ୟସପ୍ରତାପ ଶ୍ରୀମଲଙ୍କୁ ଭେଟି ଦାବି ପତ୍ର ପ୍ରଦାନ କରିବା ସହ ଆଇନଶୃଖଳା ରକ୍ଷା ଦିଗରେ କାର୍ଯ୍ୟାନୁଷ୍ଠାନ ନହେଲେ ଆଗାମୀ ଦିନରେ ପରବର୍ତୀ କାର୍ଯ୍ୟକ୍ରମ ଗ୍ରହଣ କରିବାକୁ ଚେତାବନୀ ଦେଇଛନ୍ତି । ପୁଲିସ ଶକ୍ତି ବୃଦ୍ଧି କରି ଆଇନ ଶୃଖଳା ବଜାୟ ଓ ନିରପେକ୍ଷ ତଦନ୍ତ କରିବା, ଯେଉଁମାନେ ଅପରାଧୂକ କାର୍ଯ୍ୟକଳାପ କରୁଛନ୍ତି ସେମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ। ଧର୍ମଶାଳାରେ ଲଘୁ ଖଣିଜ ସମ୍ପଦ ଲୁଟ ଉପରେ ରୋକ ଲଗାଇବା ଓ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା । ଜିଲ୍ଲା ଅପରାଧ ମାନଙ୍କୁ ଚିହ୍ନଟ କରିବା,ଅବୈଧ ଖଣି ଓ ଖଣିଜ ସମ୍ପଦ ଚୋରିରେ ସମ୍ପୃକ୍ତ ପରିବହନ ସଂସ୍ଥା ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ, ଚେଆଇନ କାର୍ଯ୍ୟାକଳାପରେ ସମ୍ପୃକ୍ତ ଅପରାଧି ମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ, ଜନପ୍ରତିନିଧ ଓ ସାଧାରଣ ନାଗରିକଙ୍କୁ ସୁରକ୍ଷା, ମିଥ୍ୟା ଅପରାଧିକ ମାମଲାର ପୁନଃ ତଦନ୍ତ ଓ ସେଥୁରୁ ନିବୃତ ରହିବାକୁ ଦାବି କରାଯାଇଛି । ବିରୋଧ ଦଳ ମୁଖ୍ୟ ସଚେତକ ତଥା ବିଂଝାରପୁର ବିଧାୟିକା ପ୍ରମିଳା ମଲ୍ଲିକ ଯାଜପୁର ବିଧାୟିକା  ସୁଜାତା ସାହୁ, ବରୀ ବିଧାୟକ ବିଶ୍ବରଂଜନ ମଲ୍ଲିକ, ପୂର୍ବତନ ସାଂସଦ ଶର୍ମିଷ୍ଠା ସେଠୀ, ଯାଜପୁରର ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସ,ପୂର୍ବତନ ମନ୍ତ୍ରୀ ତଥା ସୁକିନ୍ଦା ବିଧାୟକ ପ୍ରିତୀ ରଂଜନ ଘଡାଇ, ଧର୍ମଶାଳା ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟ, ବଡଚଣା ବିଜେଡି ନେତା ରାଜନାରାୟଣ ମହାପାତ୍ର, ଜିଲ୍ଲା ବିଜେଡି ସଭାପତି ସରୋଜ ମହାପାତ୍ର, ପୂର୍ବତନ ବ୍ଲକ ଅଧ୍ୟକ୍ଷ ନରେଶ ଚନ୍ଦ୍ର ମହାନ୍ତି, ପ୍ରତାପ ମହାନ୍ତି ପ୍ରମୁଖ ଏସପିଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଥିଲେ ।

Leave A Reply

Your email address will not be published.