ପୋଖରୀରୁ ନିଖୋଜ ବୃଦ୍ଧଙ୍କ ମୃତଦେହ ଉଦ୍ଧାର ।

0 168

ଭଞ୍ଜନଗର, ୦୮/୦୪(ପିପିଟି):ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ଅଧିନ ମୁଜାଗଡ ଗ୍ରାମ ପୋଖରୀରୁ ବୁଧବାର ଜଣେ ବୃଦ୍ଧଙ୍କ ମୃତଦେହ ମିଳିଛି। ମୃତକ ଜଣକ ବେଲଗୁଣ୍ଠା ଥାନା ଅନ୍ତର୍ଗତ ଜି ନୂଆଗାଁର ଅରକ୍ଷିତ ସାହୁ (୭୩) ବୋଲି ଜଣାପଡିଛି। ପୋଲିସ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ଭଞ୍ଜନଗର ମେଡିକାଲକୁ ପଠାଇଛି।
ସୁଚନାନୁସାରେ, ଅରକ୍ଷିତ ଗତ କିଛିଦିନ ପୂର୍ବେ ଘରୁ କେଉଁଆଡ଼େ ଚାଲି ଯାଇଥିଲେ।ପରିବାର ଲୋକେ ବହୁ ଖୋଜା ଖୋଜି ପରେ ମଧ୍ୟ ତାଙ୍କ ସନ୍ଧାନ ମିଳି ନଥିଲା। ହେଲେ ବୁଧବାର ତାଙ୍କ ଶବ ମୁଜାଗଡ ଗାଁ ନିକଟ ପୋଖରୀରେ ଭାସୁଥିବା ଲୋକେ ଦେଖିଥିଲେ। ଏହାପରେ ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଶବକୁ ପୋଖରୀରୁ ଉଦ୍ଧାର କରିଥିଲେ। ଅରକ୍ଷିତ କେଉଁଭଳି ପରିସ୍ଥିତିରେ ମୁଜାଗଡ଼ ଆସିଥିଲେ ଏବଂ ମୃତ୍ୟୁବରଣ କଲେ ସେ ନେଇ ସଠିକ କିଛି ଜଣା ପଡ଼ିନାହିଁ।ଭଞ୍ଜନଗର ପୋଲିସ ମୃତଦେହ ଜବତ କରିବା ସହ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି।

ରିପୋର୍ଟ-(ଜେ.କେ ପଟ୍ଟନାୟକ)

Leave A Reply

Your email address will not be published.